ETV Bharat / bharat

3 କୋଟି ଗରିବଙ୍କୁ ଚାଉଳ ଓ ଅଟା ବାଣ୍ଟିବେ ମହାରାଷ୍ଟ୍ର ସରକାର - ମହାରାଷ୍ଟ୍ରରେ କୋଭିଡ 19 ମାମଲା

ପ୍ରତି ରାସନ କାର୍ଡଧାରୀଙ୍କୁ କେଜି ପିଛା 8 ଟଙ୍କାରେ 3 କେଜି ଅଟା ଦିଆଯାଉଛି । ଏହାସହ କେଜି ପିଛା 12 ଟଙ୍କାରେ 2 କେଜି ଚାଉଳ ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ...

3 କୋଟି ଗରିବଙ୍କୁ ଚାଉଳ ଓ ଅଟା ବାଣ୍ଟିବେ ମହାରାଷ୍ଟ୍ର ସରକାର

author img

By

Published : Apr 25, 2020, 12:00 AM IST

ମୁମ୍ବାଇ: ଲକଡାଉନରେ ଗରିବ ଓ ଅସହାୟଙ୍କୁ ସହାୟତା ଯୋଗାଇବା ଆରମ୍ଭ କରିଛନ୍ତି ମହାରାଷ୍ଟ୍ର ସରକାର । ପ୍ରାୟ 3 କୋଟି ସାଫ୍ରନ ରାସନ କାର୍ଡଧାରୀଙ୍କୁ ଶସ୍ତା ମୂଲ୍ୟରେ ଅଟା ଓ ଚାଉଳ ଯୋଗାଯାଉଛି । ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୂଚନା ଦେଇଛନ୍ତି ।

ଉଦ୍ଧବ କହିଛନ୍ତି ଯେ କୋଭିଡ 19 ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ରାସନ କାର୍ଡଧାରୀଙ୍କ ସହାୟତା ପାଇଁ ସରକାର ଶସ୍ତା ମୂଲ୍ୟରେ ଚାଉଳ ଓ ଅଟା ଯୋଗାଇବା ଆରମ୍ଭ କରିଛନ୍ତି । ପ୍ରାୟ 3 କୋଟି ଲୋକଙ୍କୁ 4.5 ଲକ୍ଷ ମେଟ୍ରିକ ଟନ ବଣ୍ଟାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପ୍ରତି ରାସନ କାର୍ଡଧାରୀଙ୍କୁ କେଜି ପିଛା 8 ଟଙ୍କାରେ 3 କେଜି ଅଟା ଦିଆଯାଉଛି । ଏହାସହ କେଜି ପିଛା 12 ଟଙ୍କାରେ 2 କେଜି ଚାଉଳ ଯୋଗାଇ ଦିଆଯାଉଛି । କେବଳ ମେ ଓ ଜୁନ ପାଇଁ ଏହି ସାମଗ୍ରୀ ଦିଆଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ରରେ କୋଭିଡ 19 ଯୋଗୁଁ ସର୍ବାଧିକ କ୍ଷତି ହୋଇଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 7000 ପାଖାପାଖି ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 238 ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.