ETV Bharat / bharat

ବିଜେପିର ସଂଖ୍ୟା ଗରିଷ୍ଠତା ଭିତ୍ତିକ ରାଜନୀତି ଏବଂ ଆମେରିକାର ସାନ୍ନିଧ୍ୟ ଯୋଗୁଁ ଇରାନ ସହ ସମ୍ବନ୍ଧ ବଦଳିଯାଇଛି: ପୂର୍ବତନ ରାଷ୍ଟ୍ରଦୂତ

author img

By

Published : Jul 19, 2020, 9:28 PM IST

628 କିଲୋମିଟର ଚାବହାର-ଜାହଦାନ ରେଳ ଲାଇନ ନିର୍ମାଣ ପାଇଁ ତେହେରାନର ନିଷ୍ପତ୍ତି ଉପରେ ପୂର୍ବତନ କୂଟନୀତିଜ୍ଞ କେ.ସି ସିଂ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ମୋଦି ସରକାରଙ୍କ ପ୍ରମୁଖ ଘରୋଇ ରାଜନୀତି ଏବଂ ୱାଶିଂଟନ୍ ଡିସିର ନିକଟତରତା ତେହେରାନର ଧାରଣାକୁ ବଦଳାଇ ଦେଇଛି । ଅଧିକ ପଢନ୍ତୁ...

ବିଜେପିର ସଂଖ୍ୟାଗରିଷ୍ଠତା ଭିତ୍ତିକ ରାଜନୀତି ଏବଂ ଆମେରିକାର ସାନ୍ନିଧ୍ୟ ଯୋଗୁଁ ଇରାନ ସହ ସମ୍ବନ୍ଧ ବଦଳିଯାଇଛି: ପୂର୍ବତନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ପ୍ରତିବନ୍ଧକ ଜାରି ଆଶଙ୍କା କରି ପୁଞ୍ଜି ବିନିଯୋଗରେ ବିଳମ୍ବ କରିବା କାରଣରୁ ଆଫଗାନିସ୍ତାନ ସୀମା ଦେଇ ଯାଇଥିବା ଇରାନର ଏକ ପ୍ରମୁଖ ରେଳବାଇ ପ୍ରକଳ୍ପରୁ ଭାରତ ବାଦ୍‌ ପଡ଼ିଲା କି ? ଚାବହାର ବନ୍ଦର ଏବଂ ଚାବହାର-ଜାହେଦାନ ରେଳ ପ୍ରକଳ୍ପ ସଂପର୍କରେ ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ରିପୋର୍ଟ ‘ଅନୁମାନ ଭିତ୍ତିକ’ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ସମୟରେ ଆଫଗାନିସ୍ତାନର ଜରଂଜ ପର୍ଯ୍ୟନ୍ତ ସଂପ୍ରସାରିତ ହେବାକୁ ଥିବା ଚାବାହର ବନ୍ଦରରୁ ଜାହେଦାନ ପର୍ଯ୍ୟନ୍ତ 628 କିଲୋମିଟର ରେଳ ଲାଇନ୍‌ ନିର୍ମାଣ ନିମନ୍ତେ, ଚାରି ବର୍ଷ ତଳେ ଭାରତ ଓ ଇରାନ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା । କିନ୍ତୁ ରିପୋର୍ଟ ଅନୁସାରେ, ଇରାନ ନିଜସ୍ବ ଉଦ୍ୟମରେ ଏହି ନିର୍ମାଣ କାର୍ଯ୍ୟ କରିବ ବୋଲି ସ୍ଥିର କରି ଗତ ସପ୍ତାହରେ ରେଳ ଲାଇନ୍‌ ବିସ୍ତାର ଲାଗି କାର୍ଯ୍ୟାରମ୍ଭ ଉତ୍ସବ କରିଥିଲା । ‘ଦି ହିନ୍ଦୁ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଇରାନ ଓ ଏହା ସହ ବ୍ୟବସାୟ କରୁଥିବା ଦେଶ କିମ୍ବା ସଂସ୍ଥା ବିରୋଧରେ ଆମେରିକା ପ୍ରତିବନ୍ଧକ ଜାରି କରିବା ଆଶଙ୍କାରେ ଜାହେଦାନ୍‌- ଚାବାହର ରେଳପଥ ପ୍ରକଳ୍ପରେ ଭାରତ ପୁଞ୍ଜି ବିନିଯୋଗ କରିବାକୁ ସ୍ପଷ୍ଟତଃ ଅନିଚ୍ଛା ପ୍ରକାଶ କରିବା କାରଣରୁ ଭାରତକୁ ଏହି ପ୍ରକଳ୍ପରୁ ବାଦ୍‌ ଦିଆଯାଇଛି ।

ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, “ପ୍ରସ୍ତାବିତ ରେଳପଥ ପ୍ରସଙ୍ଗରେ କହିବାକୁ ଗଲେ, ଏହି ପ୍ରକଳ୍ପର ସମ୍ଭାବ୍ୟ କାର୍ଯ୍ୟକାରିତା ଆକଳନ ଲାଗି ଭାରତ ସରକାର ରେଳବାଇ ନିର୍ମାଣ କମ୍ପାନି ନିଗମ-IRCONକୁ ନିଯୁକ୍ତି ଦେଇଥିଲେ । ଏହା ଇରାନର ରେଳବାଇ ମନ୍ତ୍ରାଳୟ ଦ୍ବାରା ପରିଚାଳିତ ‘କନ୍‌ଷ୍ଟ୍ରକ୍‌ସନ ଆଣ୍ଡ ଡେଭଲପମେଣ୍ଟ ଅଫ ଟ୍ରାନ୍‌ସପୋର୍ଟେସନ୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନି’ CDTIC ସହ ମିଶି କାମ କରୁଥିଲା । IRCON ନିର୍ମାଣ ସ୍ଥଳ ନିରୀକ୍ଷଣ କରିବା ସହିତ ସମ୍ଭାବ୍ୟ କାର୍ଯ୍ୟକାରିତା ରିପୋର୍ଟର ସମୀକ୍ଷା କରିସାରିଥିଲା ।”

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସେ ସ୍ପଷ୍ଟ ରୂପେ ଅସ୍ବୀକାର କରି ନଥିଲେ ମଧ୍ୟ ଆଫଗାନିସ୍ତାନ ବାଟ ଦେଇ କେନ୍ଦ୍ରୀୟ ଏସିଆରେ ପ୍ରବେଶ କରିବା ପାଇଁ ରଣନୈତିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ବୋଲି କୁହାଯାଉଥିବା ଏହି ପ୍ରକଳ୍ପରେ ଭାରତ ପୁଣି ଯୋଗ ଦେବା ଲାଗି ଦ୍ବାର ଉନ୍ମୁକ୍ତ ରହିଛି ବୋଲି ମୁଖପାତ୍ର ସଂକେତ ଦେଇଥିଲେ । ଅନୁରାଗ ଶ୍ରୀବାସ୍ତବ କହିଲେ, “ତା’ପରେ ପ୍ରକଳ୍ପର ଅନ୍ୟାନ୍ୟ ପ୍ରାସଙ୍ଗିକ ଦିଗ ଉପରେ ଆଲୋଚନା ହୋଇଥିଲା ଏବଂ ଏଥିରେ ଇରାନ ଏବେ ସମ୍ମୁଖୀନ ହେଉଥିବା ଆର୍ଥିକ ସଂକଟକୁ ବିଚାରକୁ ନିଆଯାଇଥିଲା । 2019 ଡିସେମ୍ବରରେ ତେହରାନରେ ଅନୁଷ୍ଠିତ 19ତମ ଭାରତ-ଇରାନ ଯୁଗ୍ମ କମିଶନ ବୈଠକରେ ଏହି ସମସ୍ତ ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା । ଅସମାହିତ ବୈଷୟିକ ଏବଂ ଆର୍ଥିକ ସମସ୍ୟା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ଲାଗି ଇରାନ ପକ୍ଷରୁ ଏକ କ୍ଷମତାପ୍ରାପ୍ତ ସଂସ୍ଥା ମନୋନୀତ କରାଯିବାର ଥିଲା । ଆମେ ଏ ପର୍ଯ୍ୟନ୍ତ ତାହାକୁ ଅପେକ୍ଷା କରିଛୁ ।”

2016ରେ ସ୍ବାକ୍ଷରିତ ଏକ ବୁଝାମଣାପତ୍ରରେ, ପ୍ରାୟ 1.6 ବିଲିଅନ୍‌ (ଶହ କୋଟି) ଡଲାର ବ୍ୟୟବରାଦ ସମ୍ବଳିତ ଏହି ପ୍ରକଳ୍ପ ଲାଗି ସମସ୍ତ ପ୍ରକାର ସେବା ଓ ପାଣ୍ଠି ଯୋଗାଇ ଦେବାକୁ ଭାରତ ସରକାରଙ୍କ ପରାମର୍ଶଦାତା ସଂସ୍ଥା IRCON ସମ୍ମତ ହୋଇଥିଲା । ଇରାନ୍‌ ରାଷ୍ଟ୍ରପତି ରୋହାନି ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ଘନିଙ୍କ ସହିତ ଚାବାହର ବୁଝାମଣାରେ ସ୍ବାକ୍ଷର କରିବା ଲାଗି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେହରାନ ଗସ୍ତ ସମୟରେ ଏହି ସମ୍ମତି ପ୍ରକାଶ ପାଇଥିଲା । ପାକିସ୍ତାନ କାରଣରୁ ଭାରତରୁ କାବୁଲକୁ ସଡ଼କ ପଥ ଦେଇ କାରବାର ହୋଇପାରୁ ନଥିବାରୁ, କ୍ଷେତ୍ରୀୟ ସଂଯୋଗ ସ୍ଥାପନ ଉପରେ ଗୁରୁତ୍ବାରୋପ କରାଯାଇ ସେତେବେଳେ ବେଶ୍‌ ଧୂମଧାମରେ ଏହି ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏକ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ‘ଦି ହିନ୍ଦୁ’ର ବୈଦେଶିକ ବ୍ୟାପାର ସଂପାଦିକା ସୁହାସିନୀ ହାଇଦର କହିଥିଲେ, “ଭାରତ ଓ ଆଫଗାନିସ୍ତାନ ଏବଂ ଭାରତ ଓ କେନ୍ଦ୍ରୀୟ ଏସିଆ ମଧ୍ୟରେ ବାଣିଜ୍ୟ କ୍ଷେତ୍ରରେ ପଡ଼ୋଶୀ ପାକିସ୍ତାନ କ୍ରମାଗତ ଭାବେ ଅନଧିକାର ଦଖଲ ଦେବା ସହିତ ଏଥିରେ ବାଧା ସୃଷ୍ଟି କରୁଥିବା କିମ୍ବା ଏହାକୁ ବନ୍ଦ କରିଦେଉଥିବା ସମସ୍ୟାରୁ ମୁକୁଳି ଯିବା ପାଇଁ ଭୌଗୋଳିକ-ରାଜନୈତିକ ଦୃଷ୍ଟିକୋଣରୁ ଚାବାହରର ଅବସ୍ଥିତି ଭାରତ ପାଇଁ ଏକ ଉତ୍କୃଷ୍ଟ ପ୍ରବେଶ ଦ୍ବାର ପ୍ରମାଣିତ ହେବ । ପଶ୍ଚିମରେ ଥିବା ପଡ଼ୋଶୀ ସହ କୌଣସି ପ୍ରକାର ବାସ୍ତବ ସଂପର୍କ ସ୍ଥାପନର ଆଶା ନଥିବାରୁ ବହୁ ଦଶନ୍ଧି ଧରି ଭାରତ ଏକପ୍ରକାର ଅକ୍ଷମ ଅବସ୍ଥାରେ ରହିଛି । ତେଣୁ ଚାବାହର ଯୋଗୁଁ ପାକିସ୍ତାନ ନାମକ ସମସ୍ୟାରୁ ଦୂରେଇ ଯାଇ, ଭାରତ ଆଫଗାନିସ୍ତାନରେ ପହଞ୍ଚି ପାରିବ ଏବଂ ତା’ପରେ ନିର୍ଦ୍ଦିଷ୍ଟ ଭାବରେ ଏହି ରେଳଲାଇନ୍‌ ଯୋଗୁଁ ତୁର୍କମେନିସ୍ତାନ, ମଧ୍ୟ ଏସିଆ ଏବଂ ରୁଷିଆକୁ ଯାଇପାରିବ । ଆମେରିକାର ପ୍ରତିବନ୍ଧକ ଯୋଗୁଁ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର କାମ ହୋଇ ନପାରିଲେ, ସେହି କାର୍ଯ୍ୟ ହାସଲ କରିବା ଦିଗରେ ଏହା ଆଉ ଏକ ଉପାୟ ପ୍ରମାଣିତ ହେବ ।” ଏହା ଫଳରେ ଐତିହାସିକ ଦୃଷ୍ଟିକୋଣରୁ ଭାରତ-ଇରାନ୍‌ ମଧ୍ୟରେ ରହିଆସିଥିବା ନିବିଡ଼ ସଂପର୍କ ଉପରେ କଳାବାଦଲ ଘୋଟି ଆସିଛି । ସମ୍ବିଧାନର 370 ଧାରା ଉଚ୍ଛେଦ ପରବର୍ତ୍ତୀ ସମୟରେ, ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଏବଂ ଦିଲ୍ଲୀ ଦଙ୍ଗା ସମୟରେ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ଭାରତର ଆଭିମୁଖ୍ୟକୁ ଇରାନର ସର୍ବୋଚ୍ଚ ନେତା ଖାମେନି ଏବଂ ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ ତୀବ୍ର ସମାଲୋଚନା କରିଥିବା କାରଣରୁ ଏହି ସଂପର୍କ ପୂର୍ବରୁ ତିକ୍ତ ହେବାରେ ଲାଗିଛି । ଇରାନ ଏବଂ ମିଳିତ ଆରବ ସାମ୍ରାଜ୍ୟ-ୟୁଏଇରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ କେ.ସି.ସିଂହଙ୍କ ତର୍କ ଅନୁସାରେ ମୋଦି ସରକାରଙ୍କ ସଂଖ୍ୟାଗରିଷ୍ଠତା ଭିତ୍ତିକ ଘରୋଇ ରାଜନୀତି ଏବଂ ୱାସିଂଟନ ଡିସି ସହ ନିବିଡ଼ ସାନ୍ନିଧ୍ୟ କାରଣରୁ ନୂଆଦିଲ୍ଲୀ ସଂକ୍ରାନ୍ତରେ ତେହରାନର ଦୃଷ୍ଟିକୋଣ ବଦଳି ଯାଇଛି ।

ସ୍ମିତା ଶର୍ମାଙ୍କ ସହ ବାର୍ତ୍ତାଳାପ ସମୟରେ ରାଷ୍ଟ୍ରଦୂତ ସିଂହ କହିଲେ, “ପ୍ରକୃତ ଘଟଣା ହେଉଛି ଧାରା 370 ଉଚ୍ଛେଦ ହେବା ପରେ ଇରାନ ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ମୁସଲମାନଙ୍କ ପ୍ରତି ଉପଯୁକ୍ତ ନୀତି ଗ୍ରହଣ କରିବା ଉଚିତ ବୋଲି ଦର୍ଶାଇ ସେମାନଙ୍କ ସର୍ବୋଚ୍ଚ ନେତା କରିଥିବା ଦୁଇଟି ଟ୍ବିଟ୍‌ରେ ଏହା ପ୍ରତିଫଳିତ ହୋଇଛି । ଆମେ ଏହାକୁ ଗୁରୁତ୍ବ ନ ଦେଇ କେହି ଜଣେ କିଛି ନା କିଛି କହୁଛନ୍ତି ଏବଂ ଏଥିରେ କିଛି ଯାଏଆସେ ନାହିଁ ବୋଲି କହି ଏଡ଼ାଇ ଯାଇଥିଲୁ । କିନ୍ତୁ ଏଥିରେ ବହୁତ କିଛି ରହିଥିଲା । ଆମ ଦେଶରେ ଶିଆ ମୁସଲମାନଙ୍କ ଜନସଂଖ୍ୟା ବିଶ୍ବର ଦ୍ବିତୀୟ ସର୍ବାଧିକ । କାଶ୍ମୀର ଉପତ୍ୟକାରେ ଶିଆମାନେ ଅଛନ୍ତି ।” ଅବସରପ୍ରାପ୍ତ କୂଟନୀତିଜ୍ଞ ସିଂହ ଆହୁରି କହିଲେ ଯେ, “ସାଧାରଣତଃ ଘରୋଇ ରାଜନୀତି ଅନ୍ତର୍ଜାତୀୟ ରାଜନୀତିଠାରୁ ପୃଥକ ବୋଲି ବିଜେପି ଚିନ୍ତା କରେ । ଦେଶ ଭିତରେ ସେମାନେ ଯେ କୌଣସି ସଂଖ୍ୟାଗରିଷ୍ଠତା ରାଜନୀତି କରିପାରନ୍ତି । କିନ୍ତୁ ଅନ୍ତର୍ଜାତୀୟ ରାଜନୀତି ଧର୍ମ ନିରପେକ୍ଷ । ତେଣୁ ତାହା ହିଁ ଥିଲା ସତର୍କ ସଂକେତ ।”

ତର୍କ ଉପସ୍ଥାପନ କରି କେ.ସି. ସିଂହ କହିଲେ ଯେ, ଭାରତ ସହ ସଂପର୍କର ଗତିଧାରାରେ ପରିବର୍ତ୍ତନ କାରଣରୁ ହିଁ ଇରାନ ଚୀନ ସହ ଏକ ରଣନୀତି ଭିତ୍ତିକ ସହଭାଗିତା ଲାଗି ବୁଝାମଣା କରୁଛି । ଏବଂ ଯଦି ଇରାନ ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକା ସପକ୍ଷରେ ଯିବାକୁ ଭାରତ ସରକାର ସ୍ଥିର କରନ୍ତି, ତେବେ ଏଥିରେ ରଣନୈତିକ ସ୍ବାୟତ୍ତତା ରହିଛି ବୋଲି ଦାବି କରିବା କଥା ନୁହେଁ । ପ୍ରଘଟିତ ଏକ ଗୁପ୍ତ ରିପୋର୍ଟ ଅନୁସାରେ ଚୀନ୍‌ 25 ବର୍ଷ ଭଳି ଲମ୍ବା ସମୟ ପାଇଁ ଇରାନ ସହ ଏକ 400 ବିଲିଅନ୍‌ ଡଲାରର ରଣନୀତିକ ସହଭାଗିତା ଚୁକ୍ତି ସଂପାଦନ କରିଛି । ଏହା ଫଳରେ ଚାବାହରର ଶୁଳ୍‌କ ମୁକ୍ତ ଅଞ୍ଚଳ ସହିତ ନିକଟରେ ଥିବା ଏକ ତୈଳ ବିଶୋଧନାଗାର ବ୍ୟାପାରରେ ସଂପୃକ୍ତ ହେବା ଏବଂ ସମ୍ଭବତଃ ଚାବାହର ବନ୍ଦର କ୍ଷେତ୍ରରେ ଏକ ବୃହତ୍‌ ଭୂମିକାରେ ଅବତୀର୍ଣ୍ଣ ହେବା ଲାଗି ଚୀନକୁ ପର୍ଯ୍ୟାପ୍ତ ଅଧିକାର ମିଳିବ । ଏହା ଦ୍ବାରା ଏହି ଅଞ୍ଚଳରେ ଭାରତର ଭୂମିକା ଉପରେ ଗୁରୁତର ପ୍ରଶ୍ନବାଚୀ ଲାଗି ରହିବ ।

ରାଷ୍ଟ୍ରଦୂତ ସିଂହ କହିଲେ, “ଆପଣଙ୍କର ଘରୋଇ ରାଜନୀତି ଏବଂ ଭୌଗୋଳିକ-ରାଜନୀତି ଏକତ୍ର ହୋଇଯାଇଛି ଏବଂ ତେଣୁ ଆପଣ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ପ୍ରଦର୍ଶନ କରୁଛନ୍ତି । ଆପଣ ସାଉଦି ଏବଂ ଏମିରେଟ୍‌ବାସୀଙ୍କ ନିକଟତର ହୋଇଛନ୍ତି । ପାରମ୍ପରିକ ଭାବରେ ଆପଣ ଏହି ଉପସାଗରୀୟ ବ୍ୟବଧାନକୁ ହ୍ରାସ କରିପାରିବେ, କାରଣ ମନମୋହନ ସିଂହଙ୍କ ଶାସନ କାଳରେ ଏଥିରେ ପରିବର୍ତ୍ତନ ଘଟିଥିଲେ ମଧ୍ୟ ଆପଣ ଊଣାଅଧିକେ ନିଷ୍ପକ୍ଷ ବୋଲି ବିବେଚନା କରାଯାଉଛି । 2006ରେ ମିଳିତ ଜାତିସଂଘର ପ୍ରତିବନ୍ଧକ ଜାରି ହେବା ପରେ ମନମୋହନ ସିଂହ ମଧ୍ୟ ପଛକୁ ଘୁଞ୍ଚିଥିଲେ । ଏଥିପାଇଁ ନୁହେଁ ଯେ ସେ ଆମେରିକାକୁ ଉପେକ୍ଷା କରୁଥିଲେ, କିନ୍ତୁ ଇରାନ ସହ ବନ୍ଧୁତା ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ନିହାତି ସାମାନ୍ୟ ସଂପର୍କ ବଜାୟ ରହିଥିଲା ।” ସେ ଆହୁରି କହିଲେ, “ଆପଣ ଏବେ ଏମିତି ପକ୍ଷଭୁକ୍ତ ହେଉଛନ୍ତି ଯାହା କି ପାରମ୍ପରିକ ଭାରତୀୟ ବୈଦେଶିକ ନୀତି ସମ୍ମତ ନୁହେଁ । ଆମେ ସବୁ ପକ୍ଷରୁ ନିଜ ଇଚ୍ଛାନୁସାରେ କାର୍ଯ୍ୟହାସଲ କରିପାରିବୁ ବୋଲି ଆଉ ଛଳନା କରିବା ଉଚିତ ନୁହେଁ । ଆମେରିକା ସହ ଭଲ ସଂପର୍କ ଥିବା ଉପସାଗରୀୟ ଅଞ୍ଚଳର ବିଭିନ୍ନ ପକ୍ଷ ସହିତ ଆପଣ ସ୍ପଷ୍ଟ ବନ୍ଧୁତା ସ୍ଥାପନ କରିଛନ୍ତି । ଏଥିରୁ ଅନେକ ପରିଣାମ ବାହାରିବ । ଏପରି ପରିଣାମ ଯେ, ଇରାନ ସହ କୌଣସି ସଂପୂର୍ଣ୍ଣ ଆର୍ଥିକ ଓ ବାଣିଜ୍ୟ କାରବାର ଭଳି ଚୁକ୍ତି ହୋଇପାରିନାହିଁ । ଏହା ଏକ ବୈପ୍ଲବିକ ଇସ୍‌ଲାମ ସରକାର ଯାହା ସବୁ ପ୍ରସଙ୍ଗକୁ ରଣନୀତି ଦୃଷ୍ଟିକୋଣରୁ ଦେଖିଥାଏ ।”

ଏହି ସବୁ ଘଟଣାବଳୀ ମଧ୍ୟରେ ଭାରତକୁ ଇରାନର ଫରଜାଦ ବି ଗ୍ୟାସ୍‌ ଫିଲ୍‌ଡ ବୁଝାମଣାରୁ ବାଦ ଦିଆଯାଇଥିବା ସଂପର୍କିତ ରିପୋର୍ଟ ମିଳିବାରେ ଲାଗିଛି । ଏହି ବୁଝାମଣା ଅନୁସାରେ ଗ୍ୟାସ୍‌ ଆବିଷ୍କାର ପର୍ଯ୍ୟାୟରେ ଏଥିରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ-ONGC ସଂପୃକ୍ତ ରହିଥିଲା । ଆଜି ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, “ଇରାନ୍‌ର ନୀତି ପରିବର୍ତ୍ତନ ଯୋଗୁଁ ଦ୍ବିପାକ୍ଷିକ ସହଯୋଗ ଭିତ୍ତିକ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି । 2020 ଜାନୁଆରୀରେ ଆମକୁ ସୂଚିତ କରାଇ ଦିଆଗଲା ଯେ, ଅବ୍ୟବହିତ ଭବିଷ୍ୟତରେ ଇରାନ ଏହି କ୍ଷେତ୍ରରେ ନିଜସ୍ବ ଉଦ୍ୟମରେ କାର୍ଯ୍ୟ କରିବ ଏବଂ ଉପଯୁକ୍ତ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତକୁ ଏଥିରେ ସାମିଲ କରାଯିବ । ଏହି ବିଷୟ ଏବେ ଆଲୋଚନା ଅନ୍ତର୍ଗତ ରହିଛି ।”

ସ୍ମିତା ଶର୍ମାଙ୍କ ସହିତ ସ୍ବତନ୍ତ୍ର ବାର୍ତ୍ତାଳାପ ଅବସରରେ ସୁହାସିନୀ ହାଇଦର ଉଦ୍‌ବେଗ ପ୍ରକାଶ କରି କହିଲେ ଯେ ଏହି ଅଞ୍ଚଳରେ ସଂଯୋଗ ସ୍ଥାପନ ପାଇଁ ଭାରତର ବୃହତ୍ତମ ଯୋଜନା ପକ୍ଷରେ ଏହା ଆଦୌ ଶୁଭଙ୍କର ନୁହେଁ । ଖାସ୍‌ କରି ସେହି ସମୟରେ, ଯେତେବେଳେ ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରି ନେଉଛି ଏବଂ ଏଥିରେ ପାକିସ୍ତାନୀ ସଂସ୍ଥା ଓ ସେନା ଅଧିକ ସକ୍ରିୟ ଭୂମିକାରେ ରହିବା ସମ୍ଭାବନା ରହିଛି ।

“ଏହାର ଦୁଇଟି ଦିଗ ରହିଛି । ବିଶ୍ବର ଗୋଟିଏ ଶକ୍ତିକୁ ଆଧାର ରୂପେ ଗ୍ରହଣ କରି ଭାରତ ଏହାର ନିଷ୍ପତ୍ତି ନିଏ କି ନାହିଁ ? ନା ଭାରତ କହିବ ଯେ ଆମେ କେବଳ ମିଳିତ ଜାତିସଂଘର ବହୁପାକ୍ଷିକ ପ୍ରତିବନ୍ଧକକୁ ହିଁ ଗ୍ରହଣ କରିଥାଉ । ଏବଂ ଦ୍ବିତୀୟଟି ହେଲା କାର୍ଯ୍ୟସାଧନ କ୍ଷେତ୍ରରେ ଭାରତର ଖ୍ୟାତି ନଷ୍ଟ ହୋଇଛି । ଆପଣଙ୍କ ପ୍ରତିଶ୍ରୁତି ସହ କାର୍ଯ୍ୟସାଧନର ମେଳ ନଥାଏ । କାହିଁକି ଗୋଟିଏ ବୁଝାମଣାପତ୍ର ସ୍ବାକ୍ଷରିତ ହେବାର ଚାରି ବର୍ଷ ପରେ ବି ଗୋଟିଏ ହେଲେ ରାଜିନାମା ହୋଇନାହିଁ ଏବଂ ଆମେ ଏହି ଚୁକ୍ତିରୁ ଓହରି ଯିବାକୁ ସ୍ଥିର କରୁ, କିମ୍ବା ଇରାନ ଆମକୁ ଚୁକ୍ତିରୁ ବାହାର କରିଦେବାକୁ ସ୍ଥିର କରୁ, ଏହା ପଛରେ କେଉଁ ପ୍ରକୃତ କାରଣଗୁଡ଼ିକ ରହିଥିଲା ?” ସୁହାସିନୀ ହାଇଦର ପ୍ରଶ୍ନ କରିଥିଲେ ।

“ଆପଣ ଯଦି ସେଇ ରାସ୍ତାରେ ଯିବାକୁ ସ୍ଥିର କରିଛନ୍ତି, ତେବେ ଇରାନ୍‌ବାସୀ ନିଜ ସାମର୍ଥ୍ୟ ସାବ୍ୟସ୍ତ କରି ପାରିଲେ, ସେଥିରେ ବିସ୍ମିତ ହେବେନାହିଁ । ଏବଂ ଯେହେତୁ ଏବେ ସେମାନଙ୍କ ପାଖରେ ଚୀନର ସମର୍ଥନ ରହିଛି ସେମାନେ ଆହୁରି ଅଧିକ ସ୍ବାବଲମ୍ବୀ ଭାବରେ କାର୍ଯ୍ୟ କରୁଛନ୍ତି,” କେ.ସି. ସିଂହ ସତର୍କ କରାଇ ଦେଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.