ETV Bharat / bharat

ଦିଲ୍ଲୀରେ ନକଲି ପରୀକ୍ଷାର୍ଥୀ ଗିରଫ

author img

By

Published : Dec 12, 2020, 7:46 PM IST

କନଷ୍ଟେବଳ ପରୀକ୍ଷାରେ ଜଣଙ୍କ ପରିବର୍ତ୍ତେ ଅନ୍ୟଜଣେ ପରୀକ୍ଷା ଦେଉଥିବା ତଥା ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଦିଲ୍ଲୀରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ
ଦିଲ୍ଲୀରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲୁଥିବା କନଷ୍ଟେବଳ ପରୀକ୍ଷାରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ପୋଲିସ । ଫର୍ମ ଫିଲପ୍ ହୋଇଥିବା ଯୁବକଙ୍କ ପରିବର୍ତ୍ତେ ଅନ୍ୟଜଣେ ଯୁବକ ପରୀକ୍ଷା ଦେଉଥିବାରୁ ତାଙ୍କୁ ଗିରଫ କରାଯାଇଛି । ଏଥିସହ ଅସଲ ପରୀକ୍ଷାର୍ଥୀଙ୍କ ଆଇକାର୍ଡ ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ ଦିଲ୍ଲୀରେ 6000 କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ଚାଲୁ ରହିଛି । ଏଥିପାଇଁ ଡିସେମ୍ବର 16 ପର୍ଯ୍ୟନ୍ତ ଏସଏସସି ପରୀକ୍ଷା କରୁଛି । ପରୀକ୍ଷାରେ ଏସଏସସି ପକ୍ଷରୁ ଉତ୍କୃଷ୍ଟ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ପୋଲିସ ମଧ୍ୟ ଆଇନ ଶୃଙ୍ଖଳା ଉପରେ ନଜର ରଖିଛି । ତଥାପି ଏହି ପରୀକ୍ଷାରେ ହେରଫେର୍ ହୋଇଥିବା ନଜର ଆସିଛି । ନୋଏଡା, ଦିଲ୍ଲୀ ଏବଂ ହଲ୍ଡଓ୍ବାନିରେ ପରୀକ୍ଷାଜନିତ ବିଶୃଙ୍ଖଳା ହୋଇଥିବା ଅଭିଯୋଗ ଆସିଛି ।

ଜିଟି କର୍ଣ୍ଣଲ ରୋଡରେ ଥିବା ଏକ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରଙ୍କ ବଦଳରେ ଅନ୍ୟଜଣେ ପରୀକ୍ଷା ଦେଉଥିବା ଅଭିଯୋଗରେ ସିକନ୍ଦର କୁମାର ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି । ତାଙ୍କ ଠାରୁ ଆଡମିଟ୍ କାର୍ଡ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ସିକନ୍ଦର ବିହାରର ମଧୁବାନୀରୁ ଆସିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.