ETV Bharat / bharat

ନିସ୍ବାର୍ଥପର ଗଙ୍ଗାଧର: ଅବସର ଟଙ୍କାରେ କାର୍ ନକିଣି ଗଢିଲେ ପୋଲ - ଗଙ୍ଗାଧର ରାଉତ

ଗୋପବନ୍ଧୁଙ୍କ ‘ମିଶୁମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ’ ଉକ୍ତିର ପ୍ରତ୍ୟକ୍ଷ ଉଦାହରଣ ସାଜିଛନ୍ତି ଗଙ୍ଗାଧର ରାଉତ । ଅବସର ଟଙ୍କାକୁ ନିଜ ଅୟସ ଆରାମ ପାଇଁ ଖର୍ଚ୍ଚ ନ କରି ଗ୍ରାମବାସୀଙ୍କ ଦୁଃଖ ସାଜିଥିବା ସାଳଦୀ ନଦୀ ଉପରେ ବାନ୍ଧିଛନ୍ତି ସେତୁ ।

ନିସ୍ବାର୍ଥପର ଗଙ୍ଗାଧର:  ଅବସର ଟଙ୍କାରେ କାର ନୁହେଁ ଗଢିଲେ ପୋଲ

author img

By

Published : Nov 23, 2020, 4:51 PM IST

ଆନନ୍ଦପୁର: ଅଧାପନ୍ତରିଆ ହୋଇ ଦୀର୍ଘ ୧୫ ବର୍ଷ ଧରି ପଡି ରହିଥିଲା ପୋଲ । ୩ଟି ପଞ୍ଚାୟତର ଲୋକମାନେ ଯାତାୟତ ପାଇଁ ନାନାଦି ହଇରାଣ ହରକତ ହେଉଥିଲେ । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜନେତା କେହି ଶୁଣୁ ନଥିଲେ । ଶେଷରେ ଚାକିରିରୁ ଅବସର ପରେ ପେନସନ୍ ଟଙ୍କାରେ ପୋଲ ସମ୍ପୂର୍ଣ୍ଣ କରିବାକୁ ମନସ୍ଥ କରିଥିଲେ କାନପୁରର ଗଙ୍ଗାଧର ରାଉତ । ଏବେ ତାଙ୍କ ଏହି ସମାଜସେବା ମନୋଭାବ ସମଗ୍ର ଅଞ୍ଚଳରେ ଚର୍ଚ୍ଚିତ ।

ନିସ୍ବାର୍ଥପର ଗଙ୍ଗାଧର: ଅବସର ଟଙ୍କାରେ କାର ନୁହେଁ ଗଢିଲେ ପୋଲ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କାନପୁର ଗାଁ ଲୋକମାନଙ୍କର ଦୀର୍ଘ ଦିନର ସ୍ବପ୍ନ ଏବେ ପୂରଣ ହୋଇଛି । ସାଳନ୍ଦୀ ନଦୀ ଉପରେ ଥିବା ଅସମ୍ପୁର୍ଣ୍ଣ ପୋଲ ଗାଁର ଗଙ୍ଗାଧର ରାଉତଙ୍କ ପ୍ରଚେଷ୍ଟାରେ ଏବେ ସମ୍ପୂର୍ଣ୍ଣ ହୋଇଛି । ପ୍ରାଣୀଧନ ନିରୀକ୍ଷକ ଭାବେ ଅବସର ଗ୍ରହଣ କରିବା ପରେ ଗଙ୍ଗାଧର ନିଜ ପେନସନ୍ ଟଙ୍କାରେ ଅସମ୍ପୁର୍ଣ୍ଣ ପୋଲକୁ ପୁରା କରିବାକୁ ପଦକ୍ଷେପ ନେଇଥିଲେ । ଏବେ ତାହା ବାସ୍ତବ ହୋଇଛି । ସାଳନ୍ଦୀ ନଦୀର ଅପର ପାର୍ଶ୍ବରେ ଲୋକଙ୍କର ତୋଟାବାଡି ସହ ଧାନ ଜମି ଆଦି ରହିଥିଲା । ଏଥିସହ ଏହି ପୋଲ ଦ୍ବାରା ସୋସୋ, ପଢିଆରୀପଲ୍ଲୀ, ବାଲିବରେଇ ପଞ୍ଚାୟତର ଲୋକମାନେ ଉପକୃତ ହୋଇଛନ୍ତି ।

ଗଙ୍ଗାଧର ପେନସନ୍ ଟଙ୍କାରେ କାର୍ କିଣି ଅବସର ବିନୋଦନ ପାଇଁ ଲକ୍ଷ୍ୟ ରଖିଥିଲେ । ମାତ୍ର ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୋଲ ନିର୍ମାଣ କାର୍ଯ୍ୟରେ ନିଜ କଷ୍ଟ ଅର୍ଜିତ ଧନ ବ୍ୟୟ କରିଛନ୍ତି । ଏଭଳି ବଦାନ୍ୟତା ପାଇଁ ସେ ଅଞ୍ଚଳବାସୀଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ପୋଲଟିର ଦୁଇ ପାର୍ଶ୍ବ ରାସ୍ତା ଯଦି ସରକାର କରିଦିଅନ୍ତେ ତେବେ ତାଙ୍କ ଆଶା ସଫଳ ହୁଅନ୍ତା ବୋଲି କହିଛନ୍ତି ଗଙ୍ଗାଧର । ତେବେ ଗଙ୍ଗାଧରଙ୍କ ଭଳି ମହତ ଉଦ୍ଦେଶ୍ୟ ରଖୁଥିବା ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ନିସ୍ବାର୍ଥପର ସେବାର ବଳିଷ୍ଠ ପ୍ରମାଣ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.