ETV Bharat / bharat

ଗତ 24 ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବାଧିକ 1500 ଆକ୍ରାନ୍ତ ଚିହ୍ନଟ - କୋରୋନା ନ୍ୟୁଜ

ମହାରାଷ୍ଟ୍ରରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ 1500 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାରରେ ପହଞ୍ଚିଛି।

corona
ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କୋରୋନା
author img

By

Published : May 14, 2020, 11:03 AM IST

ମୁମ୍ବାଇ: ମହାରାଷ୍ଟ୍ରରେ ଦ୍ରୁତ ଗତିରେ କୋରୋନା ଆକ୍ରାନ୍ତଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ 1500 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 26 ହଜାରରେ ପହଞ୍ଚିଛି।

ଏଥିସହ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 40 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତେବେ ଗୋଟିଏ ଦିନରେ ମୁମ୍ବାଇରେ କୋରୋନାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କର ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ ।

ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ 1495 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏହା ସର୍ବାଧିକ ଅଟେ । ଏଥିସହ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 54 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ତେବେ ରାଜ୍ୟରେ ମୃତ୍ୟୁବରଣ କରିଥିବା 54 ଜଣଙ୍କ ମଧ୍ୟରୁ 40 ଜଣ ମୁମ୍ବାଇ, 6 ଜଣ ପୁନେ, 2 ଜଣ ଜଲଗାଓଁ, ସୋଲାପୁରରେ 2 ଜଣ, ଔରଙ୍ଗାବାଦରେ 2 ଜଣ, ବସଇ ବିରାର ଏବଂ ରତ୍ନାଗିରିରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମହାରାଷ୍ଟ୍ର ମୋଟ କୋରୋନା ମୃତ୍ୟୁସଂଖ୍ୟା 975ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.