ETV Bharat / bharat

ଉଦ୍ଧବ କ୍ୟାବିନେଟରେ ଆଶାୟୀଙ୍କୁ ଅଣଦେଖା - ଉଦ୍ଧବ କ୍ୟାବିନେଟରେ ଆଶାୟୀଙ୍କୁ ଅଣଦେଖା

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣରକୁ ନେଇ ବିଦ୍ରୋହ ଦେଖାଦେଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ସମ୍ପ୍ରସାରଣର ସମାରୋହରେ ଯୋଗ ନ ଦେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ।

Maharashtra uddhav thackeray
ଉଦ୍ଧବ କ୍ୟାବିନେଟରେ ଆଶାୟୀଙ୍କୁ ଅଣଦେଖା
author img

By

Published : Dec 31, 2019, 2:40 PM IST

ନୂଆଦିଲ୍ଲୀ: ଉଦ୍ଧବଙ୍କ କ୍ୟାବିନେଟରେ କେଁ । ମନ୍ତ୍ରୀମଣ୍ଡଳକୁ ନେଇ ନାଖୁସ୍‌ ଏନସିପି ବିଧାୟକଙ୍କ ସହିତ ସଞ୍ଜୟ ରାଉତ । ଗତକାଲି ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଏନସିପି ବିଧାୟକ ସୋଲାଙ୍କେଙ୍କୁ ମିଳିନାହିଁ ମନ୍ତ୍ରୀପଦ । ଫଳରେ ସେ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ସେପଟେ, କ୍ୟାବିନେଟ ସମ୍ପ୍ରସାରଣ ସମାରୋହରେ ଯୋଗ ନଦେଇ ନିଜ ଅସନ୍ତୁଷ୍ଟ ଜାହିର କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ ।

ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ପରେ ଏବେ ଏକ ପ୍ରକାରର ବିଦ୍ରୋହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସାଂସଦ ସଞ୍ଜୟ ରାଉତଙ୍କ ଭାଇ ସୁନୀଲ ରାଉତଙ୍କୁ କୌଣସି ମନ୍ତ୍ରୀପଦ ମିଳିନାହିଁ । ତେଣୁ ଏଥିରେ ସେ ଅସନ୍ତୁଷ୍ଟ ପ୍ରକାଶ କରି ସଂପ୍ରସାରଣ ସମାରୋହରେ ଯୋଗ ଦେଇନଥିଲେ । ସେହିପରି ମନ୍ତ୍ରୀ ପଦ ନପାଇ, ନିର୍ଦ୍ଦଳୀୟ ନେତା ରାଜୁ ରେଡ୍ଡୀଙ୍କୁ ମଧ୍ୟ କ୍ୟାବିନେଟରୁ ନଜର ଅନ୍ଦାଜ କରାଯିବାରୁ ସେ ମଧ୍ୟ ନାରାଜ ଦେଖାଇଛନ୍ତି ।

ମୁମ୍ବାଇ ବିକ୍ରୋଲିରୁ ବିଧାୟକ ସୁନୀଲ ରାଉତ ମହା ଅଘାଡି ଦଳ ମନ୍ତ୍ରୀମଣ୍ଡଳୀର ମୁଖ୍ୟ ଦାବିଦାର ବିଚାର କରାଯାଉଥିଲା । କିନ୍ତୁ, କ୍ୟାବିନେଟ ସଂପ୍ରସାରଣରେ ତାଙ୍କୁ କୌଣସି ସ୍ଥାନ ମିଳିନଥିବାବେଳେ,ସାର୍ବଜନୀନ ଭାବେ ସଞ୍ଜୟ ରାଉତ ଏନେଇ କୌଣସି ଅସନ୍ତୁଷ୍ଟ ପ୍ରକାଶ କରିନାହାନ୍ତି । ସେହିପରି, ପିଡବ୍ଲ୍ୟୁପିର ଅଧ୍ୟକ୍ଷ ଜୟନ୍ତ ପାଟିଲ ମଧ୍ୟ ମନ୍ତ୍ରୀମଣ୍ଡଳରେ ନାଖୁସ ଥିବା ଜଣାପଡିଛି । ମହା ବିକାଶ ଅଘାଡିର ଅଧ୍ୟକ୍ଷ ହିତେନ୍ଦ୍ର ଠାକୁର ମଧ୍ୟ କ୍ୟାବିନେଟରେ ସ୍ଥାନ ମିଳିନାହିଁ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.