ETV Bharat / bharat

କର୍ତ୍ତବ୍ୟରତ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିଜନଙ୍କୁ ଚାକିରୀ ଦେବେ ମମତା ଦିଦି

author img

By

Published : Jul 15, 2020, 7:39 PM IST

ବୁଧବାର ମମତା କହିଛନ୍ତି ଯେ, ତାଙ୍କ ସରକାର ଏବେ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି । ଆଉ ଏହି ସମୟରେ ନିଜ କାର୍ଯ୍ୟ ନିର୍ବାହ କରୁଥିବା କେହି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ, ସେହି ବ୍ୟକ୍ତିଙ୍କ ମୃତ୍ୟୁ ପଶ୍ଚାତ ତାଙ୍କ ପରିଜନଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯିବ ।

wb govt employees who died due to coronavirus
କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ପରିଜନଙ୍କୁ ଚାକିରୀ ଦେବେ ମମତା

କୋଲକତା: କୋରୋନା ମହାମାରୀ ମୁକାବିଲା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ଘୋଷଣା । ବୁଧବାର ମମତା କହିଛନ୍ତି ଯେ, ତାଙ୍କ ସରକାର ଏବେ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି । ଆଉ ଏହି ସମୟରେ ନିଜ କାର୍ଯ୍ୟ ନିର୍ବାହ କରୁଥିବା କେହି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ, ସେହି ବ୍ୟକ୍ତିଙ୍କ ମୃତ୍ୟୁ ପଶ୍ଚାତ ତାଙ୍କ ପରିଜନଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ଭାଇରସ ସଂକ୍ରମଣ କାରଣରୁ ରାଜ୍ୟ ସରକାରଙ୍କ ପାଖାପାଖି 12ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟିଥିବା କର୍ମଚାରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ, ପୋଲିସକର୍ମୀ, ଡାକ୍ତରଙ୍କୁ ପଦକ ଓ ପ୍ରମାଣପତ୍ର ସହ ମଦ୍ୟ ସମ୍ମାନୀତ କରିବେ ।

ଏହାପୂର୍ବରୁ ମମତା ସରକାର ଗତକାଲି(ମଙ୍ଗଳବାର) କହିଥିଲେ ଯେ, କଣ୍ଟେନମେଣ୍ଟ ଜୋନରେ ଲକଡାଉନର ଅବଧି 19 ଜୁଲାଇ ଯାଏଁ ବୃଦ୍ଧି କରିଥିବା କହିଥିଲେ । ଗୃହ ବିଭାଗ ଦ୍ବାରା ଜାରି ହୋଇଥିବା ଅଧିସୂଚନା ଅନୁସାରେ, କୋରୋନା ଭାଇରସରେ ସଂକ୍ରମଣର ମାମଲା କାରଣରୁ ଏହିସବୁ କଣ୍ଟେନମେଣ୍ଟ ଜୋନ ଗୁଡିକରେ ଳକଡାଉନର ଅବଧି 15 ଜୁଲାଇ ପରିବର୍ତ୍ତେ 19 ଜୁଲାଇ ଯାଁଏ ବଢାଇ ଦିଆଯାଇଛି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.