ETV Bharat / bharat

ମୋଦିଙ୍କ ବୈଠକ ପରେ ମମତାଙ୍କ ପ୍ରତିକ୍ରିୟା, ଖାଦ୍ୟ ସାମଗ୍ରୀ ପରିବର୍ତ୍ତେ ମିଳୁଛି ଭାଷଣ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

mamata banerjee
ମୋଦିଙ୍କ ବୈଠକ ପରେ ମମତାଙ୍କ ପ୍ରତିକ୍ରିୟା
author img

By

Published : Apr 28, 2020, 9:59 AM IST

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗୋଟେ ପଟେ କେନ୍ଦ୍ର ସରକାର ଲକଡାଉନ ନିୟମକୁ କଡାକଡି ପାଳନ କରାଯିବା ଉଚିତ ବୋଲି କହୁଛନ୍ତି ଅନ୍ୟ ପଟେ ଦୋକାନ ଖୋଲିବାକୁ କୁହାଯାଉଛି। ଯଦି ଆମେ ଦୋକାନ ଖୋଲିବା ତେବେ ଲକଡାଉନ୍ କିପରି ପାଳନ ହେବ । ମମତା କହିଛନ୍ତି, ଉଭୟ ଜିନିଷ ଗୋଟିଏ ସମୟରେ କିପରି ହୋଇପାରେ ।

ରାଜ୍ୟରେ ରେଡ୍, ଅରେଞ୍ଜ ଓ ଗ୍ରୀନ ଜୋନ୍ ରହିଛି ଓ ଏହା ପରିବର୍ତ୍ତନ ମଧ୍ୟ କରାଯାଉଛି । ଏଥିପାଇଁ ଆମେ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ଯ। ଆମେ ଆଶା କରୁଛୁ ଯେ କେନ୍ଦ୍ର କୌଣସି ଚିଠି ନ ପଠାଇ ସ୍ପଷ୍ଟତା ଜାରି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମମତା ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକରେ ଅନେକ ମୁଖ୍ୟମନ୍ତ୍ରୀଙ୍କୁ କହିବାର ସୁଯୋଗ ଦିଆଯାଇ ନାହିଁ।

ଏଥିସହ ପ୍ରଧାନମନ୍ତ୍ରୀ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ମଧ୍ୟ କହିଛନ୍ତି । ଯେଉଁ ରାଜ୍ୟଗୁଡିକରେ କୋରୋନା ସଂକ୍ରମଣ ଅଧିକ ଅଛନ୍ତି ସେମାନଙ୍କୁ ଏଥିପାଇଁ ଦାୟୀ କରାଯାଇପାରିବ ନାହିଁ ଓ ଏଥିସହ ମୁଁ ସହମତ ବୋଲି ମମତା କହିଛନ୍ତି । ଆମେ ଖାଦ୍ୟସାମଗ୍ରୀ ବଦଳରେ କେବଳ ଭାଷଣ ପାଉଛୁ। ଆମେ କୋରୋନା ଯୁଦ୍ଧରେ ଅତ୍ୟଧିକ ଖର୍ଚ୍ଚ କରୁଛୁ । 5 ଲକ୍ଷ ପିପିଇ କିଟରୁ ଆରମ୍ଭ କରି ଭେଣ୍ଟିଲେଟର ପାଇଁ ଖର୍ଚ୍ଚ କରୁଛୁ । ଏତେ ଟଙ୍କା କେଉଁଠୁ ଆସିବ ? ଆମେ ମାସକୁ 5000 କୋଟି ଖର୍ଚ୍ଚ କରୁଛୁ । ଏହା ଏକ ବିପୁଳ ପରିମାଣ । ପ୍ରତିଦିନ ଅନେକ ଚ୍ୟାଲେଞ୍ଜ ସାମ୍ନାରେ ରହୁଛି । ଆମେ ଏକ ଗରିବ ସରକାର। ଆମେ କେବଳ ଖର୍ଚ୍ଚ କରୁଛୁ, ରୋଜଗାର କିନ୍ତୁ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି ।

https://aajtak.intoday.in/story/west-bengal-cm-mamata-banerjee-attack-on-central-govt-after-meeting-with-pm-modi-lockdown-open-shop-1-1185098.html

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.