ETV Bharat / bharat

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 1 ଲକ୍ଷ ଦାନ କଲେ ମହାରାଷ୍ଟ୍ର ରାଜ୍ୟପାଳ - Maharashtra governor

କୋରୋନା ଆକ୍ରାନ୍ତ ଡାକ କର୍ମଚାରୀଙ୍କୁ 1 ଲକ୍ଷ ଟଙ୍କା ଦାନ କଲେ ମହାରାଷ୍ଟ୍ର ରାଜ୍ୟପାଳ । ମଙ୍ଗଳବାର ସେ କରିଛନ୍ତି ଚେକ ପ୍ରଦାନ । ଅଧିକ ପଢନ୍ତୁ...

Maharashtra governor donates Rs 1 lakh to postal staff for Covid-19 treatment
କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 1 ଲକ୍ଷ ଟଙ୍କା ଦାନ କଲେ ମହାରାଷ୍ଟ୍ର ରାଜ୍ୟପାଳ
author img

By

Published : Jun 23, 2020, 7:20 PM IST

ମୁମ୍ବାଇ: କୋରୋନା ରୋଗୀଙ୍କୁ ଚିକିତ୍ସା ଲାଗି 1 ଲକ୍ଷ ଟଙ୍କା ଦାନ କଲେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶୟାରୀ । ଆକ୍ରାନ୍ତ ଜଣକ ଜଣେ ଡାକ କର୍ମଚାରୀ ବୋଲି ଜଣାପଡିଛି । ମଙ୍ଗଳବାର ସେ ଆକ୍ରାନ୍ତଙ୍କୁ ଦେଇଛନ୍ତି ଟଙ୍କା । ମହାରାଷ୍ଟ୍ର ସର୍କଲ ୱେଲଫେୟାର ପୋଷ୍ଟର ମୁଖ୍ୟ ହରିଷ ଚନ୍ଦ୍ର ଅଗ୍ରୱାଲଙ୍କ ନାମରେ ପଠାଯାଇଛି । ରାଜଭବନରୁ ଏହି ସୂଚନା ମିଳିଛି ।

ଏହି ଅର୍ଥ ଭିତରୁ ରାଜ୍ୟପାଳ ଏକ ଚିଠି ପ୍ରତିଯୋଗିତାରେ 25 ହଜାର ପୁରସ୍କାର ଜିତିଥିବା ବେଳେ 75 ହଜାର ନିଜ ହାତରୁ ଦେଇଥିବା ଜଣାପଡିଛି । ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀରେ ରାଜ୍ୟପାଳ ଢାଇ ଅକ୍ଷର ନାମରେ ଏକ ଚିଠି ଲେଖା ପ୍ରତିଯୋଗୀତାରେ ପ୍ରଥମ ପୁରସ୍କାର ଜିତିଥିଲେ । 2019 ନଭେମ୍ବର ମାସରେ ପ୍ରାୟ 80 ହଜାର ପ୍ରତିଯୋଗୀଙ୍କୁ ନେଇ ଏହା ଅନୁଷ୍ଠିତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.