ନ୍ୟୁୟର୍କ: ବର୍ତ୍ତମାନ ସମୟରେ ଖାଦ୍ୟର ମାନ ପରିବର୍ତ୍ତନ ସହ ବଢିଚାଲିଛି ନୂଆ ରୋଗର ପ୍ରକାରଭେବ । ତେବେ ହୃଦରୋଗ ସବୁଠାରୁ ଜଟିଳ ଓ ଅସାଧ୍ୟ ରୋଗ ବୋଲି କୁହାଯାଉଥିବା ବେଳେ ଏହା କିଛି ନିର୍ଦ୍ଧିଷ୍ଟ ଜିନିଷ ଉପରେ ନିର୍ଭରଶୀଳ ହୋଇନଥାଏ । କିନ୍ତୁ ଏହାକୁ ଆପଣ ଚାହିଁଲେ ପିଲାମାନଙ୍କଠାରୁ ଦୂରେଇ ରଖିପାରିବେ । ଏଥିପାଇଁ ଆବଶ୍ୟକ କିଛି ଧୈର୍ଯ୍ୟ ଓ ନୂଆ କିଛି କରିବାର ଜୋଶ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଛୁଆଟି ବେଳୁ ପିଲାମାନଙ୍କ ଖାଦ୍ୟାଭ୍ୟାସ ଉପରେ ପର୍ଯ୍ୟାପ୍ତ ନଜର ରଖନ୍ତୁ ।
ପିଲାମାନଙ୍କ ଖାଦ୍ୟାଭ୍ୟାସରେ ଦୈନିକ କିଛି ନୂଆ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ । ନିକଟରେ ଏନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣା ପଡିଛି କି ପିଲାମାନଙ୍କୁ ଖାଦ୍ୟାଭ୍ୟାସ ଛୁଆରୁ ଯେତିକି ସୁସ୍ଥ ରହିବ ବଡ ହେଲେ ସେମାନଙ୍କ ଦେହରେ ହୃଦରୋଗର ଆଶଙ୍କା ସେତିକି କମ ରହିବ । ଏଥିପାଇଁ ଅଭିଭାବକ ଓ କେୟାରଟେକରମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ହେବ ।
ପିଲାମାନଙ୍କୁ ଖାଇବା ପାଇଁ ସବୁବେଳେ ବାଧ୍ୟ କରାନ୍ତୁ ନାହିଁ । ମ୍ୟାନର ନାଁରେ ପିଲାଙ୍କୁ ସେମାନଙ୍କ ଇଚ୍ଛା ମୁତାବକ ଖାଇବାରେ ବାରଣ କରନ୍ତୁ ନାହିଁ । ଏହା ବଦଳରେ ପିଲାମାନଙ୍କୁ ନିଜ ଖାଦ୍ୟ ନିଜେ ବାଛିବା ଶିଖାନ୍ତୁ । ପିଲାମାନଙ୍କୁ ସେମାନଙ୍କୁ ଖାଦ୍ୟକୁ ଭଲପାଇବା ଶିଖାନ୍ତୁ । ଖାଇବା ପାଇଁ ପିଲାମାନେ ଯେପରି ପର୍ଯ୍ୟାପ୍ତ ସମୟ ପାଇବେ ତାହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ବାରମ୍ବାର ପିଲାଙ୍କୁ ବାଧ୍ୟବାଧକତାରେ ଖାଇବାକୁ କୁହନ୍ତୁ ନାହିଁ । ତେବେ ପିଲାମାନେ କିପରି ଭଲ ଖାଦ୍ୟ ଚୟନ କରିବେ ସେଥିପାଇଁ ସେମାନଙ୍କ ସାମ୍ନାରେ କିଛି ହେଲଦି ଖାଦ୍ୟର ଅପ୍ସନ ରଖନ୍ତୁ । ଏଥିପାଇଁ ହୁଏତ ଆପଣଙ୍କୁ ମଧ୍ୟ ନିଜ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ କରିବାକୁ ପଡିପାରେ ।
ପିଲାମାନେ ବଡଙ୍କ କଥା ଅପେକ୍ଷା ସେମାନଙ୍କ ବ୍ୟବହାର ଓ କାର୍ଯ୍ୟକଳାପରୁ ବେଶି ଶିଖିଥାଆନ୍ତି । ତେଣୁ ଆପଣଙ୍କ ପରିବେଶରେ କିପରି ଖାଦ୍ୟକୁ ସମ୍ମାନ ଦିଆଯିବ ତାହାର ବ୍ୟବସ୍ଥା କରନ୍ତୁ । ଏଥିସହ ପିଲାମାନେ କିପରି ସମୟରେ ଓ ଭଲ ଖାଦ୍ୟ ଖାଇବେ ସେନେଇ ଚିନ୍ତା କରନ୍ତୁ ।
@IANS