ETV Bharat / bharat

ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଛକାପଞ୍ଝା ଜାରି

author img

By

Published : Nov 2, 2019, 1:13 PM IST

କିଏ ହେବ ମହାରାଷ୍ଟ୍ର ସିଏମ । କେଉଁଦଳ ଦଳ ଗଠନ କରିବ ସରକାର । ମେଣ୍ଟ ବଜାୟ ରଖିବେ ଗୈରିକ ଦଳ ଓ ଶିବସେନା ନା ବଦଳିବ ରାଜନୀତି ସମୀକରଣ ।

ଫାଇଲ ଫଟୋ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ଏବେ ଆହୁରି ରୋଚକ ସ୍ଥିତି ଆଡକୁ ଯାଉଛି । ମୁଖ୍ୟମନ୍ତ୍ରୀ ଚୌକି ବିଜେପି ହାତକୁ ଆସିବା ଏକ ପ୍ରକାର ଥୟ ବୋଲି ବିଜେପି ଆଶା ବାନ୍ଧିଛି । କାରଣ ରାଜନୀତି ଗୋଟି ଚାଳନାରେ ମାହିର ବିଜେପି କେନ୍ଦ୍ରୀୟ ନେତା ମହାରାଷ୍ଟ୍ରକୁ ନେଇ ଅସମ୍ଭବ ନୀରବତା ଅବଲମ୍ବନ କରୁଛନ୍ତି । ଏହି ଠାରୁ ସ୍ପଷ୍ଟ ଯେ ମୈଦାନରେ ଦେବେନ୍ଦ୍ର ଫଡନାଭିସଙ୍କୁ ରଖି ଦୃଢ ନିଶ୍ଚିତ ଯେ ମହାରାଷ୍ଟ୍ର ଶାସନ କ୍ଷମତା ବିଜେପି ହାତରେ ହିଁ ରହିବ । ଯେଉଁଥି ପାଇଁ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ଶପଥ ଗ୍ରହଣ ପାଇଁ ଚୟନ କରିଛି । ଆସନ୍ତା 5ରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବେ ବୋଲି ଜଣାପଡିଛି । ବିସିସିଆଇର ଆବଶ୍ୟକ ଅନୁମତି ମିଳିବା ପରେ ଦଳ ମଞ୍ଚ ପ୍ରସ୍ତୁତି ଆରମ୍ଭ କରିବ ।

ଠିକ ଏତିକିବେଳେ ସେନା ବିଜେପିକୁ ଛାଡି ସରକାର ଗଠନ ପାଇଁ ପ୍ରସ୍ତୁତ ଆରମ୍ଭ କରିଥିଲା । ଆଉ ଦଳୀୟ ସାଂସଦ ସଞ୍ଜୟ ରାଉତ ଏହାର ନେତୃତ୍ବ ନେଉଛନ୍ତି । ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମନାଇବାକୁ ଦଳ ଉଦ୍ୟମ ଆରମ୍ଭ କରିଥିଲା । ହେଲେ ମହାରାଷ୍ଟ୍ର ରାଜନୀତିର ପଖୋତ ଖିଲାଡି ପାୱାର ସେନାର ପ୍ରସ୍ତାବକୁ ସିଧାସିଧା ମନା କରି କହିଛନ୍ତି ତାଙ୍କ ଦଳ ବିରୋଧୀ ଦଳ ଆସନରେ ବସିବ ।

ସେପଟେ ସେନାକୁ ସମର୍ଥନ ଦେବା ଦୂରରେ ଥାଉ , ରାଜ୍ୟରେ କଂଗ୍ରେସର ଆଭିମୁଖ୍ୟ କଣ ହେବ ତାକୁ ନେଇ ଦଳରେ ସହମତି ହୋଇପାରିନାହିଁ । ମହାରାଷ୍ଟ୍ର କଂଗ୍ରେସ ନେତା ଏହି ପ୍ରସଙ୍ଗରେ ଆଜି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବେ । କିନ୍ତୁ ତାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ଟାଣୁଆ ନେତା ତଥା ସାଂସଦ ହୁସେନ ଦଲୱାଇ ସୋନିଆଙ୍କୁ ଚିଠି ଲେଖିଛନ୍ତି । ସେ ଚିଠିରେ ଦର୍ଶାଇଛନ୍ତି ବିଜେପି-ସେନା ସରକାର ଗଠନ କରିବାକୁ ସହମତି ହୋଇପାରି ନାହାଁନ୍ତି । ମହାରାଷ୍ଟ୍ର ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଶିବସେନା ଓ ରାଷ୍ଟ୍ରବାଦୀ କଂଗ୍ରେସ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ଉଚ୍ଚିତ । ଏହାସହ ସେ ସୋନିଆଙ୍କୁ ମନେ ପକାଇ ଲେଖିଛନ୍ତି ଏହାପୂର୍ବରୁ ପ୍ରତିଭା ପାଟିଲ ଓ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଶିବସେନା ସମର୍ଥନ କରିଥିଲା ।

288 ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ବିଜେପି- ଶିବସେନା ମିଳିତ ଭାବେ ନିର୍ବାଚନ ଲଢିଥିଲେ । ଜନତା ମଧ୍ୟ ମେଣ୍ଟକୁ ସ୍ବୀକୃତି ଦେଇଛନ୍ତି ସରକାର ଗଠନ କରିବାକୁ । କିନ୍ତୁ କ୍ଷମତା ଲୋଭ ଏବେ 2ଦଳକୁ ଘାରିଛି । ବିଜେପି ମୁଖ୍ୟମନ୍ତ୍ରୀ ଚୌକି ଭାଗ କରିବାକୁ ପ୍ରସ୍ତୁତ ନଥିବା ବେଳେ ସେନା ମଧ୍ୟ ଜଣେ ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅଟଳ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.