ETV Bharat / bharat

ପୋଲିସଙ୍କ ସୁରକ୍ଷାକୁ ପ୍ରାଥମିକତା; ମାସ୍କ ଓ ସାନିଟାଇଜର ବାଣ୍ଟିଲେ ଅନିଲ ଦେଶମୁଖ

ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୋଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 4, 2020, 5:05 PM IST

ପୋଲିସ କର୍ମଚାରୀଙ୍କ ସୁରକ୍ଷା ପ୍ରଥମ, ମାସ୍କ ଓ ସାନିଟାଇଜର ବାଣ୍ଟିଲେ ମୁମ୍ବାଇ ଗୃହମନ୍ତ୍ରୀ

ମୁମ୍ବାଇ: କୋରୋନା ଯୁଦ୍ଧରେ ଦିନ ରାତି ଏକ ନିଜ ଡ୍ୟୁଟି କରୁଛନ୍ତି ପୋଲିସ କର୍ମଚାରୀ । ଲୋକଙ୍କୁ ସଚେତନ କରିବା ସହିତ ଅମାନିଆଙ୍କୁ ସାବାଡ ମଧ୍ୟ କରୁଛନ୍ତି ପୋଲିସ କର୍ମଚାରୀ । ତେବେ ଏପରିସ୍ଥଳରେ ସେମାନଙ୍କ ସୁରକ୍ଷା ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୋଲିସ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଛନ୍ତି ।

ଏହାସହ ଗୃହମନ୍ତ୍ରୀ କହିଛନ୍ତି ଯେ, ଆମେ ଚାହୁଁଛୁ ଆମ ପୋଲିସ କର୍ମୀମାନେ ଡ୍ୟୁଟି ସମୟରେ ସୁସ୍ଥ ରୁହନ୍ତୁ । ସେ ସୁସ୍ଥ ରହିଲେ ହିଁ ଦେଶ ସୁସ୍ଥ ରହିବ । ତେଣୁ ତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସମସ୍ତ ପ୍ରତିରକ୍ଷା ଉପକରଣ, ମାସ୍କ, ସାନିଟାଇଜର ଆଦି ବଣ୍ଟା ଯାଉଛି ।

ତେବେ ଏଠାରେ କହି ରଖୁଛୁ ଯେ କୋରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ପୁରା ମୁମ୍ବାଇକୁ ସାନିଟାଇଜ କରାଯାଉଛି । ପୋଲିସ କର୍ମୀମାନେ 24 ଘଣ୍ଟା ପଇଁତରା ମାରୁଛନ୍ତି । ମୁମ୍ବାଇ ମହାନଗର ନିଗମ ସମସ୍ତ ଜନବହୁଳ ଅଞ୍ଚଳରେ କୋଭିଡ19 ସ୍କ୍ରିନିଂ କ୍ଲିନିକିର ବ୍ୟବସ୍ଥା କରାଯାଇଛି । ଯାହା ଦ୍ବାରା ଅଧିକରୁ ଅଧିକ ସଂଖ୍ୟାରେ ଲୋକଙ୍କ ଟେଷ୍ଟ କରାଯାଇପାରିବ । ମୁମ୍ବାଇରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାର ଅଧିକ ରହିଛି । ଏବେ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 537ରେ ପହଞ୍ଚିଛି ଯେତେବେଳେ କି 26 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.