କୋଲକାତା: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପଶ୍ଚିମବଙ୍ଗର ପ୍ରଚାର ମୈଦାନ ଏବେ ରଣକ୍ଷେତ୍ରରେ ପରିଣତ ହୋଇଛି । ପ୍ରଚାରରେ ଆରୋପ ପ୍ରତ୍ୟାରୋପ ଜାରି ରହଥିବା ବେଳେ ମଥୁରାପୁର ଜନସଭାରେ ମମତା ବାନାର୍ଜୀ ମିତ ଶାହା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜେଲ ପଠାଇବାପାଇଁ ମଧ୍ୟ ଧମକ ଦେଇଛନ୍ତି ।
ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କୁ ଟାର୍ଗେଟ କରିବା ସହିତ ମୋଦି ସବୁବେଳେ ମିଛ କହୁଥିବାରୁ ତାଙ୍କୁ ଉଠବସା କରିବା ଦରକାର ବୋଲି କହିଛନ୍ତି ।
ଏଥି ସହିତ ମମତା ନିର୍ବାଚନ ଆୟୋଗଙ୍କୁ ବିଜେପିର ଭାଇ କହିଥିବା ବେଳେ ଏଥିପାଇଁ ସେ ଜେଲ ଯିବାକୁ ତୟାର ଅଛନ୍ତି ବୋଲି କହିଛନ୍ତି । ଅନ୍ୟପକ୍ଷରେ ମମତା ଅମିତ ଶାହା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜେଲ ପଠାଇବାପାଇଁ ମଧ୍ୟ ଧମକ ଦେଇଛନ୍ତି ।