ମୁମ୍ବାଇ: ଦେଶର ପ୍ରଥମ ରାଜ୍ୟ ଭାବେ ଏକ ଲକ୍ଷ କୋରୋନା ଆକ୍ରାନ୍ତ ପାର କରିଛି ମହାରାଷ୍ଟ୍ର । ସାରା ଦେଶର ମୋଟ୍ ଆକ୍ରାନ୍ତର ଏହା ଏକ ତୃତୀୟାଂଶ । କେବଳ ମୁମ୍ବାଇରେ 55 ହଜାର ଉପରେ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶୁକ୍ରବାର 3493 ମାମଲା ବାହାରିଛି । ଫଳରେ ଏବେ ସୁଦ୍ଧା ମୋଟ୍ 1 ଲକ୍ଷ 1 ହଜାର 141 ଲୋକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 49 ହଜାର 616 ଆକ୍ଟିଭ କେସ ରହିଛି । 24 ଘଣ୍ଟାରେ 127 ମୃତ୍ୟୁ ସହ ମୋଟ୍ ସଂଖ୍ୟା 3717 ରହିଛି । ସେହିପରି ଶୁକ୍ରବାର 1718 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ 47 ହଜାର 796 ଲୋକ ଏଥିରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ।
ମୁମ୍ବାଇରେ ଶୁକ୍ରବାର 1366 ନୂଆ ମାମଲା ଓ 90 ମୃତ୍ୟୁ ରେକର୍ଡ ହୋଇଛି । ଏଠାରେ ମୋଟ୍ 55 ହଜାର 451 ଆକ୍ରାନ୍ତ ଏବଂ 2044 ମୃତ୍ୟୁ ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ରରେ ଏବେ ମୃତ୍ୟୁ ହାର 3.7 ଏବଂ ସୁସ୍ଥତା ହାର 47.3 ପ୍ରତିଶତ ରହିଛି । ରାଜ୍ୟରେ ଏବେ 75 ହଜାର 67ଟି ଆଇସୋଲେସନ ବେଡ୍ ଉପଲବ୍ଧ ଥିବା ରାଜ୍ୟ ସରକାର କହିଛନ୍ତି । ଏବେ ଯାଏଁ 5 ଲକ୍ଷରୁ ଅଧିକ ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରଖାଯାଇଥିବା ସରକାର ପ୍ରକାଶ କରିଛନ୍ତି ।
ଏକ ଲକ୍ଷ ଟପିଲା ମହାରାଷ୍ଟ୍ର କୋରୋନା ଆକ୍ରାନ୍ତ - maharashtras-coronavirus-cases
ଦେଶର ପ୍ରଥମ ରାଜ୍ୟ ଭାବେ ଏକ ଲକ୍ଷ କୋରୋନା ଆକ୍ରାନ୍ତ ପାର କରିଛି ମହାରାଷ୍ଟ୍ର । ସାରା ଦେଶର ମୋଟ୍ ଆକ୍ରାନ୍ତର ଏହା ଏକ ତୃତୀୟାଂଶ । ଅଧିକ ପଢନ୍ତୁ..