ETV Bharat / bharat

ଶେଷ ଲଢେଇ ପୂର୍ବରୁ ମୋଦିଙ୍କୁ ମାନହାନୀ ନୋଟିସ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି ।

author img

By

Published : May 18, 2019, 11:44 PM IST

ଫାଇଲ ଫଟୋ

କୋଲକାତା: ରବିବାର ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ହେବ । ତେବେ ଏହା ପୂର୍ବରୁ ମୋଦିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି ମମତାଙ୍କ ଭଣଜା । ଫଳରେ ନିର୍ବାଚନ ଋତୁ ସରି ଆସୁଥିଲେ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସିର ଆରୋପ ପ୍ରତ୍ୟାରୋପ ଜାରି ରହିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି । ମୋଦି ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସେ କୋର୍ଟ ନୋଟିସ ପଠାଇଛନ୍ତି ।

ଗତ ମେ' 15 ତାରିଖରେ ମୋଦି ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରରେ ଆୟୋଜିତ ଏକ ସନସଭାରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏହି ନୋଟିସ୍‌ରେ ଦର୍ଶାଇଛନ୍ତି ଅଭିଷେକ । ମୋଦି ତାଙ୍କୁ ମିଛୁଆ କହିଥିବାରୁ ୩୬ ଘଣ୍ଟା ଭିତରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ ସେ ଦାବି କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ଅଭିଷେକ ବାନାର୍ଜୀ ଡାଇମଣ୍ଡ ହାର୍ବରରୁ ସାଂସଦ ଅଟନ୍ତି । ତେବେ ପିଏମ୍‌ ମୋଦି ଏଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଥିଲେ, ମମତା-ଅଭିଷେକ ପଶ୍ଚିମବଙ୍ଗକୁ ବଦନାମ କରିଛନ୍ତି । ଲୁଟଠାରୁ ଆରମ୍ଭ କରି ହିଂସା କରିବାରେ ଏମାନେ ସବୁବେଳେ ଆଗରେ ରୁହନ୍ତି ବୋଲି ସେ କହିଥିଲେ ।

sample description

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.