ETV Bharat / bharat

ସାଉଦି ଆରବରୁ ପତ୍ନୀଙ୍କୁ ତିନି ତଲାକ, ମାମଲା ରୁଜୁ

author img

By

Published : Aug 11, 2019, 2:16 PM IST

ଜଣେ ମହିଳାଙ୍କୁ ଫୋନରେ ତିନି ତଲାକ ଦେଇଛନ୍ତି । ତେବେ ଟ୍ରିପଲ ତଲାକ ବିଲ ଆସିବା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ପ୍ରଥମଥର ଏହି ମାମଲା ସାମ୍ନାକୁ ଆସିଛି ।

ପ୍ରତିକାତ୍ମକ ଫଟୋ

ପ୍ରୟାଗରାଜ: ତିନି ତଲାକ ବିଲକୁ ଆଖିଠାର । ସଂସଦରେ ଟ୍ରିପଲ ତଲାକ ବିଲ ବିରୋଧରେ ଆଇନ ଆସିବା ପରେ ମଧ୍ୟ ଆସୁଛି ତିନି ତଲାକ ଅଭିଯୋଗ । ନିକାହର ମାତ୍ର 16 ମାସ ପରେ ଜଣେ ବ୍ୟକ୍ତି ସାଉଦି ଆରବରୁ ନିଜ ପତ୍ନୀଙ୍କୁ ଫୋନରେ ଦେଇଛନ୍ତି ତିନି ତଲାକ । ପତ୍ନୀ ଏନେଇ ଥାନାରେ ଅଭିଯୋଗ କରିବା ପରେ ପତି ଓ ଶଶ୍ବୁରଘର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଟ୍ରିପଲ ତଲାକ ବିଲ ଆସିବା ପରେ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ପ୍ରଥମଥର ଏହି ମାମଲା ସାମ୍ନାକୁ ଆସିଛି ।

ଉତ୍ତର ପ୍ରଦେଶର ଖିରି ଥାନା ଅଞ୍ଚଳରେ ରହୁଥିବା ସବିନା ବେଗମ ନାମକ ଜଣେ ମହିଳା ୨୦୧୮ ଏପ୍ରିଲ ୨ରେ ଅଶରଫ ଅଲିଙ୍କୁ ନିକାହ କରିଥିଲେ । ନିକାହ ସମୟରେ ତାଙ୍କ ପିତା ଯଥା ସମ୍ଭବ ଯୌତୁକ ଦେଇଥିଲେ । ମାତ୍ର ଶଶ୍ବୁରଘର ଲୋକେ ଏଥିରେ ସନ୍ତୁଷ୍ଟ ନଥିଲେ । ବରଂ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ । ସବିନା ଆରମ୍ଭରୁ ସବୁକିଛି ସହ୍ୟ କରୁଥିଲେ ବି ନିର୍ଯାତନା ଅଧିକ ହେବାରୁ ନିଜ ପିତାଙ୍କୁ ଘଟଣା ସମ୍ପର୍କରେ ସବୁ କହିବା ପରେ ଧୁରପୁର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ସେ କିଛି ସମ୍ପର୍କୀୟଙ୍କ ମାଧ୍ୟମରେ ସମସ୍ୟାକୁ ଦୂର କରିବାକୁ ଉଦ୍ୟମ କରିଥିଲେ ବି ଏଥିରେ ବିଫଳ ହୋଇଥିଲେ । ଚଳିତମାସ ୧ ତାରିଖରେ ସବିନା ନିଜ ସ୍ବାମୀ ଅଶରଫଙ୍କୁ ଫୋନ କରିଥିଲେ । ମାତ୍ର ସେ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଉତ୍ତେଜିତ ହୋଇ ଫୋନରେ ତିନି ତଲାକ କହିଥିଲେ । କେବଳ ସେତିକି ନୁହେଁ । ସେ ସବିନାଙ୍କୁ ଘରୁ ବାହାରି ଯିବାକୁ ମଧ୍ୟ କହିଥିଲେ ।

ଏବାବଦରେ ସବିନା ଶାଶୁ-ଶଶ୍ବୁରଙ୍କୁ କହିଥିଲେ, ବି ସେମାନେ ନିଜ ପୁଅକୁ ସମର୍ଥନ କରି କୌଣସି ବିରୋଧ ନକରି ଘରୁ ବାହାରି ଯିବାକୁ ସବିନାଙ୍କୁ କହିଥିଲେ । ଆଉ ଯଦି ଏବାବଦରେ ଥାନାରେ ଅଭିଯୋଗ ହୁଏ, ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏନେଇ ଶନିବାର ଥାନାରେ ସବିନା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.