ETV Bharat / bharat

ମାଙ୍ଗାଲୁରୁ ଯାଇପାରିବେନି ସିଦ୍ଧରମୈୟା, କର୍ଣ୍ଣାଟକ ପୋଲିସର ନୋଟିସ ଜାରି - notice to former Chief Minister Siddaramaiah

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମାଙ୍ଗାଲୁରୁ ଗସ୍ତ କରିପାରିବେ ନାହିଁ। ଏନେଇ ମାଙ୍ଗାଲୁରୁ ପୋଲିସ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି।

former Chief Minister Siddaramaiah
ଫାଇଲ ଫଟୋ
author img

By

Published : Dec 21, 2019, 12:25 PM IST

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମାଙ୍ଗାଲୁରୁ ଗସ୍ତ କରିପାରିବେ ନାହିଁ। ଏନେଇ ମାଙ୍ଗାଲୁରୁ ପୋଲିସ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ଆଜି ମାଙ୍ଗାଲୁରୁ ଗସ୍ତରେ ଆସିଥାନ୍ତେ ସିଦ୍ଧରମୈୟା। ହେଲେ ତାଙ୍କ ଗସ୍ତ ଫଳରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ଆଶଙ୍କା ପ୍ରକାଶ କରି ଏଭଳି ନୋଟିସ ଜାରି କରିଛି ପୋଲିସ।

ସେପଟେ ସିଏଏ ବିରୋଧରେ ଆସାମରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ଗଠନ କରିବାକୁ ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ। ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପ୍ରଦର୍ଶନ ବେଳେ ରାଜ୍ୟରେ ହିଂସାକାଣ୍ଡ ଘଟିଥିଲା। ଏହାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଯେଉଁମାନେ ହିଂସାକାଣ୍ଡରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସାମ ମୁଖମନ୍ତ୍ରୀ ସୋନେୱାଲ କହିଛନ୍ତି।

Intro:Body:

Karnataka: Mangalore Police Commissioner issues notice to former Chief Minister Siddaramaiah in connection with his visit to Mangaluru, stating that 'his entry in the city may lead to law and order situation'. #CitizenshipAct

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.