ETV Bharat / bharat

ଦିଲ୍ଲୀ AIIMS ବାଥରୁମରେ ଫାସି ଲଗାଇ ରୋଗୀର ଆତ୍ମହତ୍ୟା

author img

By

Published : Jul 16, 2020, 1:43 PM IST

ରୋଗୀ ଜଣକ ହସ୍ପିଟାଲର ବାଥରୁମରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ମୃତକ ବ୍ୟକ୍ତି ଜଣକ ନାଁ ରାଜମଣି ବୋଲି ଜଣାପଡିଛି ।

AIIMS ବାଥରୁମରେ ଆତ୍ମହତ୍ୟା
AIIMS ବାଥରୁମରେ ଆତ୍ମହତ୍ୟା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲର ବାଥରୁମରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ । ରୋଗୀ ଜଣକ ହସ୍ପିଟାଲର ବାଥରୁମରେ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ମୃତକ ବ୍ୟକ୍ତି ଜଣକ ନାଁ ରାଜମଣି ବୋଲି ଜଣାପଡିଛି । ସେ ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳି ନଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଚାଲିବା ସହ ପଚରାଉଚରା ଜାରି ରଖିଛି ।

ଦିଲ୍ଲୀର ଦକ୍ଷିଣ ଜିଲ୍ଲାର ଡିସିପି ଅତୁଲ ଠାକୁରଙ୍କ କହିବା ଅନୁଯାୟୀ, 35 ବର୍ଷୀୟ ମୃତ ରାଜମଣି ମଧ୍ୟପ୍ରଦେଶର ସତନାର ବାସିନ୍ଦା ଥିଲେ । ପାଞ୍ଚ-ଛଅ ମାସ ତଳେ ତାଙ୍କର ଅନ୍ତନଳୀ ଅପରେସନ ହୋଇଥିଲା । ସେବେଠାରୁ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । ଆଜି(ଗୁରୁବାର) ସକାଳେ ସେ ହସ୍ପିଟାଲର ବାଥରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପରିବାର ଲୋକଙ୍କୁ ଖବର ଦେଇଛି ।

ନିକଟରେ ଦିଲ୍ଲୀ AIIMS ର ଜଣେ ଜୁନିଅର ଡାକ୍ତର ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସୂଚନାନୁସାରେ, AIIMS ର 25 ବର୍ଷ ଜୁନିଅର ଡାକ୍ତର AIIMS ହଷ୍ଟେଲର ଦଶମ ମହଲାରୁ ଡେଇଁ ପଡିଥିଲେ | ଯାହା ପରେ ତାଙ୍କୁ AIIMS ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.