ETV Bharat / bharat

ଅଣ୍ଡା ବଦଳରେ ମିଳିଲା ଗୁଳି

ନିଜ ବନ୍ଧୁମାନଙ୍କ ସହ ଅଣ୍ଡା ଖାଇବା ଯୋଗୁଁ ଜଣେ ୧୭ ବର୍ଷିୟ ଯୁବକଙ୍କୁ ଗୁଳି ମାଡ଼ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର-ପୂର୍ବ ଦିଲ୍ଲୀର ଜ୍ୟୋତି ନଗର ଅଞ୍ଚଳରେ ।

ପ୍ରତିକାତ୍ମକ ଫଟୋ
author img

By

Published : Feb 17, 2019, 4:01 PM IST

ନୂଆଦିଲ୍ଲୀ: ଅଳଙ୍କାର ଦୋକାନ ସାମ୍ନାରେ ଅଣ୍ଡା ଖାଇବା ପଡିଲା ମହଙ୍ଗା । ନିଜ ବନ୍ଧୁମାନଙ୍କ ସହ ଅଣ୍ଡା ଖାଇବା ଯୋଗୁଁ ଜଣେ ୧୭ ବର୍ଷିୟ ଯୁବକଙ୍କୁ ଗୁଳି ମାଡ଼ କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର-ପୂର୍ବ ଦିଲ୍ଲୀର ଜ୍ୟୋତି ନଗର ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଆହତ ଯୁବକ ନିଜ ବନ୍ଧୁମାନଙ୍କ ସହ ମିଶି ଉମେଶ ବର୍ମାଙ୍କ ଦୋକାନ ସାମ୍ନାରେ ଅଣ୍ଡା ଖାଉଥିଲା । ଦୋକାନ ମାଲିକ ଉମେଶ ମନିଷ ଏବଂ ତାଙ୍କ ବନ୍ଧୁମାନଙ୍କୁ ଏପରି କରିବାକୁ ପ୍ରଥମେ ମନା କରିଥିଲେ । ତେବେ ସେମାନେ ନ ଶୁଣିବାରୁ ଉମେଶ କିଛି ଲୋକଙ୍କୁ ସେଠାକୁ ଡାକିଥିଲେ । ସେମାନେ ସେଠାରେ ପହଞ୍ଚି ମନିଷଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାଟି ଶୁକ୍ରବାର ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଆହତ ମନୀଷଙ୍କୁ ଗୁରୁ ତେଜ ବାହାଦୂର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଅନ୍ୟପକ୍ଷରେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବର୍ମାଙ୍କୁ ଗିରଫ କରିଥିବା ଜଣାପଡିଛି ।

Intro:Body:

ସହିଦ ଯବାନଙ୍କ ସହ ସମଗ୍ର ଦେଶ ଏକତ୍ରିତ ହେବ: ମମତା ବାନାର୍ଜୀ

କୋଲକାତା:  ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ପାଇଁ ସାରା ଦେଶ ମର୍ମାହତ । ପ୍ରତ୍ୟେକ ସ୍ଥାନରେ ପୁଲୱାମା ଆକ୍ରମଣ ବିରୋଧରେ କ୍ୟାଣ୍ଡେଲ ରାଲି କରାଯାଉଛି । ତେବେ କୋଲକାତା ହାଜରାଠାରୁ ମାୟୋ ରୋଡରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ କ୍ୟାଣ୍ଡେଲ ରାଲିରେ ଯୋଗ ଦେଇଛନ୍ତି ମମତା ବାନାର୍ଜୀ ଓ ବହୁ ଟିଏମସି ନେତା ।  ବୀର ଯବାନଙ୍କ ସହ ସମଗ୍ର ଦେଶ ଅଛି ବୋଲି କହିଛନ୍ତି ମମତା ।

ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଥରିଛି ସମଗ୍ର ଦେଶ । ଏହି ସମୟରେ ଆମେ ସମସ୍ତେ ଏକତ୍ରିତ ହେବା । ଆତଙ୍କବାଦୀ ମାନେ ଆତଙ୍କବାଦୀ । ସେମାନଙ୍କର ଜାତି ନାହିଁ କି ଧର୍ମ ନାହିଁ । କ୍ୟାଣ୍ଡେଲ ରାଲିରେ ଯୋଗଦେଇ ଏପରି ନିଜର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.