ETV Bharat / bharat

ହିମାଚଳ ପ୍ରଦେଶରେ ତୁଷାରପାତ, ମନାଲି-ଲେହରେ ଯୋଗାଯୋଗ ବିଚ୍ଛିନ୍ନ - ମନାଲି-ଲେହ ରାସ୍ତା ସମସ୍ୟା

ହିମାଚଳ ପ୍ରଦେଶ ବାରଲାଚା ନିକଟରେ ହଠାତ୍ ପାଗର ପରିବର୍ତ୍ତନ ଘଟି ତୁଷାରପାତ ହୋଇଛି । ଫଳରେ ମନାଲି-ଲେହ ରାସ୍ତା ବନ୍ଦ ହୋଇଯାଇଛି । ଅଧିକ ପଢନ୍ତୁ...

ହିମାଚଳପ୍ରଦେଶରେ ତୁଷାରପାତ
ହିମାଚଳପ୍ରଦେଶରେ ତୁଷାରପାତ
author img

By

Published : Oct 31, 2020, 7:25 PM IST

ସିମଲା: ହିମାଚଳ ପ୍ରଦେଶର ପାଗର ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ବାରଲାଚା ନିକଟରେ ତୁଷାରପାତ ହେବାରୁ ମନାଲି-ଲେହ ରାସ୍ତା ବନ୍ଦ ହୋଇଯାଇଛି । ବାରଲାଚା ନିକଟସ୍ଥ ଉଭୟ ପାର୍ଶ୍ବରେ ଡାରଚା ଏବଂ ସାରଚୁରେ ଶହ ଶହ ଗାଡି ମୋଟର ଅଟକି ରହିଛି। ସେନା ସମେତ ଲେହ-ଲଦାଖ ବାସିନ୍ଦା ବାରଲାଚା ପାଖ ଦେଇ ଯିବାଆସିବା କରୁଛନ୍ତି।

ଅନ୍ୟପକ୍ଷରେ, ଶିଙ୍କୁଲା ନିକଟରେ ଗୋଟିଏ ଫୁଟର ତୁଷାରପାତ ହେତୁ ଜାଁସ୍କର ଘାଟିରୁ ମନାଲିକୁ ଗମନାଗମନ ବନ୍ଦ ରହିଛି। ଅଟଳ ଟନେଲର ନିର୍ମାଣ ରୋହତଙ୍ଗ ନିକଟରେ ଗାଡିଚଳାଚଳ କରୁ ଥିବାବେଳେ ମନାଲି କିଲୋଙ୍ଗ ସହିତ ଯୋଗାଯୋଗରେ ରହିଛି, କିନ୍ତୁ କୋକସରରୁ ସିସୁ ଗୋଣ୍ଡଲା ମଧ୍ୟରେ ହାଲୁକା ତୁଷାରପାତ ଗାଡିମୋଟର ଚଳାଚଳରେ ଆଶଙ୍କା ବଢାଇ ଦେଇଛି।

ଶୁକ୍ରବାର ଦିନ ବାରାଲାଚା ପାସରେ ତୁଷାରପାତ ହୋଇଥିଲା, କିନ୍ତୁ ଦିନସାରା କୌଣସି ସମସ୍ୟା ଉପୁଜି ନ ଥିଲା। ରାତିରେ ହଠାତ୍ ପାଗ ବଦଳିଯାଇ ତୁଷାରପାତ ଆରମ୍ଭ ହୋଇଯାଇଥିଲା | ଫଳରେ ଯାନବାହାନ ଚଳାଚଳ ବନ୍ଦ କରିଦିଆଯାଇଛି ।

ସେହିପରି ଡାର୍ଚା, ଜିସପା, ୟୋଚେ ସମେତ ଆଖପାଖ ଅଞ୍ଚଳରେ 4 ଇଞ୍ଚରୁ 6 ଇଞ୍ଚ ତୁଷାରପାତ ହୋଇଛି। ଜିଲ୍ଲା ମୁଖ୍ୟାଳୟ କିଲୋଙ୍ଗକୁ ମଧ୍ୟ ଦୁଇ ଇଞ୍ଚ ବରଫ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.