ETV Bharat / bharat

ଆଜି ମହାରାଷ୍ଟ୍ରରେ ହେବ ମତଦାନ - ମହାରାଷ୍ଟ୍ର ନିର୍ବାଚନ

ମହାରାଷ୍ଟ୍ର ବିଧାନସଭା ପାଇଁ ଆଜି ମତଦାନ । ନିର୍ବାଚନୀ ମୈଦାନରେ ଅଛନ୍ତି 3237 ପ୍ରାର୍ଥୀ । ଗୁରୁତ୍ତ୍ବପୂର୍ଣ୍ଣ ସିଟରେ ବିଜେପି-ଶିବସେନା ଓ କଂଗ୍ରେସ-ଏନସିପି ଉଭୟ ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ଡିଜାଇନ ଫଟୋ
author img

By

Published : Oct 21, 2019, 6:36 AM IST

ମୁମ୍ବାଇ: କଡା ସୁରକ୍ଷା ମଧ୍ୟରେ ସୋମବାର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ପ୍ରସ୍ତୁତ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ରାଜ୍ୟରେ ଆରମ୍ଭ ହେବ ମତଦାନ । 24 ତାରିଖରେ ଭୋଟ ଗଣତି ହେବାକୁ ଥିବା ବେଳେ ଏହି ଦିନ ହିଁ ବିଜୟ ଓ ପରାଜୟର ନିଷ୍ପତ୍ତି ହେବ ।

ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି-ଶିବସେନା ମେଣ୍ଟ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ସମ୍ପୂର୍ଣ୍ଣ ଆଶାବାଦୀ ରହିଛି । ସେହିପରି ଅନ୍ୟପକ୍ଷେ ବିପକ୍ଷ ଦଳ କଂଗ୍ରେସ-ଏନସିପି ମେଣ୍ଟ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଜର ସମସ୍ତ ପ୍ରୟାସ ଜାରି ରଖିଛି ।

288 ବିଧାନସଭା ଆସନ ପାଇଁ ମୋଟ 8 କୋଟି 97 ଲକ୍ଷ 22 ହଜାର 19 ଜଣ ମତଦାତା ରହିଛନ୍ତି । ମତଦାତାଙ୍କ ପାଇଁ 96 ହଜାର 661ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା ରହିଛି । ମହାରାଷ୍ଟ୍ର ନିର୍ବାଚନୀ ମୈଦାନରେ ଅଛନ୍ତି 3237 ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ନିର୍ଦ୍ଦଳିୟ ପ୍ରାର୍ଥୀଙ୍କ ସଂଖ୍ୟା 1400 ରହିଛି । ସେହିପରି କଂଗ୍ରେସ 147, ମହାରାଷ୍ଟ୍ର ନବନିର୍ମାଣ ସେନା 101ଟି ଓ ଏନସିପି 124 ଆସନରେ ନିର୍ବାଚନ ଲଢୁଛନ୍ତି ।

288 ଆସନ ପାଇଁ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କିଛି ଗୁରୁତ୍ତ୍ବପୂର୍ଣ୍ଣ ସିଟରେ ବିଜେପି-ଶିବସେନା ଓ କଂଗ୍ରେସ-ଏନସିପି ଉଭୟ ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.