ETV Bharat / bharat

ଦିଲ୍ଲୀ ହିଂସା ମାମଲାରେ ସୁପ୍ରିମକୋର୍ଟ ତଦନ୍ତ କରନ୍ତୁ: ମମତା ବାନାର୍ଜୀ - mamta banarjee demand delhi violence in supremcourt

ଗତ ବୁଧବାର ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ରାଲିକୁ ସମ୍ବୋଧନ କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ହିଂସା ମାମଲାର ସୁପ୍ରିମକୋର୍ଟରେ ତଦନ୍ତ ଦାବି କରିଛନ୍ତି । ଅଧିକ ପଢନ୍ତୁ...

mamta banarjee demand delhi violence in supremcourt
ଦିଲ୍ଲୀ ହିଂସା ମାମଲାର ସୁପ୍ରିମକୋର୍ଟ ତଦନ୍ତ କରନ୍ତୁ
author img

By

Published : Mar 5, 2020, 11:45 AM IST

କୋଲକାତା: ଦିଲ୍ଲୀ ହିଂସା ମାମଲାର ସୁପ୍ରିମକୋର୍ଟ ତଦନ୍ତ ଦାବି କଲେ ମମତା ବାନାର୍ଜୀ। ଗତ ବୁଧବାର ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ରାଲିକୁ ସମ୍ବୋଧନ କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ହିଂସା ମାମଲାର ସୁପ୍ରିମକୋର୍ଟରେ ତଦନ୍ତ ଦାବି କରିଛନ୍ତି।

ଏଥିସହ ମମତା ବାନାର୍ଜୀ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଦିଲ୍ଲୀ ହିଂସା ମାମଲାକୁ ଘୋଡାଇବାକୁ ଯାଇ ବିଜେପି ସରକାର କୋରେନା ଭାଇରସ ପ୍ରକୋପର ବ୍ୟବହାର କରୁଛନ୍ତି । ଏପରିକି ଦିଲ୍ଲୀ ହିଂସା ମାମଲାକୁ ନେଇ ଜନସାଧାରଣଙ୍କ ପ୍ରଶ୍ନକୁ ଏଡ଼ାଇବା ପାଇଁ ବିଜେପି ଏପରି କରୁଥିବା ମମତା ବାନାର୍ଜୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, ଏପର୍ଯ୍ୟନ୍ତ ଦିଲ୍ଲୀ ହିଂସାରେ କେତେ ଲୋକଙ୍କର ମୃତ୍ୟୁ ଘଟିଛି ତାହାର ସ୍ପଷ୍ଟ ତଥ୍ୟ କାହା ପାଖରେ ନାହିଁ । ଏପରିକି କୌଣସି ବିଜେପି ନେତା ଦିଲ୍ଲୀ ହିଂସାର ନିନ୍ଦା କରିନାହାଁନ୍ତି । ଏଣୁ ଦିଲ୍ଲୀ ହିଂସା ପାଇଁ ବିଜେପି ହିଁ ଦାୟୀ ।

ବିଜେପି କେବଳ ପଶ୍ଚିମବଙ୍ଗରେ ଘଟୁଥିବା ପ୍ରତ୍ୟେକ ଘଟଣାରେ ତଦନ୍ତ ଦାବି କରୁଛି । ଏବେ ମୁଁ ଦିଲ୍ଲୀ ହିଂସା ମାମଲାର ସୁପ୍ରିମକୋର୍ଟରେ ନ୍ୟାୟିକ ତଦନ୍ତ ଦାବି କରୁଛି ବୋଲି ମମତା ବାନାର୍ଜୀ କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.