ETV Bharat / bharat

କୋରୋନା ଭୟ: ଚେନ୍ନାଇରେ ସମସ୍ତ ସ୍କୁଲ କଲେଜ ବନ୍ଦ - chennai news

କୋରୋନାକୁ ନେଇ ଜାଗ୍ରତ ହୋଇଉଠିଛି ଚେନ୍ନାଇ ପ୍ରଶାସନ। ମଙ୍ଗଳବାର ବନ୍ଦ କରାଯାଇଛି ସମସ୍ତ ସ୍କୁଲ ଓ କଲେଜ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Malls and theatres closed in Chennai
ଚେନ୍ନାଇରେ ସମସ୍ତ ସ୍କୁଲ କଲେଜ ବନ୍ଦ
author img

By

Published : Mar 17, 2020, 11:56 PM IST

ଚେନ୍ନାଇ: କୋରୋନା ଭାଇରସ କୋପରେ ଥରହର ସମଗ୍ର ବିଶ୍ବ । ପ୍ରତ୍ୟେକ ଦିନ ଗଡୁଛି ଶହ ଶହ ମୁଣ୍ଡ । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତା ଗ୍ରହଣ କରାଯାଉଛି। ଏକାଧିକ ଲୋକଙ୍କ ସଂସ୍ପର୍ଶରେ ନ ଆସିବା ସହ ଜନଗହଳି ସ୍ଥାନକୁ ନଯିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯାହାକୁ ନେଇ ଚେନ୍ନାଇରେ କୋରୋନା ପାଇଁ ରାଜ୍ୟର ସମସ୍ତ ଦୋକାନ, ବଜାର, ମଲ୍‌, ପାର୍କ ଓ ସିନେମା ହଲ ଦର୍ଶନୀୟ ସ୍ଥାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନ ଦିଆଯିବା ଯାଏଁ ଏସବୁ ନଖୋଲିବାକୁ କୁହାଯାଇଛି ।

ସୂଚନାମୁତାବକ, ସାରା ବିଶ୍ବରେ 155 ଦେଶରେ କୋରୋନା ଆତଙ୍କ ଖେଳାଇଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା 137କୁ ବୃଦ୍ଧି ପାଇଥିବାବେଳେ ତାମିଲନାଡୁରେ ଜଣେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.