ETV Bharat / bharat

24 ଘଣ୍ଟାରେ ମହାରାଷ୍ଟ୍ରରେ 3,874 ଓ ଦିଲ୍ଲୀରେ 3,630 ନୂଆ ମାମଲା ରେକର୍ଡ - ଦିଲ୍ଲୀରେ 3,630 ନୂଆ ମାମଲା ରେକର୍ଡ

ମହାରାଷ୍ଟ୍ର ଗତ 24 ଘଣ୍ଟା ମଧ୍ୟରେ 3,874 ନୂତନ ପଜିଟିଭ୍ ମାମଲା ରିପୋର୍ଟ ହୋଇଥିବାବେଳେ ଜାତୀୟ ରାଜଧାନୀରେ 3,630 ନୂଆ କୋରୋନାଭାଇରସ୍ ମାମଲା ପଞ୍ଜିକୃତ ହୋଇଛି।

24 ଘଣ୍ଟାରେ ମହାରାଷ୍ଟ୍ରରେ 3,874  ଓ ଦିଲ୍ଲୀରେ 3,630 ନୂଆ ମାମଲା ରେକର୍ଡ

author img

By

Published : Jun 21, 2020, 10:38 AM IST

ନୂଆଦିଲ୍ଲୀ: କୋଭିଡ୍ ହଟସ୍ପଟ ଏବେ ପାଲଟିଛି ଡେଥ୍ ସ୍ପଟ୍। ଦ୍ରୁତ ଗତିରେ ବଢିଚାଲିଛି କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ସେଥିମଧ୍ୟରେ ମହାରାଷ୍ଟ୍ର ଏବଂ ଦିଲ୍ଲୀ ସାରା ଭାରତରେ ସବୁଠାରୁ ଖରାପ ସ୍ଥିତିରେ ରହିଛି।

ମହାରାଷ୍ଟ୍ର ଗତ 24 ଘଣ୍ଟା ମଧ୍ୟରେ 3,874 ନୂତନ ପଜିଟିଭ୍ ମାମଲା ରିପୋର୍ଟ ହୋଇଥିବାବେଳେ ଜାତୀୟ ରାଜଧାନୀରେ 3,630 ନୂଆ କୋରୋନାଭାଇରସ୍ ମାମଲା ପଞ୍ଜିକୃତ ହୋଇଛି। ମହାରାଷ୍ଟ୍ରରେ ସମୁଦାୟ ପଜିଟିଭ୍ ମାମଲା 1,28,205 କୁ ବୃଦ୍ଧି ପାଇଥିବାବେଳେ ଦିଲ୍ଲୀର ମୋଟ ସଂଖ୍ୟା 56,746 କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଯଥାକ୍ରମେ 58,054 ଏବଂ 23,340 ସକ୍ରିୟ କୋଭିଡ୍ 19 ମାମଲା ଅଛି।

ଶନିବାର (ଜୁନ୍ 20) ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ରରେ କୋଭିଡ୍ 19 ମୃତ୍ୟୁ ସଂଖ୍ୟା 5,984 କୁ ବୃଦ୍ଧି ପାଇଛି ଏବଂ ଜାତୀୟ ରାଜଧାନୀରେ ଏପର୍ଯ୍ୟନ୍ତ 2,112 ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ 24 ଘଣ୍ଟାରେ 160 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟପକ୍ଷରେ ଦିଲ୍ଲୀରେ 77 ଟି ନୂଆ ମୃତ୍ୟୁ ରେକର୍ଡ କରିଛି।

ମହାରାଷ୍ଟ୍ରର ମୁମ୍ବାଇ ସହର କୋରୋନା ଦ୍ବାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିରେ ସମୁଦାୟ 65,329 ସଂକ୍ରମଣ ଏବଂ 3,561 ଜଣଙ୍କର ମୃତ୍ୟୁ ଘଟିଛି। ଜୁନ୍ 20 ରେ ମହାରାଷ୍ଟ୍ର ପୋଲିସ୍ ଫୋର୍ସରେ 986 କୋଭିଡ୍ 19 ସକ୍ରିୟ ମାମଲା ଥିବାବେଳେ 46 ଜଣ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁର ଆକ୍ରାନ୍ତ ହୋଇଛନ୍ତି।

ଜୁନ୍ 20 ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଭାରତ 3,95,048 କୋରୋନାଭାଇରସ୍ ମାମଲା ରେକର୍ଡ କରିଛି, ସେଥିମଧ୍ୟରୁ 1,68,269 ଟି ସକ୍ରିୟ ଅଛି। ମହାରାଷ୍ଟ୍ର ତାମିଲନାଡୁ (54,449 ମୋଟ ମାମଲା), ଦିଲ୍ଲୀ ଏବଂ ଗୁଜୁରାଟ (ମୋଟ 26,141 ମାମଲା) ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.