ETV Bharat / bharat

ଜ୍ଞାନର ପ୍ରୟୋଗଶାଳା ଥିଲା ଗାନ୍ଧୀଙ୍କ ଆଶ୍ରମ - ମୋହନଦାସ କରମଚାନ୍ଦ ଗାନ୍ଧୀ

ସମାଜରେ ସଂସ୍କାର ମୂଳକ ପଦକ୍ଷେପ ନେବା ପାଇଁ ମୋହନଦାସ କରମଚାନ୍ଦ ଗାନ୍ଧୀ ଅନେକ ପଦକ୍ଷେପ ନେଇଛନ୍ତି । ସେଥିମଧ୍ୟରୁ ତାଙ୍କ ଦ୍ବାରା ହୋଇଥିବା ଆଶ୍ରମ ଅନ୍ୟତମ । ଏଠାରେ ସେ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ । ଏକ ମନ, ଏକ ପ୍ରାଣ ଭଳି ଚଳିବାକୁ ଶିଖାଉଥିଲେ ।

ଡିଜାଇନ ଫଟୋ
author img

By

Published : Aug 20, 2019, 6:01 AM IST

ହାଇଦ୍ରାବାଦ: ସତରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଥିଲେ ଜଣେ ଅସାଧାରଣ ବ୍ୟକ୍ତିତ୍ବ । ତାଙ୍କର ଆଚାର, ବ୍ୟବହାର ଅନେକଙ୍କୁ ତାଙ୍କ ସାମ୍ନାରେ ନତମସ୍ତକ ହେବାକୁ ବାଧ୍ୟ କରିଛି । ସମାଜରେ ସଂସ୍କାର ମୂଳକ ପଦକ୍ଷେପ ନେବା ପାଇଁ ସେ ଅନେକ ପଦକ୍ଷେପ ନେଇଛନ୍ତି । ସେଥିମଧ୍ୟରୁ ତାଙ୍କ ଦ୍ବାରା ହୋଇଥିବା ଆଶ୍ରମ ଅନ୍ୟତମ ।

ମୋହନଦାସ କରମଚାନ୍ଦ ଗାନ୍ଧୀ

ଏଠାରେ ସେ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧିବାକୁ ଚେଷ୍ଟା କରୁଥିଲେ । ଏକ ମନ, ଏକ ପ୍ରାଣ ଭଳି ଚଳିବାକୁ ଶିଖାଉଥିଲେ । ଆଉ ଯିଏ ତାଙ୍କୁ ଅବଜ୍ଞା କରି ବିଶୃଙ୍ଖଳା ଆଚରଣ କରୁଥିଲେ, ତାଙ୍କୁ ସେ ଅହିଂସା ଉପାୟରେ ଶାସ୍ତି ଦେଉଥିଲେ ।

1925 ମସିହା ଘଟଣା, ସେତେବେଳେ ତାଙ୍କ ସହିତ ଜଡିତ ଥିବା କିଛି ଯୁବକ ବିଶୃଙ୍ଖଳା ଆଚରଣ କରିଥିଲେ । କିଛି ଏଭଳି କାମ କରିଥିଲେ ଯାହା ଫଳରେ ଗାନ୍ଧୀଜୀ ଗୋଟିଏ ସପ୍ତାହ ଅନଶନ କରିଥିଲେ । ତେବେ ଏହା ଦେଖି ସେହି ଯୁବକ ମାନେ ଗାନ୍ଧୀଙ୍କ ନିକଟକୁ ଆସିବା ସହ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।

ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଓ ଭାରତରେ 4ଟି ଆଶ୍ରମ ଗଢିଥିଲେ । ଦକ୍ଷିଣ ଆଫ୍ରିକାରେ ଫୋନିକ୍ସ ଓ ଡରବନରେ ସେ ଆଶ୍ରମ କରିଥିଲେ । ସେହିପରି ଭାରତରେ ସତ୍ୟାଗ୍ରହ(ସାବରମତୀ) ଓ ୱର୍ଦ୍ଧା ସେବାଗ୍ରାମ ଆଶ୍ରମ କରିଥିଲେ । ଦେଖିବାକୁ ଗଲେ ଏହା ଆଶ୍ରମ ନଥିଲା ଥିଲା ସାମାଜିକ ପ୍ରୟୋଗଶାଳା ।

ଅନେକ ଗାନ୍ଧୀଙ୍କୁ କେବଳ ଜଣେ ସ୍ବାଧୀନତା ସଂଗ୍ରାମୀ ଭାବେ ଜାଣିଛନ୍ତି । କିନ୍ତୁ ପ୍ରକୃତରେ ସେ ଜଣେ ଏପରି ବ୍ୟକ୍ତିତ୍ବ ଥିଲେ ଯେକି ଏକ ଭିନ୍ନ ସମାଜ, ଜୀବନ ଶୈଳୀ କଥା ଭାବୁଥିଲେ ଏବଂ ତାକୁ ଲାଗୁ କରୁଥିଲେ । ଆମେ ଇତିହାସରେ କେତେ ଲୋକଙ୍କୁ ଦେଖିଛେ ଯାହାଙ୍କର କି କଥା ଓ କାମରେ ତାରତମ୍ୟ ନଥାଏ । ହେଲେ ଗାନ୍ଧୀଜୀ ଯାହା କହୁଥିଲେ ତାହା ଠାରୁ ଅଧିକ କରୁଥିଲେ । ସେ କହୁଥିଲେ ଆମ ଲକ୍ଷ୍ୟ ଯେତିକି ଭଲ ତାକୁ ହାସଲ କରିବା ଲାଗି ଆମର ବାଟ ମଧ୍ୟ ସେତିକି ଉତ୍ତମ ହେବା ଆବଶ୍ୟକ ।

ପୂର୍ବରୁ ଆଶ୍ରମର ଅର୍ଥ କେବଳ ଜୀବନରେ ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସୀମିତ ଥିଲା । କିନ୍ତୁ ମହାତ୍ମା ଏହାର ସଜ୍ଞା ବଦଳାଇ ଦେଲେ । ତାଙ୍କ ପାଇଁ ଆଶ୍ରମ ଥିଲା ଏପରି ଏକ ସ୍ଥାନ, ଯେଉଁଠି ସବୁ ବର୍ଗର ବ୍ୟକ୍ତିଙ୍କୁ ସମାନ ଭାବେ ଦେଖାଯିବା, ଏକ ନୂଆ ପରିବେଶ ସୃଷ୍ଟି କରିବା । ଯେଉଁଠିକି ଜାତି, ଧର୍ମ, ଭାଷା, ଲିଙ୍ଗ ମଧ୍ୟରେ କୌଣସି ପ୍ରଭେଦ ରହିବ ନାହିଁ । ଆଶ୍ରମରେ ରହୁଥିବା ଲୋକ ସବୁ କାମ କରୁଥିଲେ । ରୋଷେଇ କରିବା ଠାରୁ ଆରମ୍ଭ କରି ଶୌଚାଳୟ ସଫା କରିବା ପର୍ଯ୍ୟନ୍ତ ସବୁ କାମ ସେମାନେ କରୁଥିଲେ ।

ତେବେ ଆଶ୍ରମ ଲୋକମାନେ 11 ଟି କଥା ମାନୁଥିଲେ । ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ ପାଳନ କରିବା, ଚୋରି ନକରିବା, କବଜା ନକରିବା, ଶାରୀରିକ ପରିଶ୍ରମ କରିବା, ନିଜ କଥା ଉପରେ ନିୟନ୍ତ୍ରଣ ରଖିବା, ଭୟ ନକରିବା, ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବା, ସ୍ବଦେଶୀ ଓ ଛୁଆଁ ଅଛୁଆଁ ନ ରଖିବା ଆଦି କଥାକୁ ସେମାନେ ଗୁରୁତ୍ବ ଦେଉଥିଲେ ।

ତେବେ କେହି ଜଣେ କହୁଥିଲେ, ଯଦି ଆମେ ଧାରଣା, ହରତାଳ ଓ ଖଜଣା ନ ଦେବା ତେବେ ଆମେ ସ୍ବାଧୀନତା ପାଇପାରିବା ତାହେଲେ ଏ ଆଶ୍ରମର କି କାମ । ଗାନ୍ଧୀଙ୍କ ଭାଷାରେ କେବଳ ସ୍ବାଧୀନତା ପାଇଗଲେ କିଛି ହେବ ନାହିଁ । ନିଜକୁ ସ୍ବାଧୀନ କରିବାକୁ ପଡିବ ।

ଦେଶରେ ଥିବା ଜାତିଭେଦ ପ୍ରଥାକୁ ସେ ବିରୋଧ କରୁଥିଲେ । ଯାହାକୁ ଦୂର କରିବା ତାଙ୍କର ଆଉ ଏକ ଯୋଜନା ଥିଲା । ଦିନେ ଏକ ଦଳିତ ଦମ୍ପତ୍ତି ତାଙ୍କ ଆଶ୍ରମକୁ ଆସିଥିଲେ । ତେବେ ସେମାନଙ୍କୁ ସେଠାରେ ଅଜବ ପ୍ରକାର ବ୍ୟବହାର କରାଗଲା । ଏପରିକି ମହାତ୍ମାଙ୍କ ଧର୍ମପତ୍ନୀ କସ୍ତୁରବା ମଧ୍ୟ ଦମ୍ପତ୍ତିଙ୍କୁ ଉଚିତ୍‌ ବ୍ୟବହାର କରିନଥିଲେ । ଏହା ସହ ବାରିକ ମଧ୍ୟ ସେମାନଙ୍କର ଚୁଟି କାଟିବା ଲାଗି ମନା କରିଦେଲା । ଏହା ଦେଖି ଗାନ୍ଧୀଜୀ ଏହା ବିରୋଧରେ ସେବେଠୁ ସ୍ବର ଉଠାଇବା ଆରମ୍ଭ କଲେ ଏପରିକି ସେତେବେଳେ ସେ ଦଳିତ ମାନଙ୍କୁ ହରିଜନ କହି ସମ୍ବୋଧିତ କରୁଥିଲେ । ଯାହାକି ଏକ ବଡ ପଦକ୍ଷେପ ଥିଲା ।

ଶାସନ କରୁଥିବା ଲୋକ ଚାହେଁ ଦୁଇ ଗୋଷ୍ଠୀ ମଧ୍ୟରେ ସବୁବେଳେ ଝଗଡା ଲାଗିରହୁ । ଯାହା ଇଂରେଜ ମାନେ ମଧ୍ୟ କରିଥିଲେ । ଏଥିଲାଗି ଆଶ୍ରମରେ ପ୍ରତିଦିନ ପ୍ରାର୍ଥନା ସମୟରେ ସବୁ ବର୍ଗର ଲୋକେ ଉପସ୍ଥିତ ରୁହନ୍ତି । ପ୍ରାର୍ଥନା ପରେ ଗାନ୍ଧୀ ସେମାନଙ୍କୁ କିଛି ଉପଦେଶ ଦିଅନ୍ତି ।

ସେ ଆଶ୍ରମରେ ସବୁଜ ପନିପରିବା ତଥା ଫଳ ଚାଷକୁ ଗୁରୁତ୍ବ ଦେଉଥିଲେ । ଏହା ସହ ସ୍ବଭାବଲମ୍ବୀ ହେବା ଲାଗି ସମସ୍ତଙ୍କୁ ଚରଖା କାଟିବା ଲାଗି କହୁଥିଲେ । ଏଥିଲାଗି ସେ ପ୍ରତିଯୋଗିତା ମଧ୍ୟ କରୁଥିଲେ । ଚରଖାରେ ଯାହାର ସବୁଠୁ ଭଲ ଡିଜାଇନ ହେଉଥିଲା ତାକୁ 1 ଲକ୍ଷ ଟଙ୍କାର ପୁରସ୍କାର ଦେଉଥିଲେ ।

ଏହା ସହ ଦକ୍ଷିଣ ଆଫ୍ରିକା ଗାନ୍ଧୀ ଆଶ୍ରମରେ ଥିବା ଯୁବକଙ୍କୁ ଲଣ୍ଡନରେ ପଢିବା ଲାଗି ବୃତ୍ତି ମଧ୍ୟ ଯୋଗାଇ ଦିଆଯାଉଥିଲା । ବାପୁଙ୍କ ବଡ ପୁଅଙ୍କ ଲଣ୍ଡନରେ ପଢିବାର ଇଚ୍ଛା ଥିବାରୁ ଗାନ୍ଧୀ ମଧ୍ୟ ଏ ସୁଯୋଗ ଆଶ୍ରମରେ ଥିବା ସମସ୍ତଙ୍କୁ ଦେବାକୁ ଚାହିଁଥିଲେ ।

ଦକ୍ଷିଣ ଆଫ୍ରିକା ଓ ଭାରତରେ ଥିବା ଗାନ୍ଧୀଙ୍କ ଆଶ୍ରମ ସତ୍ୟାଗ୍ରହର ମୁଖ୍ୟ ଭୂମିକା ନିଭାଇଥିଲା । ଆଶ୍ରମରେ ସବୁ ପର୍ବପର୍ବାଣୀ ପାଳିତ ହେଉଥିଲା । ମହାତ୍ମା ବାଲ୍ୟ ବିବାହକୁ ବିରୋଧ କରୁଥିଲେ । ଏହା ସହ ମହିଳା ମାନଙ୍କୁ ଆଗକୁ ଆଣିବା ଲାଗି ସେ ସଦାସର୍ବଦା ଚେଷ୍ଟିତ ଥିଲେ । ଯେଉଁଥିପାଇଁ କି ସେ ଆଶ୍ରମରେ ମହିଳା ମାନଙ୍କୁ ଶିକ୍ଷା ଦେଉଥିଲେ ।

ଆଶ୍ରମ ଲୋକଙ୍କ ସମ୍ପତ୍ତି ଥିଲା । ଯେ କେହି ବି ଏଠାକୁ ଯାଇ ପାରୁଥିଲେ ଓ ରହିପାରୁଥିଲେ । ବ୍ରିଟିଶ୍‌ ମିଲିଟାରୀ ଅଫିସରଙ୍କ ଝିଅ ମାଡେଲେଇନ ସ୍ଲାଡେ ଆଶ୍ରମରେ ରହି ପରବର୍ତ୍ତୀ ସମୟରେ ମୀରା ଭଉଣୀ ନାମରେ ପ୍ରଖ୍ୟାତ ଲାଭ କରିଥିଲେ । ଆଶ୍ରମରେ ଗୋଟିଏ ମାତ୍ର ରୋଷେଇ ଶାଳ ରହୁଥିଲା । ସମସ୍ତେ ଏକପ୍ରକାର ଖାଦ୍ୟ ଖାଉଥିଲେ । ଆଶ୍ରମରେ କୌଣସି ପ୍ରକାର ଭେଦଭାବ ନଥିଲା । ସେ ଅନ୍ୟ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଥିଲେ । ଏପରିକି ମହାତ୍ମା କେବଳ ସେହି ବିବାହ ଉତ୍ସବ ଗୁଡିକୁ ହିଁ ଯାଉଥିଲେ ।

ମହାତ୍ମା ସାତଟି କଥାକୁ ପାପ ବୋଲି କହୁଥିଲେ । ନୈତିକତା ବିନା ରାଜନୀତି, ଶିଳ୍ପ ବିନା ସମୃଦ୍ଧି, ବିବେକ ବିନା ଆନନ୍ଦ, ଚରିତ୍ର ବିନା ଜ୍ଞାନ, ମୂଲ୍ୟବୋଧ ବିନା ବ୍ୟବସାୟ, ମଣିଷତ୍ବ ବିନା ବୈଜ୍ଞାନିକ ଜ୍ଞାନ, ତ୍ୟାଗ ବିନା ପୂଜା ।

ତେବେ ଆଜିର ଏହି ସମାଜରେ ଅତ୍ୟଧିକ ସ୍ବାର୍ଥପରତା, ଅତ୍ୟଧିକ ହିଂସା, ମଣିଷ ମଣିଷ ମଧ୍ୟରେ ଅଧିକ ମାତ୍ରାରେ ପ୍ରତିଯୋଗୀତା, ଝିଅଙ୍କ ଉପରେ ଅତ୍ୟାଚାର ଦେଖିବାକୁ ମିଳୁଛି । ଯାହା ଗାନ୍ଧୀଙ୍କ କଳ୍ପନା ବାହାରେ ଥିଲା । ସେପଟେ ଗାନ୍ଧୀଙ୍କ ଆଶ୍ରମର ସେହି ଦାୟିତ୍ବବୋଧତା ଆଜି ବି ଲୋକଙ୍କୁ ପ୍ରେରଣା ଯୋଗାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

dh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.