ETV Bharat / bharat

ସିଏମ ଯୋଗୀଙ୍କୁ ବୋମାରେ ଉଡାଇଦେବା ଧମକ ଦେଇ ଯୁବକ ଗିରଫ - man arrested from gonda who threatened to blast cm house

ୟୁପି ସିଏମଙ୍କୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଯୁବକକୁ ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ସିଏମ ଯୋଗୀଙ୍କ ଘରକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଯୁବକ ଗିରଫ

author img

By

Published : Jun 14, 2020, 5:48 PM IST

ଲକ୍ଷ୍ନୌ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମେତ 50 ଟି କୋଠା ଉପରେ ବୋମା ପକାଇବାକୁ ଧମକ ଦେଇଥିବା ଯୁବକଙ୍କୁ ରବିବାର ଗିରଫ କରିଛି ପୋଲିସ । ଏନେଇ ଲକ୍ଷ୍ନୌର ଗୌତମପଲ୍ଲୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା।

ଏହି ଘଟଣାରେ ପୋଲିସ ଯୁବକଙ୍କୁ ଖୋଜୁଥିଲା। ଅଭିଯୁକ୍ତ ଯୁବକ ଗୋଣ୍ଡା ଜିଲ୍ଲାର ଚାପିଆ ପୋଲିସ ଷ୍ଟେସନ ଅଞ୍ଚଳର ଟିକର ଗାଁର ବୋଲି ଜଣାପଡିଛି । ଏସିପି ସେଣ୍ଟ୍ରାଲ ଅଭୟ କୁମାର ମିଶ୍ରଙ୍କ ଅନୁଯାୟୀ, ଅଭିଯୁକ୍ତଙ୍କୁ ଗୋଣ୍ଡାରୁ ଗିରଫ କରାଯାଇଛି । ତାକୁ ଲକ୍ଷ୍ନୌ ଅଣାଯିବ।

ଶନିବାର ଏହି ଧମକ ପାଇବା ପରେ ଲକ୍ଷ୍ନୌ ପୋଲିସ କମିଶନର ସୁଜିତ ପାଣ୍ଡେ ସୂଚନା ଦେଇଛନ୍ତି ଯେ, ଶୁକ୍ରବାର ଅପରାହ୍ନରେ ୟୁପି 112ର ହ୍ବାଟସ ଆପ ନମ୍ବରକୁ କେହି ମେସେଜ ପଠାଇ ଧମକ ଦେଇଥିଲା । ମେସେଜରେ ଉଲ୍ଲେଖଥିଲା ଯେ, ସିଏମ ଏବଂ 112 ସେବା ମୁଖ୍ୟାଳୟ ସମେତ ଅନ୍ୟ 50ଟି ଗୁରୁତ୍ୱପୂର୍ଣ୍ଣ କୋଠା ଉପରେ ବୋମା ପକାଯିବ। ତେବେ ଏହି ଧମକପୂର୍ଣ୍ଣ ବାର୍ତ୍ତା ପଛରେ କି ଉଦ୍ଦେଶ୍ୟ ରହିଛି ତାହା ଏଯାଏଁ ଜଣାପଡିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.