ETV Bharat / bharat

ମହିଳା ସଶକ୍ତିକରଣ ପଛରେ ମହାତ୍ମା - ଲିଙ୍ଗଭେଦ ବିରୋଧ

ହାଣ୍ଡିଶାଳରୁ ରାଜନୀତି। ଘରକାମରୁ ନେତ୍ରୀ । ମୁଣ୍ଡର ଓଢଣୀରୁ ସଂସଦରେ ଭାଷଣ । ମହିଳାଙ୍କ ଏଭଳି ଲୁକାୟିତ ପ୍ରତିଭାକୁ ପ୍ରଷ୍ଫୁଟିତ କରିବାରେ ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ଅତୁଳନୀୟ । ସ୍ବତନ୍ତ୍ରତାର ଆକ୍ଷରିକ ଅର୍ଥକୁ ବୁଝି ମହିଳା ସଶକ୍ତିକରଣରେ ବି ଗାନ୍ଧୀଙ୍କ ସଂଘର୍ଷ ସ୍ବାଗତଯୋଗ୍ୟ ।

ଡିଜାଇନ ଫଟୋ
author img

By

Published : Aug 25, 2019, 7:02 AM IST

ସୁସ୍ଥ ମାନସିକତା, ସଶକ୍ତ ନାରୀ । ଏହି ଉକ୍ତିକୁ କେବଳ ନାରାରେ ନୁହେଁ ବାସ୍ତବ ଜୀବନରେ ଏହାର ମହତ୍ବ ବୁଝିଥିଲେ ମହାତ୍ମା । ଭାରତରେ ବର୍ଣ୍ଣଭେଦ, ଜାତିପ୍ରଥା ଆଦିକୁ ପ୍ରତିବାଦ କରିବା ସହ ଲିଙ୍ଗଭେଦକୁ ମଧ୍ୟ ଘୋର ବିରୋଧ କରୁଥିଲେ ଗାନ୍ଧୀ । ମା ପୁତୁଳି ବାଇ ଓ ସ୍ତ୍ରୀ କସ୍ତୁରବାଙ୍କ ମହତ୍ବକୁ ସେ ବୁଝି ସବୁ କ୍ଷେତ୍ରରେ ମହିଳାଙ୍କ ସାମିଲ ପାଇଁ ସର୍ବଦା ପ୍ରୋତ୍ସାହନ ଦେଉଥିଲେ ବାପୁ। ଆତ୍ମନିର୍ଭରଶୀଳ ହେବାଠାରୁ ଭୋଟ ଦେବା ଅଧିକାର, ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିବାର ପ୍ରୋତ୍ସାହନ , ନେତ୍ରୀ ଠାରୁ ସମାଜସେବା ହେବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ଦେଇଥିଲେ ଗାନ୍ଧୀ ।

ଗାନ୍ଧୀ ବାଣୀ

ମହିଳାଙ୍କ ଶକ୍ତି , ସାମର୍ଥ୍ୟକୁ ଭଲ ଭାବେ ଚିହ୍ନିପାରୁଥିଲେ ମହାତ୍ମା ଗାନ୍ଧୀ। ଖାସ ଏଇଥିପାଇଁ ସେ ସବୁବେଳେ ମହିଳାଙ୍କୁ ଆଗୁଆ ରହିବାକୁ ସୁଯୋଗ ଦେଉଥିଲେ । ମହିଳା ଯେ, କେବଳ ହାଣ୍ଡିଶାଳରେ ସୀମିତ , ତାହାକୁ ଭୁଲ ପ୍ରମାଣିତ କରିଥିଲେ ବାପୁ ।

Contrary to this Gandhi encountered muscular British force with‘womanhood’ weapon,” says Ruchira Gupta, a women activist.

ଗାନ୍ଧୀଙ୍କ ଦ୍ବାରା ଅନୁପ୍ରଣୀତ ହୋଇ ଶହ ଶହ ମହିଳା ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ମହିଳାଙ୍କ ଉତ୍ଥାନ ଓ ମୁକ୍ତି ପାଇଁ ଗାନ୍ଧୀଙ୍କ ଯୋଗଦାନ ଅତୁଳନୀୟ ବୋଲି ଗାନ୍ଧୀବାଦୀ ରାମଚନ୍ଦ୍ର ଗୁପ୍ତା କହିଛନ୍ତି ।

ସାର୍ବଜନୀନ କ୍ଷେତ୍ରରେ ମହିଳାମାନେ ପ୍ରବେଶ କରିବାକୁ ସେମାନଙ୍କ ଜୀବନରେ 2ଟି ପ୍ରମୁଖ ପରିବର୍ତ୍ତନ ଦେଖାଯାଇଥିଲା । ଗୋଟିଏ ସେମାନେ ସକ୍ରିୟ ହେଲେ, ଅନ୍ୟଟି ମହିଳା କର୍ମକର୍ତ୍ତାଙ୍କ ସହ କାମ କରି ପୁରୁଷଙ୍କ ବିଚାରଧାରାରେ ପରିବର୍ତ୍ତନ ଆସିଥିଲା । ଏଥିରୁ ଗାନ୍ଧୀ ଜାଣିଯାଇଥିଲେ ଯେ, ମହିଳାଙ୍କୁ ସମାନ ସମ୍ମାନ କିପରି ମିଳିପାରିବ ।

ଗାନ୍ଧୀଙ୍କ ପ୍ରଥମ ସଂଘର୍ଷ ଚମ୍ପାରଣରେ ସତ୍ୟାଗ୍ରହରେ 25 ଜଣ ସଂଗ୍ରାମୀ ସ୍ବେଚ୍ଛାକୃତ ଭାବେ ଯୋଗ ଦେଇଥିଲେ । କୃଷକଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ମହିଳା ମଧ୍ୟ ପଛରେ ପଡିନଥିଲେ । ଏହା ପରେ ନୂଆ ସଂଘର୍ଷ ଲବଣ ସତ୍ୟାଗ୍ରହ । ବ୍ରିଟିସଙ୍କ ଲୁଣ ମରା ଆଇନକୁ ବିରୋଧ କରି ଗାନ୍ଧୀ କରିଥିବା ଦାଣ୍ଡି ଯାତ୍ରାରେ ମଧ୍ୟ ମହିଳା ଆଗେଇ ଆସିଥିଲେ । ଏହି କ୍ରମରେ ଗାନ୍ଧୀଙ୍କ ବିଦେଶ ବସ୍ତ୍ର ଦହନ, ସ୍ବଦେଶୀ ଆନ୍ଦୋଳନ ଓ ଅହିଂସା ସତ୍ୟାଗ୍ରହରେ ମହିଳା ପ୍ରମୁଖ ଭୂମିକା ତୁଲାଇଥିଲେ ।

1919ରେ ଗାନ୍ଧୀଙ୍କ ନେତୃତ୍ବରେ ଅହମ୍ମଦାବାଦ କପଡା ଉଦ୍ୟୋଗରେ ଆନ୍ଦୋଳନ ହୋଇଥିଲା । ଏହାପରେ 1921ରେ ଅସହଯୋଗ ଆନ୍ଦୋଳନ ହୋଇଥିଲା । ଯେଉଁଥିରେ ଅନସୂୟା ସାରାଭାଇଙ୍କ ନେତୃତ୍ବରେ ବଡ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ । ଗାନ୍ଧୀ ଜାଣି ଯାଇଥିଲେ ଯେ, ଯେଉଁ ଆନ୍ଦୋଳନରେ ଜନସଂଖ୍ୟାର 50 ପ୍ରତିଶତ ମହିଳା ଯୋଗଦେବେ, ତାହା ସଫଳ ହେବା ଶୁନିଶ୍ଚିତ ।

ମହିଳାମାନେ ଚରଖା ଚଲାଇ , ସ୍ବଦେଶୀ ବସ୍ତ୍ର ପ୍ରସ୍ତୁତ କରି ଆର୍ଥିକ ରୂପରେ ନିର୍ଭରଶୀଳ ହୋଇପାରୁଥିଲେ । ଏପରିକି ଯେଉଁ ସମୟରେ ବ୍ରିଟିସ ଲେବର ପାର୍ଟି, ଆମେରିକାନ ଡେମୋକ୍ରେସି ପାର୍ଟି ଭଳି ବଡ ବଡ ସଂଘରେ ମହିଳାମାନେ ସାମିଲ ନଥିଲେ । ହେଲେ ସେହି ସମୟରେ ସରୋଜିନୀ ନାଇଡୁ କଂଗ୍ରେସର ପ୍ରଥମ ମହିଳା ସଭାପତି ଭାବେ 1925 ମସିହାରେ ଯୋଗ ଦେଇ ଦାୟିତ୍ବ ମୁଣ୍ଡାଇଥିଲେ । ଯାହାକି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ଧାରାରେ ଯେତେବଳେ ନିର୍ବାଚନ ଆରମ୍ଭ ହେଲା , ସେହି ସମୟରେ ମହିଳାଙ୍କୁ ଏଥିରେ ଭାଗ ନେବାକୁ ଗାନ୍ଧୀ ଅନୁପ୍ରାଣିତ କରୁଥିଲେ । ଏତିକିବେଳେ କଂଗ୍ରେସ ମଧ୍ୟ ମହିଳାଙ୍କ ପାଇଁ ସମାନତା ଅଧିକାର ଆଇନ ପାସ କରିଥିଲା । ଯେତେବେଳେ କି ୟୁରୋପ ଭଳି ବିକଶିତ ଦେଶରେ ମହିଳାଙ୍କୁ ଭୋଟ ଦେବାର ଅଧିକାର ମିଳୁନଥିଲା ।

ଉଭୟ ସ୍ବାଧିନତା ଓ ସାମାଜିକ ଆନ୍ଦୋଳନକୁ ଗାନ୍ଧୀ ସମାନ ଗୁରୁତ୍ବ ଦେଇ ଆରମ୍ଭ କରିଥିଲେ ହରିଜନ ବିକାଶ ଯାତ୍ରା(1933) । ଏହି ଯାତ୍ରାର ମୂଳ ଲକ୍ଷ୍ୟ ଥିଲା ଦଳିତଙ୍କୁ ସାଧାରଣଙ୍କ ପରି ସମାଜରେ ସମାନ ଅଧିକାର ଦେବା । ରଙ୍ଗଭେଦ, ଛୁଆଁ ଅଛୁଆଁକୁ ଭୁଲି ସମସ୍ତେ ମିଳିମିଶି ରହିବା । ଗାନ୍ଧୀଙ୍କ ଏହିଆହ୍ବାନକୁ ସମର୍ଥନ କରି ବହୁ ମହିଳା ଏହାକୁ ସମର୍ଥନ କରିଥିଲେ । ଏପରିକି ଏଥିପାଇଁ ଆନ୍ଧ୍ରାର ବହୁ ମହିଳା ସେମାନଙ୍କ ଗହଣା ସବୁ ଦାନ କରିଥିଲେ । ବହୁ ମହିଳା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଦାଣ୍ଡି ଯାତ୍ରାରେ ସାମିଲ ହୋଇଥିଲେ । ଏଥିପାଇଁ ଜେଲ ଦଣ୍ଡ ବି ଭୋଗିଥିଲେ ।

ଏହି ସମୟରେ କସ୍ତୁରବା ଗାନ୍ଧୀ ସ୍ବେଚ୍ଛାକୃତ ଭାବେ 37 ଜଣ ମହିଳାଙ୍କ ସହ ମିଶି ସାବରମତି ଆଶ୍ରମ କୂଳେ ଲୁଣ ମାରୁଥିଲେ । ଏଥିରେ ସରୋଜୀନି ନାଇଡୁ, କମଳା ଦେବୀ ଚଟ୍ଟୋପଧାୟ ଆଦି ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସେହିପରକି ମୁସଲିମ ମହିଳାମାନେ ମଧ୍ୟ ଗାନ୍ଧୀଙ୍କ ସହ ତାଳ ମିଳାଇ ଖିଲାଫତ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟରେ ଗାନ୍ଧୀଙ୍କ ବିରୋଧ ଯୋଗୁଁ ମୁସଲିମ ମହିଳାଙ୍କୁ ପରଦା ପ୍ରଥାରୁ ମୁକ୍ତି ମିଳିଥିଲା । ଗାନ୍ଧୀ କହୁଥିଲେ ଯେ, ଅସ୍ପୁର୍ଶତା ଓ ମହିଳାଙ୍କ ସହ ଭେଦଭାବ ସମାଜ ପାଇଁ ଏକ ମାରାତ୍ମକ ବ୍ୟାଧି ସଦୃଶ । ଏଥିପାଇଁ ଗାନ୍ଧୀ, ଜାତି , ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଯାଇ ସ୍ବତନ୍ତ୍ରତା ଆନ୍ଦୋଳନ ଲଢିଥିଲେ ।

ମହିଳାଙ୍କୁ ପାଠ ପଢିବା ପାଇଁ ମଧ୍ୟ ଗାନ୍ଧୀ ପ୍ରେରଣା ଯୋଗାଉଥିଲେ । ସେ ବିଶ୍ବାସ କରୁଥିଲେ ଯେ,ଜଣେ ମହିଳା ଶିକ୍ଷିତ ହେଲେ ସେ ତାର ପୂରା ପରିବାର ଓ ସମାଜକୁ ଶିକ୍ଷିତ କରିପାରିବ । ଗାନ୍ଧୀଙ୍କ ଏହି ସଦଭାବନା ଯୋଗୁଁ ମହିଳାମାନେ ମଧ୍ୟ ତାଙ୍କୁ ବହୁତ ସମ୍ମାନ କରୁଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.