ETV Bharat / bharat

ଆଉ କିଛି ସମୟରେ ‘ମହାରାଷ୍ଟ୍ର ମହାରାୟ’ - ମୁମ୍ବାଇ

ସମୟ ଯେତିକି ନିକଟତର ହେଉଛି, ସେତିକି ମାତ୍ରାରେ ଉତ୍କଣ୍ଠା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ରରେ ଜାରି ରହିଥିବା ମହାଡ୍ରାମା ଉପରେ ଆଉ କିଛି ସମୟ ପରେ ମହାରାୟ ପ୍ରକାଶ କରିବେ ସୁପ୍ରିମକୋର୍ଟ ।

maharastra-politica
ଡ଼ିଜାଇନ୍ ଫଟୋ
author img

By

Published : Nov 26, 2019, 9:56 AM IST

ମୁମ୍ବାଇ: ଘଡ଼ିକେ ଛୁଟୁଛି ଘୋଡ଼ା । ଜାରି ରହିଛି ରାଜ୍ୟରେ ରାଜନୈତିକ ଅସ୍ଥିରତା । ଏହାରି ଭିତରେ ମହାରାଷ୍ଟ୍ରର ଚୂଡ଼ାନ୍ତ ରାୟକୁ ଆଉ ମାତ୍ର କିଛି ସମୟ ବାକି । ସର୍ବୋଚ୍ଚ ନ୍ୟାୟାଳୟ ଦିନ 10.30ରେ ଶୁଣାଇବେ ତାଙ୍କ ଶେଷ ନିଷ୍ପତି ।

ଗତକାଲି ସୁପ୍ରିମକୋର୍ଟରେ ସମସ୍ତ ରାଜନୈତିକ ଦଳ ପକ୍ଷ ରଖିବା ସହ ନିଜ ନିଜର ଦାବି ଉପସ୍ଥାପନା କରିଥିଲେ । ସମସ୍ତ ପକ୍ଷର ଅଭିଯୋଗ ଶୁଣିବା ପରେ ଶୁଣାଣି ଶେଷ କରିଥିଲେ ମାନ୍ୟବର ନ୍ୟାୟାଳୟ । ପରେ ଆଜି ଅର୍ଥାତ୍ ମଙ୍ଗଳବାର ରାୟ ପ୍ରକାଶ କରିବାକୁ ଦିନ ଧାର୍ଯ୍ୟ କରିଥିଲେ ।

ଗୋଟେପଟେ ଶିବସେନା-ଏନସିପି-କଂଗ୍ରେସର ବିଧାୟକ ଏକ ପଞ୍ଚତାରକା ହୋଟେଲରେ ମେଳି ବାନ୍ଧିଛନ୍ତି । ବିଜେପି ସପକ୍ଷରେ ସମର୍ଥନ ନଦେବାକୁ ବା ଘୋଡା଼ ବ୍ୟାପାରରେ ପ୍ରଲୋଭିତ ନହେବା ପାଇଁ ଶପଥ କରାଇଛନ୍ତି ତିନି ଦଳର ପ୍ରମୁଖ ନେତା । ସେହିପରି 162 ବିଧାୟକଙ୍କ ସମର୍ଥନ ରହିଥିବା କହିଛି ‘ମହା ବିକାଶ ଅଘାଡ଼ି’ ମେଣ୍ଟ ।

ଅନ୍ୟପଟେ ଏବେ ମଧ୍ୟ ନିଜ ସପକ୍ଷରେ 170 ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛି ମହାରାଷ୍ଟ୍ର ବିଜେପି । ନିଜର 105 ବିଧାୟକ ରହିଥିବା ବେଳେ ଅଜିତ ପାୱାରଙ୍କ ସପକ୍ଷରେ ଏନସିପିର 54ଜଣ ବିଧାୟକ ଓ 11ଜଣ ସ୍ବାଧିନ ବିଧାୟକଙ୍କ ସମର୍ଥନ ରହିଥିବା କହିଛି ଦଳ । କିନ୍ତୁ ଗୃହରେ କିଏ ବହୁମତ ସାବ୍ୟସ୍ତ କରୁଛି ତାହା ବାକି ରହିଥିବା ବେଳେ ଆଜି ସୁପ୍ରିମକୋର୍ଟଙ୍କ ଶେଷ ରାୟକୁ ସମସ୍ତଙ୍କ ଅପେକ୍ଷା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.