ETV Bharat / bharat

ମଣିଷ ବଦଳରେ ପ୍ରାର୍ଥୀଙ୍କ ପ୍ରତିମୂର୍ତ୍ତି ମାଗୁଛି ଭୋଟ, ଦେଖନ୍ତୁ ଭାଇରାଲ ଭିଡିଓ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ରହିଛି ଅଲଗା ପ୍ରକାର ସ୍ବାଗ । ଅଭିଷେକ ନିର୍ବାଚନ ପ୍ରଚାର କରିବାକୁ ଚାହାନ୍ତି ଓ ଖରାରୁ ରକ୍ଷା ପାଇବାକୁ ମଧ୍ୟ । ପୁଣି ସେ ପ୍ରଚାର କେମିତି କରିଲେ, ଦେଖନ୍ତୁ ତାହାର ଭାଇରାଲ ଭିଡିଓ ।

author img

By

Published : Apr 28, 2019, 11:21 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

କୋଲକାତା: ଲୋକସଭା ନିର୍ବାଚନ ପାଇଁ ନିଜ ନିଜ ଦଳର ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ରାଜନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଦିନ ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି କରୁଛନ୍ତି ନିର୍ବାଚନୀ ସଭା । ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ରହିଛି ଅଲଗା ପ୍ରକାର ସ୍ବାଗ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର

ଅଭିଷେକ ନିର୍ବାଚନ ପ୍ରଚାର କରିବାକୁ ଚାହାନ୍ତି ଓ ଖରାରୁ ରକ୍ଷା ପାଇବାକୁ ମଧ୍ୟ । ପୁଣି ସେ ପ୍ରଚାର କେମିତି କରିଲେ, ଦେଖନ୍ତୁ ତାହାର ଭାଇରାଲ ଭିଡିଓ । ଏହି ଭିଡିଓରେ ଅଭିଷେକ ଖୋଲା ଜିପରେ ଛିଡା ହେବାର ଦେଖାଯାଉଛି ।

ତାଙ୍କ ସହ କାର୍ଯ୍ୟକର୍ତ୍ତା ନାରାବାଜି କରୁଥିବାର ଦେଖା ଯାଉଛି । ମାତ୍ର ଯିଏ ଜିପରେ ବସିଛନ୍ତି ସିଏ ଅଭିଷେକ ବାନାର୍ଜୀ ନୁହନ୍ତି । ଏହା ହେଉଛି ତାଙ୍କ ଷ୍ଟେଚ୍ୟୁ ବା ପ୍ରତିମୂର୍ତ୍ତି । କାର୍ଯ୍ୟକର୍ତ୍ତା ଓ ସମର୍ଥକ ଖରାରେ ତାଙ୍କ ପାଇଁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷେ ସେ ନିଜ ଶକ୍ତିକୁ ଅପଚୟ କରିବାକୁ ନାରାଜ । ଅଭିଷେକ ଡାୟମଣ୍ଡ ହାର୍ବର ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.