ମାଙ୍ଗାଲୋର: ଶସ୍ୟ ଶ୍ୟାମଳାମୟ ପରିବେଶରେ ନାଚଗୀତର ଉନ୍ମାଦ । ଅଙ୍ଗଭଙ୍ଗୀ ସହ କୌତୁହଳରେ ନାଚୁଛନ୍ତି ଛାତ୍ରଛାତ୍ରୀ । ଯେଉଁଠି ଅଖିପକାଇବେ ବର୍ଷାପାଣି ଆଉ କାଦୁଅ । ପିଲାମାନେ ନିଜନିଜ ଉପରକୁ କାଦୁଅ ଫିଙ୍ଗାଫିଙ୍ଗି ହୋଇ ବେଶ ମଜା ଉଠାଉଛନ୍ତି । ଏ ଦୃଶ୍ୟ ହେଉଛି ମାଙ୍ଗାଲୋର କୋନାଜା ସହର ହରେକାଲା ପରାଣ୍ଡେ ଅଞ୍ଚଳରେ ଚାଲିଥିବା କେଶାରୁଗଡେ ଖେଳ ଉତ୍ସବର ।
ଦିନକୁ ଦିନ କୃଷି ଭିତ୍ତିକ ସଂସ୍କୃତି କ୍ଷୟ ହେବାରେ ଲାଗିଛି । କୃଷକ ପରିବାରରେ ଜନ୍ମ ଗ୍ରହଣ କରୁଥିବା ଆଗମୀ ପୀଢିଙ୍କର କୃଷି ଏବଂ କ୍ଷେତରେ ହେଉଥିବା ବିଭିନ୍ନ ଚାଷ କାର୍ଯ୍ୟରେ ଅଭିଜ୍ଞତା ରହୁନାହିଁ । ସେଥିପାଇଁ ସ୍କାଉଟ ଗାଇଡ୍ ର କ-ବୁଲ-ବୁଲ ପିଲାମାନେ ଝିପ୍ଝିପ୍ ବର୍ଷାରେ କ୍ଷେତରେ ଧାନଗଛ ଲଗାଇବା ସହ ଅଭିନୟ ମାଧ୍ୟମରେ ସମାଜକୁ ସଚେତନାର ବାର୍ତ୍ତା ବାଣ୍ଟିଛନ୍ତି । ସେହିପରି ଭାରତୀୟ ସ୍କାଉଟ ଗାଇଡ୍, ସ୍ଥାନୀୟ ସଂଗଠନ ଏବଂ ଶ୍ରୀ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା ।
କର୍ଣ୍ଣାଟକର ଦକ୍ଷିଣ କାନାଡା ଜିଲ୍ଲାରୁ ରବି ଗୌଡାଙ୍କ ରିପୋର୍ଟ, ଇଟିଭି ଭାରତ