ETV Bharat / bharat

ପୁତୁରା ମୋହରେ ମୋଦିଙ୍କ ଅତିଥି ହେବେ ମମତା !

ପୁତୁରାଙ୍କୁ ରକ୍ଷା କରିବା ପାଇଁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି ମମତା ଦିଦି । ଆଉ ଏହା କହିଛନ୍ତି ବାରାକପୁର ବିଜେପି ସାଂସଦ ଅର୍ଜୁନ ସିଂ ।

author img

By

Published : May 29, 2019, 2:17 PM IST

ଡିଜାଇନ ଫଟୋ

କୋଲକାତା: ଚର୍ଚ୍ଚାରେ ପଶ୍ଚିମବଙ୍ଗ ବାରାକପୁରର ନବ ନିର୍ବାଚିତ ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ବୟାନ । ଭ୍ରଷ୍ଟାଚାରୀ ପୁତୁରା ଅଭିଶେକ ବାନାର୍ଜୀଙ୍କୁ ରକ୍ଷା କରିବା ପାଇଁ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି ଅର୍ଜୁନ ।

ମମତା ବାନାର୍ଜୀ କେବଳ ନରେନ୍ଦ୍ର ମୋଦିଙ୍କୁ ଖୁସି କରି ନିଜର ଭ୍ରଷ୍ଟାଚାରୀ ପୁତୁରାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଅର୍ଜୁନ । ନିର୍ବାଚନୀ ପ୍ରଚାରରେ ମଧ୍ୟ ମୋଦି ଓ ଅମିତ ଶାହ ମମତାଙ୍କ ପୁତୁରାଙ୍କୁ ନେଇ ଅନେକ ଚେତାବନୀ ଦେଇଥିଲେ ।

ସାଧାରଣ ନିର୍ବାଚନରେ ମୋଦି ଓ ମମତାଙ୍କ ବାକଯୁଦ୍ଧ ଚର୍ଚ୍ଚାରେ ଥିବାବେଳେ ଦ୍ବିତୀୟ ଥର ପାଇଁ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ମମତାଙ୍କୁ ମିଳିଛି ନିମନ୍ତ୍ରଣ ପତ୍ର । ତେବେ ଏହି ନିମନ୍ତ୍ରଣକୁ ମମତା ଗ୍ରହଣ କରିବେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ମମତା କିନ୍ତୁ ଏହାକୁ ଗ୍ରହଣ କରିଛନ୍ତି । ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ମୋଦିଙ୍କ ନିମନ୍ତ୍ରଣକୁ ନେଇ ମମତା କହିଛନ୍ତି, ‘ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛି । ଏହା ଏକ ଉତ୍ସବ ହୋଇଥିବାରୁ ଆମେମାନେ ସେଠାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛୁ ।’ ପ୍ରକାଶ ଥାଉକି, ଗୁରୁବାର ସନ୍ଧ୍ୟା 7ଟାରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଭବନରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ।

ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ମୋଟ 42ଟି ଲୋକସଭା ଆସନରୁ 18ଟି ଆସନ କବଜା କରିଛି । 2014ରେ ତୃଣମୂଳ କଂଗ୍ରେସ 34ଟି ସିଟ ଅଧିକାର କରିଥିବାବେଳେ 2019ରେ 22ଟି ସିଟ ହାତେଇବାକୁ ସକ୍ଷମ ହୋଇଛି ।

Intro:Body:

dfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.