ETV Bharat / bharat

ସିଟ୍ ନମିଳିବାରୁ ମେନକା କହିଲେ, ଆଚ୍ଛା ତୋ ମେଁ ଚଲତି ହୁଁ...

ମୋଦିଙ୍କ କ୍ୟାବିନେଟରେ ମେନକା ଗାନ୍ଧୀ ଓ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ଅଣଦେଖା । ଏନେଇ ଗଣମାଧ୍ୟମ ପ୍ରତିନିଧି ମେନକାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । ହେଲେ ମେନକା ପ୍ରଶ୍ନର କୌଣସି ଉତ୍ତର ନଦେଇ ଚୁପ ରହିବା ସହ କହିଛନ୍ତି କି, ଆଚ୍ଛା ତୋ ମେଁ ଚଲତି ହୁଁ... ।

author img

By

Published : Jun 3, 2019, 10:34 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: 2019 ଲୋକସଭା ନିର୍ବାଚନ ମୈଦାନରେ ବାଜି ମାରିନେଇଛି ବିଜେପି । ''ଅବକି ବାର, 300 ପାର'' ନାରାକୁ ସତ ପ୍ରମାଣିତ କରିବା ସହ ସର୍ବମୋଟ 303ଟି ସିଟ ହାସଲ କରି ପୁଣି ଥରେ ପ୍ରଧାନମନ୍ତ୍ରୀର ତାଜ ପିନ୍ଧିଛନ୍ତି ମୋଦି । ତେବେ ଉତ୍ତରପ୍ରଦେଶରେ ପାର୍ଟିର ପ୍ରଦର୍ଶନ ସବୁଠୁ ଭଲ ରହିବା ସହ 62ଟି ସିଟରେ ବିଜେପି ବିଜୟ ଲାଭ କରିଛି ।

ତେବେ ଚଳିତ ଥର ମୋଦିଙ୍କ କ୍ୟାବିନେଟରେ ପୁରୁଖା ପୁରୁଣା ମୁହଁ ବଦଳରେ ନୂଆ ମୁହଁ ଦେଖିବାକୁ ମିଳିଛି । ସେଥିମଧ୍ୟରୁ ପୁରୁଣା ନେତ୍ରୀ ମେନକା ଗାନ୍ଧୀ ବି ବାଦ ପଡିଯାଇଛନ୍ତି । ଏହି ଘଟଣା ପରେ ସୁଲତାନପୁରର ପୂର୍ବତନ ସାଂସଦ ମେନକା ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ଲୋକଙ୍କ ସମର୍ଥନ ଯୋଗୁଁ ସୁଲତାନପୁରରେ 3ଥର ସାଂସଦ ହେବା ଛୋଟ କଥା ନୁହେଁ । ତାହା ପୁଣି ବିପୁଳ ମାତ୍ରାରେ ଭୋଟ ଓ ପ୍ରବଳ ଜନସମର୍ଥନ ସହ ।

ଏନେଇ ମେନକା ଗତ ରବିବାର ସୁଲତାନପୁର ଗସ୍ତ କରିବା ସହ ତାଙ୍କ ପ୍ରତି ସେଠାକାର ଜନସାଧାରଣଙ୍କ ବିପୁଳ ମାତ୍ରାରେ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଉକ୍ତ ଜିଲ୍ଲାରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇ ଆସିଛନ୍ତି ।

ତେବେ ଚଳିତ ଲୋକସଭା ନିର୍ବାଚନରେ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ମଧ୍ୟ ମୋଦିଙ୍କ କ୍ୟାବିନେଟରେ କୌଣସି ପଦପଦବୀ ମିଳିନାହିଁ । ହେଲେ ଏହି ମାମଲାରେ ମେନକାଙ୍କୁ ପଚାରିବାରୁ ସେ ଚୁପ ରହିବା ସହ କଥାକୁ ଏଡାଇ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଶ୍ନକୁ ଅଣଦେଖା କରିବା ସହ କହିଛନ୍ତି କି, ଆଚ୍ଛା ତୋ ମେଁ ଚଲତି ହୁଁ... ।

Intro:Body:

VAFC

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.