ETV Bharat / bharat

ଦିଲ୍ଲୀରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ

author img

By

Published : Oct 16, 2019, 9:51 AM IST

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଏଠାକାର ଲୋଧିରୋଡରେ ବାୟୁର ଗୁଣବତ୍ତା 2.5 ସ୍ଥରରେ 232 ଥିବା ବେଳେ ପିଏମ 10 ସ୍ଥରରେ 233 ରେକର୍ଡ ହୋଇଛି ।

ଦିଲ୍ଲୀରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଶୀତ ଆରମ୍ଭ ହେଉ ହେଉ ରାଜଧାନୀ ଦିଲ୍ଲୀରେ ବାୟୂ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଶୀତ ଯେତେ ବଢିବ, ପ୍ରଦୂଷଣ ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବ । ବର୍ତ୍ତମାନ ବାୟୂ ପ୍ରଦୂଷଣ କେବଳ ଦିଲ୍ଲୀରେ ନୁହେଁ ବରଂ ଅନ୍ୟ ସହରରେ ମଧ୍ୟ ବଢି ଚାଲିଛି ।

କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ (ସିପିସିବି) ତଥ୍ୟ ଅନୁସାରେ, ସହରର ସମଗ୍ର ବାୟୁର ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସର୍ବାଧିକ 233 ରହିଛି । ଦିଲ୍ଲୀର ଲୋଧିରୋଡରେ ବାୟୁର ଗୁଣବତ୍ତା 2.5 ସ୍ଥରରେ 232 ଥିବା ବେଳେ ପିଏମ 10 ସ୍ଥରରେ 233 ରେକର୍ଡ ହୋଇଛି। ଅର୍ଥାତ କହିବାକୁ ଗଲେ ବର୍ତ୍ତମାନ ଠାରୁ ଦିଲ୍ଲୀର ବାୟୂମଣ୍ଡଳ ଖରାପ ହେବାରେ ଲାଗିଛି ।

ବାୟୂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀରେ ମଙ୍ଗଳବାର ଠାରୁ ଲାଗୁ କରିଛି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍) । ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ରାଧିକରଣ (ଇପିସିଏ) ପକ୍ଷରୁ ଏହାକୁ ଲାଗୁ କରାଯାଇଛି । ନୂଆଦିଲ୍ଲୀରେ ଗ୍ରାପ୍ ପ୍ଲାନ ଲାଗୁ ହେବା ପରେ ଜେନେରେଟରର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.