ମୁମ୍ବାଇ : ଯେଉଁମାନେ ବାଙ୍ଗଲାଦେଶୀଙ୍କ ବିଷୟରେ ସଠିକ ସୂଚନା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ । ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଏହି ପ୍ରୟାସ ଆରମ୍ଭ କାରଯାଇଛି । ଭାରତକୁ ପ୍ରବେଶ କରୁଥିବା ବାଙ୍ଗଲାଦେଶୀ ଓ ପାକିସ୍ତାନିଙ୍କ ବିଷୟରେ ସଠିକ ସୂଚନା ପ୍ରଦାନକାରୀଙ୍କୁ ମହାରାଷ୍ଟ୍ର ନବ ନିର୍ମାଣ ସେନା 5 ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବାର ବ୍ୟବସ୍ଥା କରାଯାଇଛି ।
ମହାରାଷ୍ଟ୍ର ନବ ନିର୍ମାଣ ସେନା ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଏହା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ