ETV Bharat / bharat

କାନ୍ଧରେ ଜେଜେବାପାକୁ ବୋହି ହସ୍ପିଟାଲ ନେଲା ନାତି, ଭିଡିଓ ଭାଇରାଲ

ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର । ଗାଁରେ ରାସ୍ତା ନଥିବାରୁ ଜେଜେବାପାକୁ କାନ୍ଧରେ ଖଟିଆ ଜରିଆରେ ବୋହି ବୋହି ନେଇଛି ନାତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଅଧିକ ଖବର ପଢନ୍ତୁ...

author img

By

Published : Jul 22, 2020, 1:22 PM IST

କାନ୍ଧରେ ଜେଜେବାପାକୁ ବୋହି ହସ୍ପିଟାଲ ନେଲା ନାତି, ଭିଡିଓ ଭାଇରାଲ
କାନ୍ଧରେ ଜେଜେବାପାକୁ ବୋହି ହସ୍ପିଟାଲ ନେଲା ନାତି, ଭିଡିଓ ଭାଇରାଲ

ଲକ୍ଷ୍ନୌ: ସ୍ବାସ୍ଥ୍ୟସେବାର ନଗ୍ନ ଚିତ୍ର । ଗାଁରେ ରାସ୍ତା ନଥିବାରୁ ଜେଜେବାପାକୁ କାନ୍ଧରେ ଖଟିଆ ଜରିଆରେ ବୋହି ବୋହି ନେଇଛି ନାତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଘଟଣାଟି ଘଟିଛି ୟୁପିର ଗୋଣ୍ଡା ଜିଲ୍ଲାରେ ।

ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଦେଖିବାକୁ ମିଳିଥିଲା ଏମିତି ଚିତ୍ର । ବର୍ଷା ପାଣି ଭର୍ତ୍ତି ଖାଲ ଢିପ ରାସ୍ତାରେ ଖଟିଆରେ ବୋହି ରୋଗାଗ୍ରସ୍ତ ଲୋକକୁ ପହଞ୍ଚାଯାଉଛି ହସ୍ପିଟାଲରେ। ଏଠାରେ ପ୍ରଶାସନର ସ୍ଥାଣୁତା ସାମ୍ନାକୁ ଆସିଛି । ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା । ତେବେ କାନ୍ଧରେ କାନ୍ଧେଇଥିବା ବ୍ୟକ୍ତି ଜଣଙ୍କ ବୃଦ୍ଧଙ୍କ ନାତି ହୋଇଥିବା ବେଳେ ସେନା କର୍ମଚାରୀ ମଧ୍ୟ।

ସେ କହିଛନ୍ତି ଯେ, ସ୍ବାଧୀନତା ପରଠାରୁ ତାଙ୍କ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ । କେବଳ ସେ ନୁହଁନ୍ତି ଏହି ରାସ୍ତା ଉପରେ ନିର୍ଭର ଥିବା ହଜାର ହଜାର ଲୋକ ଏମିତି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ କୌଣସି ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ଏହି ଭିଡିଓ ଭାଇରାଲ ପରେ କାହାର ଦୃଷ୍ଟି ଗୋଚର ହେଉଛି ନା ନାହିଁ ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.