ETV Bharat / bharat

ନିଜର ର୍ଦୁବ୍ୟବହାର ପାଇଁ ପାକିସ୍ତାନ କ୍ୟାପଟନଙ୍କୁ କ୍ଷମା ମାଗିଲେ ଯୁବକ

ନିଜର ଖରାପ ବ୍ୟବହାର ପାଇଁ ପାକିସ୍ତାନୀ କ୍ୟାପଟେନ୍ ସରଫରାଜ ଅହମ୍ମଦଙ୍କୁ କ୍ଷମା ମାଗିଛନ୍ତି ଯୁବକ ।

author img

By

Published : Jun 22, 2019, 4:08 PM IST

ଫାଇଲ ଫଟୋ

ଲାହୋର: ପାକିସ୍ତାନ କ୍ୟାପଟନଙ୍କୁ ନିଜର ବ୍ୟବହାର ପାଇଁ କ୍ଷମା ମାଗିଲେ ଯୁବକ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖାଦେଇଥିଲା କି ଜଣେ ପାକିସ୍ତାନୀ ଫ୍ୟାନ କ୍ୟାପଟେନ୍ ସରଫରାଜ ଅହମ୍ମଦଙ୍କୁ ‘‘ମୋଟା ମୋଟା’’ କହି ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ।

ଭିଡିଓ ସୌଜନ୍ୟ: @Saj_PakPassion

ତେବେ ଏହି ଘଟଣା ପରେ ଯୁବକ ଜଣଙ୍କୁ ଲୋକମାନେ ସୋସିଆଲ ମିଡିଆରେ ଗାଳିଗୁଲଜ କରିଥିଲେ । ଏହାପରେ ଶନିବାର ଯୁବକ ଜଣଙ୍କ ଏକ ଭିଡିଓ ଜରିୟାରେ ପାକିସ୍ତାନ କ୍ରିକେଟ ଦଳର କ୍ୟାପଟନ ସରଫରାଜ ଅହମ୍ମଦଙ୍କୁ କ୍ଷମା ମାଗିଛନ୍ତି ।

ସୂଚନା ଅନୁଯାୟୀ, ଗତ ଜୁନ୍ 16ରେ ଭାରତ ବନାମ ପାକିସ୍ତାନ ବିଶ୍ବକପ୍ ମ୍ୟାଚ ଥିଲା । ଯେଉଁଥିରେ ପାକିସ୍ତାନର ଶୋଚନୀୟ ପରାଜୟ ହୋଇଥିଲା । ଏହାପରେ ପାକିସ୍ତାନର ଲୋକମାନଙ୍କ ଠାରୁ ଆରମ୍ଭ କରି ପୂର୍ବ କ୍ରିକେଟରମାନେ ମଧ୍ୟ ପାକିସ୍ତାନ ଟିମକୁ ସମାଲୋଚନା କରିବା ଆରମ୍ଭ କରିଥିଲେ ।

ତେବେ ଏହା ମଧ୍ୟରେ ପାକିସ୍ତାନ କିକ୍ରେଟ ଦଳର କ୍ୟାପଟନ୍ ସରଫରାଜ ଅହମ୍ମଦଙ୍କ ଶରୀର ଗଠନକୁ ନେଇ ବହୁ ସମାଲୋଚନା କରାଯାଇଥିଲା । ଏହାମଧ୍ୟରେ ଜଣେ ଫ୍ୟାନ ଏକ ଭିଡିଓ ରେକଡିଂ କରି ସରଫରାଜଙ୍କୁ ‘‘ଷଣ୍ଢ ଭଳି ମୋଟା କହିବା ସହ ଡାଏଟରେ ରୁହନ୍ତୁ’’ ବୋଲି କହି ଭିଡିଓ ଟିକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।

ଏହାପରେ ଲୋକମାନେ ଭିଡିଓଟିକୁ ଦେଖି ଯୁବକ ଜଣଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ । ଜଣେ ଲୋକ ଭିଡିଓ ଦେଖି କମେଣ୍ଟ ମଧ୍ୟ କରିଥିଲେ କି‘‘ ଏହା ସତ ଯେ ମ୍ୟାଚ୍ ରେ ଖେଳାଳିମାନେ ଖରାପ ପ୍ରଦର୍ଶନ କରିଥିଲେ । ଏହାର ଅର୍ଥ ନୁହେଁ ଯେ ସେମାନଙ୍କୁ ଏପରି ବ୍ୟବହାର କରାଯିବ । ’’

ଏହାପରେ ଯୁବକ ଜଣଙ୍କ ଆଉ ଏକ ଭିଡିଓ କରି ସରଫରାଜଙ୍କୁ ନିଜ ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିବା ସହ ସେ ଏହି ଭିଡିଓ ଭାଇରାଲ କରିନଥିବା କହିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.