ETV Bharat / bharat

ସ୍ଥାୟୀ ହୋଇପାରିବ ନାହିଁ ମହାରାଷ୍ଟ୍ରରେ ମେଣ୍ଟ ସରକାର: ଦେବେନ୍ଦ୍ର ଫଡନାଭିସ

author img

By

Published : Nov 15, 2019, 12:09 PM IST

ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ବାହାରିଥିଲେ ମଧ୍ୟ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ନୂତନ ସରକାର ଗଠନ ହୋଇ ପାରିନାହିଁ। ଏଭଳି ସ୍ଥିତିରେ ସରକାର ଗଠନ କରିବା ନେଇ ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି। ଯଦି ଏହି 3 ଦଳଙ୍କ ସରକାର ଗଠନ ହୁଏ, ଏହା 6 ମାସ ପର୍ଯ୍ୟନ୍ତ ତିଷ୍ଠି ପାରିବ ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।

ମହାରାଷ୍ଟ୍ର ସରକାର ଗଠନ କରିପାରନ୍ତି ଶିବସେନା, ଏନସିପି ଓ କଂଗ୍ରେସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଅଚଳାବସ୍ଥା ଦିନକୁ ଦିନ ରହସ୍ୟଘେରକୁ ଚାଲିଯାଉଛି। ରାଜ୍ୟରେ ସରକାର ଗଠନ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ। ରାଜ୍ୟରେ କ୍ଷମତାସୀନ ହେବାକୁ ଥିବା ସରକାରର ନେତୃତ୍ୱ କିଏ ନେବ ତାକୁ ଛକାପଞ୍ଝା ଜାରି ରହିଛି। ରାଜ୍ୟର ଦେଖା ଦେଇଥିବା ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ମତ ରଖିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।

ରାଜ୍ୟରେ ମେଣ୍ଟ ସରକାର ଗଠନ କରିବା ନେଇ ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ପ୍ରୟାସ ଜାରି ରହିଛି। ଏଥିପାଇଁ ତିନି ଦଳଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଏହି ସାମ୍ଭାବ୍ୟ ମେଣ୍ଟ ସରକାର ଉପରେ ମତ ରଖି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ଶିବସେନା, କଂଗ୍ରେସ ଓ ଏନସିପିକୁ ନେଇ ଗଠିତ ହେବାକୁ ଥିବା ସରକାର 6 ମାସ ପର୍ଯ୍ୟନ୍ତ ତିଷ୍ଠି ପାରିବ ନାହିଁ। ଦଳ ପାଖରେ ଆବଶ୍ୟକୀୟ ବହୁମତ ନଥିବା ଦର୍ଶାଇ, ସରକାର ଗଠନ କରିବାରୁ ଓହରି ଯାଇଥିଲା ବିଜେପି ।

ଗତ ମାସ 21 ତାରିଖରେ ମହାରାଷ୍ଟ୍ରରେ ହୋଇଥିଲା ବିଧାନସଭା ନିର୍ବାଚନ। ଆଉ ଅକ୍ଟୋବର 23 ପ୍ରକାଶ ପାଇଥିଲା ନିର୍ବାଚନ ଫଳାଫଳ। ଏହା ମଧ୍ୟରେ 20 ବିତି ଯାଇଥିଲେ ମଧ୍ୟ କୌଣସି ସରକାର ଗଠନ କରିବାରେ ସଫଳ ହୋଇନାହାଁନ୍ତି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ କେନ୍ଦ୍ରକୁ ଜଣାଇଥିଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ। ଯାହାକୁ ଅନୁମୋଦନ କରିଥିଲେ ରାଷ୍ଟ୍ରପତି।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.