ETV Bharat / bharat

କୀଟନାଶକରେ ଲାଗିବ ବ୍ୟାନ: ଦ୍ବନ୍ଦ୍ବରେ ଆମ୍ବ ଚାଷୀ

author img

By

Published : Jun 9, 2020, 1:13 PM IST

8ରୁ 10ଟି କୀଟନାଶକ ଦ୍ରବ୍ୟ ରହିଛି ଯାହାର ବ୍ୟବହାର ଆମ୍ବ ଚାଷୀମାନେ କରିଥାନ୍ତି । ତେବେ ସେମାନେ ବ୍ୟବହାର କରୁଥିବା ସେହି କୀଟନାଶକ ଦ୍ରବ୍ୟ କିଣିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ । କିନ୍ତୁ ଆଗାମୀ ଦିନରେ ସେହି କୀଟନାଶକ ଦ୍ରବ୍ୟ ବନ୍ଦ କରି ଦିଆଯାଏ ତେବେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ।

କୀଟନାଶକ ଦ୍ରବ୍ୟ ଉପରେ ଲାଗିବ ବ୍ୟାନ: ଦ୍ବନ୍ଦରେ ଆମ୍ବ ଚାଷୀ

ମୁମ୍ବାଇ: 27ଟି କୀଟନାଶକ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ପ୍ରସ୍ତାବ ଆଣିଛି । ଏଥିସହ 45ଦିନ ଭିତରେ ସମସ୍ତଙ୍କ ଠାରୁ ପରାମର୍ଶ ଲୋଡିଛି କେନ୍ଦ୍ର । ଏହି ପ୍ରସ୍ତାବ ପରେ ଚାଷୀମାନେ ବେଶ୍ ଦ୍ବିବିଧାରେ ପଡିଛନ୍ତି । କାରଣ ପ୍ରତିବନ୍ଧକ କୀଟନାଶକ ତାଲିକାରେ ଏପରି 8ରୁ 10ଟି କୀଟନାଶକ ଦ୍ରବ୍ୟ ରହିଛି ଯାହାର ବ୍ୟବହାର ଆମ୍ବ ଚାଷୀମାନେ କରିଥାନ୍ତି । ତେବେ ସେମାନେ ବ୍ୟବହାର କରୁଥିବା ସେହି କୀଟନାଶକ ଦ୍ରବ୍ୟ କିଣିବାକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ । କିନ୍ତୁ ଆଗାମୀ ଦିନରେ ସେହି କୀଟନାଶକ ଦ୍ରବ୍ୟ ବନ୍ଦ କରି ଦିଆଯାଏ ତେବେ ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ।

କୀଟନାଶକ ଦ୍ରବ୍ୟ ଉପରେ ଲାଗିବ ବ୍ୟାନ: ଦ୍ବନ୍ଦ୍ବରେ ଆମ୍ବ ଚାଷୀ

ଏପରି କିଛି ଆମ୍ବ ଚାଷୀ ମଧ୍ୟ ଅଛନ୍ତି ଯେଉଁମାନେ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି । ଜଣେ ଆମ୍ବ ଚାଷୀ କହିଛନ୍ତି ଯେ, ସରକାର ଯଦି କୀଟନାଶକ ଦ୍ରବ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଛନ୍ତି ,ଏହା ପଛରେ ଉଚିତ କାରଣ ଥିବ । କାରଣ ସେହି କୀଟନାଶକଦ୍ରବ୍ୟ ଜୀବଜଗତ ପାଇଁ କ୍ଷତିକାରକ ଥାଇ ପାରେ । ତେଣୁ ଚାଷୀମାନେ ଏହାକୁ ସ୍ବୀକାର କରିବା ଉଚିତ ।

ସୂଚନାଥାଉକି, ଆମ୍ବ ଚାଷୀମାନେ ବ୍ୟବହାର କରୁଥିବା କୀଟନାଶକ ଦ୍ରବ୍ୟ ସହଜରେ ଉପଲବ୍ଧ ହୋଇଥାଏ । ସେଗୁଡିକ ଭାରତରେ ପ୍ରସ୍ତୁତ ହେଉଛି । ସ୍ଥାନୀୟ ଆମ୍ବ ଚାଷୀମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁ ନାହିଁ ।

  • ସେଥି ମଧ୍ୟରୁ କ୍ବିନାଲ୍ଫୋସ କୀଟନାଶକ ଦ୍ରବ୍ୟ ଆମ୍ବରୁ ରୋଗ ପୋକ ଦାଉରୁ ରକ୍ଷା କରିବା ପାଇଁ ବ୍ୟବହାର କରାଯାଏ । ଯାହାର ମୂଲ୍ୟ ଲିଟର ପିଛା 400 ଟଙ୍କା ।
  • କାର୍ବେନଡାଜିମ ପାଉଡରକୁ ବ୍ୟବହାର କରାଯାଏ ଆମ୍ବକୁ ଫିମ୍ପିରୁ ରକ୍ଷା କରିବା ପାଇଁ । ଯାହାର ମୂଲ୍ୟ କେଜି ପ୍ରତି 500ଟଙ୍କା ।
  • କ୍ଲୋରୋପାଇରିଫସ କୀଟନାଶକର ବ୍ୟବହାର କୀଟମାନଙ୍କୁ ଶୁଖେଇ ଦିଏ । ଯାହାର ମୂଲ୍ୟ ପ୍ରତି ଲିଟର 400ଟଙ୍କା ।

କୋଙ୍କଣର ଏକ ନାମଦାମୀ କମ୍ପାନୀର ମାଲିକ ମହିନ୍ଦ୍ରା ବମନ କହିଛନ୍ତି ଯେ, ଆମ୍ବ ଉତ୍ପାଦକ ଚାଷୀ ଅନେକ ଦିନରୁ ଏହି କୀଟନାଶକ ଦ୍ରବ୍ୟମାନ ବ୍ୟବହାର କରୁଛନ୍ତି । ସେହି କୀଟନାଶକ ଦ୍ରବ୍ୟର ଚାହିଦା ମଧ୍ୟ ରହିଛି । ଆହୁରି ମଧ୍ୟ କହିଛନ୍ତି ଯେ, ଏହି କୀଟନାଶକ ଉପରେ ଯଦି ପ୍ରତିବନ୍ଧକ ଲଗାଯାଏ ତେବେ ଚାଷୀଙ୍କୁ 2000ରୁ 3000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଅନ୍ୟ କୀଟନାଶକ ଦ୍ରବ୍ୟ କିଣିବାକୁ । ଯାହା ଫଳରେ ବର୍ତ୍ତମାନ ଠାରୁ 4ରୁ5ଗୁଣା ଅଧିକ ଟଙ୍କା ବ୍ୟୟ କରିବାକୁ ପଡିବ । ସେହିପରି ଆମ୍ବ ବଗିଚାର ମାଲକ ମଧ୍ୟ ଏନେଇ କହିଛନ୍ତି ଯେ, ଏହି କୀଟନାଶକ ଦ୍ରବ୍ୟ ଭଲ ପରିଣାମ ଦେଉଥିଲା ଓ ଏହା ଚାଷୀଙ୍କ ପାଇଁ ଆୟ ଅନ୍ତର୍ଭୂତ ମଧ୍ୟ ଥିଲା ।

ସୂଚନାଥାଉକି, ମୁମ୍ବାଇରୁ ମୁଖ୍ୟତଃ ଆମ୍ବର ରପ୍ତାନୀ ଅଧିକ ହୋଇଥାଏ । ପ୍ରତିବର୍ଷ ଭାରତରୁ ପ୍ରାୟ 38,000ରୁ 40,000 ମେଟ୍ରିକ ଟନ ଆମ୍ବ ରପ୍ତାନୀ ହୋଇଥାଏ । ତେବେ ଆମ୍ବ ରପ୍ତାନୀ ମୁଖ୍ୟତଃ ମଧ୍ୟପୂର୍ବ ଦେଶକୁ ହୋଇଥାଏ । କିନ୍ତୁ ଚଳିତବର୍ଷ ମହାମାରୀ କୋରୋନା ଯୋଗୁଁ ଆମ୍ବ ରପ୍ତାନୀରେ ବେଶ୍‌ ପ୍ରଭାବ ପକାଇଛି । କାରଣ 2ମାସ ହେଲା ସମସ୍ତ ବିମାନ ଯାତାୟତ ବନ୍ଦ ରହିଛି । ଆମ୍ବ ରପ୍ତାନୀ ପୂର୍ବବର୍ଷ ତୁଳନାରେ 52ପ୍ରତିଶତ ହ୍ରାସ ପାଇଛି । ବିଶେଷତଃ ଆଲଫୋନସ ପ୍ରଜାତିର ଆମ୍ବ ବିଦେଶକୁ ରପ୍ତାନୀ କରାଯାଏ । ଲକଡାଉନ ରାଜ୍ୟ ସୀମାକୁ ବି ସିଲ କରି ଦେଇଥିଲା । ଫଳରେ ଅନ୍ୟ ରାଜ୍ୟର ଆମ୍ବ ସହଜରେ ରପ୍ତାନୀକାରୀଙ୍କ ନିକଟରେ ମଧ୍ୟ ପହଞ୍ଚି ପାରକିଲା ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.