ETV Bharat / bharat

ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇବାକୁ ରାଜସ୍ଥାନ ସରକାରଙ୍କୁ ଅନୁରୋଧ କଲା ମହାରାଷ୍ଟ୍ର

ରାଜସ୍ଥାନ କୋଟାରେ ଫସିଥିବା ମହାରାଷ୍ଟ୍ରର 1800-200 ଛାତ୍ରଙ୍କୁ ସୁରକ୍ଷିତ ଫେରାଇବା ପାଇଁ ମହାରାଷ୍ଟ୍ର ସରକାର ରାଜସ୍ଥାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

_evacution
ଛାତ୍ରଙ୍କୁ ସୁରକ୍ଷିତ ଫେରାଇବାକୁ ରାଜସ୍ଥାନ ସରକାରଙ୍କୁ ଅନୁରୋଧ କଲେ ମହାରାଷ୍ଟ୍ର ସରକାର
author img

By

Published : Apr 26, 2020, 9:23 AM IST

ମୁମ୍ବାଇ: ରାଜସ୍ଥାନ ସରକାରଙ୍କୁ ଅନୁରୋଧ କଲେ ମହାରାଷ୍ଟ୍ର ସରକାର । ରାଜସ୍ଥାନ କୋଟାରେ ଫସିଥିବା ମହାରାଷ୍ଟ୍ରର 1800-200 ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇବା ପାଇଁ ମହାରାଷ୍ଟ୍ର ସରକାର ରାଜସ୍ଥାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର 1,800 -2,000 ଛାତ୍ରଛାତ୍ରୀ ରାଜସ୍ଥାନର କୋଟାରେ ଫସି ରହିଛନ୍ତି। ଏଣୁ ସେମାନଙ୍କୁ ସୁରକ୍ଷିତ ରାଜସ୍ଥାନ ସରକାରଙ୍କୁ ଅନୁରୋଧ କରିଛନ୍ତି।

ଏହି ଛାତ୍ରଛାତ୍ରୀ ମାନେ ରାଜସ୍ଥାନର କୋଟା ଠାରୁ ମଧ୍ୟପ୍ରଦେଶ-ଗୁଜୁରାଟ ଦେଇ ବସରେ ମହାରାଷ୍ଟ୍ରକୁ ଫେରିବେ। ଏଣୁ ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ରାଜ୍ୟ ସରକାର ଏବଂ ସେମାନଙ୍କ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ଫେରିବା ଯାତ୍ରାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ସ୍କ୍ରିନିଂ କରାଯିବ ଏବଂ 14 ଦିନ ପାଇଁ ହୋମ କ୍ବାରେଣ୍ଟିନରେ ରଖାଯିବ।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6817ରେ ପହଞ୍ଚିଛି । ମୋଟ ଆକ୍ରାନ୍ତ ମଧ୍ୟରୁ 957 ଆକ୍ରାନ୍ତ ସୁସ୍ଥ ଏବଂ 301 ଜଣ ଆକ୍ରାନ୍ତ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ, ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା 2034 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତ ମଧ୍ୟରୁ 230 ସୁସ୍ଥ ଏବଂ 27 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.