ETV Bharat / bharat

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କୁ କୋରୋନା

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କୁ କୋରୋନା । ଏନେଇ ଟ୍ବିଟ କରି ଜଣାଇଲେ ଅଜିତ୍‌ । ଅଧିକ ପଢନ୍ତୁ...

author img

By

Published : Oct 26, 2020, 12:45 PM IST

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କୁ କୋରୋନା
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାରଙ୍କୁ କୋରୋନା

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍‌ ପାୱାରଙ୍କୁ କୋରୋନା । କୋରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଜିତ୍‌ ପାୱାରଙ୍କ ଅଫିସିଆଲ ଟ୍ବିଟର୍‌ ହ୍ୟାଣ୍ଡଲର ସେ କୋରୋନାରେ ଆକ୍ରାନ୍ତ ଥିବା ଦର୍ଶାଯାଇଛି ।

ଟ୍ବିଟରରେ ସେ ଲେଖିଛନ୍ତି,‘ମୋର କୋରୋନା ଟେଷ୍ଟ ପଜିଟିଭି ଆସିଛି । ମୁଁ ବର୍ତ୍ତମାନ ସୁସ୍ଥ ଅଛି ।’ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । ତେବେ ଏନେଇ କେହି ନିରାଶ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଥାଉକି, ଗତ ସପ୍ତାହରୁ ଅଜିତ୍‌ ପାୱାର ଘରେ ରହୁଥିଲେ । ଯାହାକୁ ନେଇ ତାଙ୍କୁ କୋରୋନା ହୋଇଥିବା ଚର୍ଚ୍ଚା ଜୋର ଧରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.