ETV Bharat / bharat

ଲକଡାଉନ 2.0: ବସ ନୁହେଁ, ଫ୍ୟାମିଲିମେନ ବନିବାର ସମୟ

ଏହି ସମୟରେ ଆପଣ ନିଜ ପରିବାରକୁ ସମୟ ଦିଅନ୍ତୁ । ସେମାନଙ୍କ ଠାରୁ ଦୂରରେ ରହି ଆପଣ ଅନେକ କିଛି ହରାଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 22, 2020, 6:58 PM IST

ଲକଡାଉନ 2.0: ବସ ନୁହେଁ, ଫ୍ୟାମିଲିମେନ ବନିବାର ସମୟ
ଲକଡାଉନ 2.0: ବସ ନୁହେଁ, ଫ୍ୟାମିଲିମେନ ବନିବାର ସମୟ

ହାଇଦ୍ରାବାଦ: ଲକଡାଉନର ସମୟ । ଘରେ ବସିବା ଛଡା ଦ୍ବିତୀୟ ଉପାୟ କିଛି ନାହିଁ । ତେବେ ଘରେ ଦିନ ତମାମ କେମିତି ବସି ରହିବା, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଆଜି ଆମେ ଆପଣଙ୍କ ସମୟ କିପରି କଟିବ ସେନେଇ ବତାଇବୁ କିଛି ଟିପ୍ସ ।

ବର୍ତ୍ତମାନ ଆପଣଙ୍କ ପାଖରେ ଅସୀମିତ ସମୟ ରହିଛି ଯାହାର ସଠିକ ଉପଯୋଗ କରିପାରିବେ । କାରଣ ଥରେ ଏହି ପରିସ୍ଥିତି ବଦଳିଗଲେ ଆଗକୁ ଆପଣଙ୍କୁ ଏହି ସମୟ ଆଉ ମିଳିବ ନାହିଁ । ପୁଣିଥରେ ଆପଣ ଆଗ ଭଳି ବ୍ୟସ୍ତ ହୋଇଯିବେ । କାମ ଚାପରେ ଆପଣ ନିଜ ଶରୀର ଓ ପରିବାର ପ୍ରତି ସମୟ ଦେଇପାରିନଥିବେ । ଏବେ ସମୟ ଆସିଛି ଘରେ ରହି ଉଭୟ ଦିଗ ପ୍ରତି ଧ୍ୟାନ ଦେଇପାରିବେ । ଅଫିସ ଓ କମ୍ପୁଟରରେ ବ୍ୟସ୍ତ ରହି ନିଜ ଜୀବନର ଏକ ସୁନ୍ଦର ଦିଗକୁ ଆପଣ ଭୁଲିଯାଇଥିବେ । ଯାହାକୁ ଆପଣ ଏବେ ଉପଭୋଗ କରିପାରିବେ । ଏବେ ଆପଣଙ୍କ ପାଇଁ ଅଫିସର ବସ କିମ୍ବା ମାଲିକ ବନିବାର ସମୟ ନୁହେଁ । ଏବେ ଆପଣ ବନିଯାଆନ୍ତୁ ଫ୍ୟାମିଲିମେନ ।

ଏହି ସମୟରେ ଆପଣ ନିଜ ପରିବାରକୁ ସମୟ ଦିଅନ୍ତୁ । ସେମାନଙ୍କଠାରୁ ଦୂରରେ ରହି ଆପଣ ଅନେକ କିଛି ହରାଇଛନ୍ତି । ପରିବାର ଲୋକେ ମଧ୍ୟ ଆପଣଙ୍କ ସହ ମୂଲ୍ୟବାନ ସମୟ କାଟିବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ଏବେ ପୂରଣ କରିବାର ସମୟ ଆସିଯାଇଛି । ନିଜ ସ୍ତ୍ରୀ ଓ ମାଆଙ୍କୁ କାମରେ ସାହାଯ୍ୟ କରନ୍ତୁ । ଘର ସଫା କରିବା ସହ ଘରକୁ ଏକ ନୂଆ ରୂପ ଦିଅନ୍ତୁ । ସାଜସଜ୍ଜାରେ ଆପଣଙ୍କ ରୁଚି ଏବେ କାମରେ ଆସିପାରେ । ହୋମ ଡିଜାଇନିଂରେ ଯଦି ଇଚ୍ଛା ଅଛି ତେବେ ଏବେ ତାହା ଦେଖାଇଦିଅନ୍ତୁ ।

ପରିବାରଲୋକଙ୍କ ସହ ଫିଲ୍ମ ଦେଖନ୍ତୁ । ଟିଭିରେ ବିଭିନ୍ନ ପ୍ରକାର ଫିଲ୍ମ ଓ ସିରିଏଲ ଦେଖନ୍ତୁ । ବର୍ତ୍ତମାନ ସମସ୍ତ ଶୋ’ର ରିପିଟ ଟେଲିକାଷ୍ଟ ହେଉଛି । ରିୟଲିଟି ଶୋ, ପୌରାଣିକ ଧାରାବାହିକ, କମର୍ସିଆଲ ସିରିଏଲ ପ୍ରଭୃତି ପୁଣିଥରେ ଆରମ୍ଭ ହେଉଛି । ପିଲାଙ୍କ ସହ ଏସବୁ ଦେଖନ୍ତୁ ଓ ସେମାନଙ୍କୁ ବିଭିନ୍ନ ପୌରାଣିକ କାହାଣୀରୁ ଶିକ୍ଷା ଦିଅନ୍ତୁ । ସ୍ତ୍ରୀଙ୍କ ସହ ରୋମାଣ୍ଟିକ ଫିଲ୍ମ ଦେଖନ୍ତୁ । ଆପଣଙ୍କ ହଜିଯାଇଥିବା ରୋମାନ୍ସକୁ ପୁଣି ଫେରାଇ ଆଣନ୍ତୁ । ନିଜ ସମ୍ପର୍କୀୟଙ୍କ ସହ ଭିଡିଓ କଲରେ କଥା ହୁଅନ୍ତୁ । ଯାହା ସହ କାମବ୍ୟସ୍ତତାରୁ କଥା ହୋଇନାହାନ୍ତି ତା’ସହ ଆଜି ମନଭୋରି କଥା ହୁଅନ୍ତୁ ।

ଏବେ ସମୟ ଆସିଛି ଟିକେ ଆଧୁନିକତାକୁ ଆପଣାନ୍ତୁ । ପିଲାଙ୍କ ସହ ମିଶି ଗେମ ଖେଳନ୍ତୁ । ବିଭିନ୍ନ ଆପ୍‌ ବିଷୟରେ ଜାଣନ୍ତୁ । ଅନଲାଇନ ଆପ୍‌ରେ ଅନେକ ଫିଲ୍ମ ଦେଖିବା ସହ କିପରି ବିଭିନ୍ନ ଶିକ୍ଷଣୀୟ କଥା ଶିଖିପାରିବେ ପିଲାଙ୍କୁ ବତାନ୍ତୁ । ସେମାନଙ୍କ ସହ ପାଠପଢା, ପାଠ୍ୟକ୍ରମ, ସ୍କୁଲ, କଲେଜର ବାତାବରଣ, ସାଙ୍ଗସାଥୀଙ୍କ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ । ଫଳରେ ସେମାନଙ୍କ ଭିତରର ଭୟ ଦୂର ହେବା ସହ ସେମାନେ ଆପଣଙ୍କୁ ସବୁ ସମସ୍ୟା କହିବେ । ପରିବାର ସହ ଆପଣଙ୍କର ଏହି ମୂଲ୍ୟବାନ ସମୟ ନିଶ୍ଚିତ ଆଗକୁ ଗୋଟିଏ ଭଲ ସ୍ମୃତି ହୋଇରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.