ETV Bharat / bharat

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରେସରେ ଚାଷୀ, ରାଜ୍ୟପାଳଙ୍କୁ ଦେଲେ ପ୍ରସ୍ତାବ - ଚିଠି ଲେଖି ମୁଖ୍ୟମନ୍ତ୍ରୀ ହେବା ପାଇଁ ଇଚ୍ଛା

ବାଡମୌଲି ଅନ୍ତର୍ଗତ କେଜ୍‌ ତାଲୁକ ଗ୍ରାମର ଚାଷୀ ଶ୍ରୀକାନ୍ତ ବିଷ୍ଣୁ ଗାଦଲେ ଗୁରୁବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଦେଇଛନ୍ତି । ଏଥିରେ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ....

ଡିଜାଇନ ଫଟୋ
author img

By

Published : Nov 1, 2019, 5:45 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ମହାଭାରତ ଜାରି ରହିଛି । କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଏବେ ମହା ସସପେନ୍ସରେ । ଏପରି ସମୟରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟର ଜଣେ ଚାଷୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ବିଡ୍‌ ଜିଲ୍ଲାର ଚାଷୀ ବିଜେପି-ଶିବସେନା ମଧ୍ୟରେ ସିଏମ୍‌ ସିଟ୍‌କୁ ନେଇ ଲାଗି ରହିଥିବା କଳିର ସମାଧାନ ପାଇଁ ରାଜ୍ୟପାଳଙ୍କୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଇଚ୍ଛା ଜାହିର କରିଛନ୍ତି । ବାଡମୌଲି ଅନ୍ତର୍ଗତ କେଜ୍‌ ତାଲୁକ ଗ୍ରାମର ଚାଷୀ ଶ୍ରୀକାନ୍ତ ବିଷ୍ଣୁ ଗାଦଲେ ଗୁରୁବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଚିଠି ଦେଇଛନ୍ତି ।

Make me CM
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚିଠିରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବି ଉଲ୍ଲେଖ କରିବା ସହ ରାଜ୍ୟରେ ଚାଷୀକୂଳଙ୍କ ଦୟନୀୟ ପରିସ୍ଥିତିକୁ ସେ ରାଜ୍ୟାପାଳଙ୍କୁ ଅବଗତ କରିବା ପାଇଁ ଲେଖିଛନ୍ତି । ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଫଳରେ ଫସଲ ନଷ୍ଟ କାରଣରୁ ଅନେକ କ୍ଷତି ସହିଛନ୍ତି ଚାଷୀ । ଏପରିସ୍ଥଳେ ସରକାର ଚାଷୀଙ୍କ ପାଇଁ ଚିନ୍ତା କରିବା ଆବଶ୍ୟକ । ମାତ୍ର କିଏ ମୁଖ୍ୟମନ୍ତ୍ରୀ ହେବ ତାହୁ ନେଇ ବିଜେପି-ଶିବସେନା ମଧ୍ୟରେ ଟଣାଓଟରା ଜାରି ରହିଛି । ଫଳରେ ଚାଷୀଙ୍କ ସମସ୍ୟା ଏବେ ସରକାରଙ୍କ ପାଇଁ ଅଦରକାରୀ ପ୍ରସଙ୍ଗ ପାଲଟିଛି । ଏପରିସ୍ଥଳେ ରାଜ୍ୟରେ ଯଥାଶୀଘ୍ର ଏକ ସରକାର ଆବଶ୍ୟକ ରହିଛି ।

ଶିବସେନା -ବିଜେପିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ନିଷ୍କର୍ସ ନବାହାରିବା ଯାଏଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସି ଶାସନ ଚଳାଇବା ପାଇଁ ଚିଠି ଲେଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ହେଲା ପରେ ଚାଷୀଙ୍କ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବା କଥା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାସହ ଚାଷୀ ମାନେ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ସମସ୍ୟା ସମାଧାନ ପାଇଁ ଚିଠି ଲେଖିଥିଲେ । ଯଦି ଚାଷୀଙ୍କ ସମସ୍ୟାର ସମାଧାନ ଖୁବଶୀଘ୍ର ନହୁଏ ତେବେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Intro:Body:

RAKESH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.