ETV Bharat / bharat

24 ଘଣ୍ଟାରେ ବଢିଲା ଆକ୍ରାନ୍ତ ସଂଖ୍ୟା, 60 ହଜାର ପାଖାପାଖି ମହାରାଷ୍ଟ୍ର ପଜିଟିଭ

author img

By

Published : May 28, 2020, 11:03 PM IST

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର ପାଖାପାଖି ପହଞ୍ଚିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ 59 ହଜାର 546 ଆକ୍ରାନ୍ତ ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

24 ଘଣ୍ଟାରେ ବଢିଲା ଆକ୍ରାନ୍ତ, 60 ହଜାର ପାଖାପାଖି ମହାରାଷ୍ଟ୍ର ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ବଢିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୁଇ ଦିନ ତଳେ କମ ଥିବା ପଜିଟିଭ ସଂଖ୍ୟା ଗୁରୁବାର ପୁଣି 2500 ପାର କରିଛି । ଗତ 24 ଘଣ୍ଟାରେ ଏଠାରେ 2598 ନୂଆ କେସ ବାହାରିଛି ।

ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାର ପାଖାପାଖି ପହଞ୍ଚିଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ 59 ହଜାର 546 ଆକ୍ରାନ୍ତ ସ୍ପଷ୍ଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେହିପରି ଗୁରୁବାର 85 ଲୋକଙ୍କ ମୃତ୍ୟୁ ସହ ମୋଟ ସଂଖ୍ୟା 1982 ରହିଛି ।

ଗତ 24 ଘଣ୍ଟାରେ ମୁମ୍ବାଇରେ 1438 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂଖ୍ୟା 35 ହଜାର ପାର କରିଛି । ଏବେ ଯାଏଁ ମାୟା ନଗରୀରେ 35 ହଜାର 237 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି 38ଟି ମୃତ୍ୟୁ ପରେ ମୋଟ ସଂଖ୍ୟା 1135 ଛୁଇଁଛି । ମହାରାଷ୍ଟ୍ରର ମୋଟ ମୃତ୍ୟୁସଂଖ୍ୟାର ଅଧାରୁ ବେଶୀ ମୁମ୍ବାଇରେ ରହିଛି ।

ଧରାଭୀରେ ଗୁରୁବାର 36ଟି ନୂଆ କେସ ବାହାରିଛି । ଏହାସହ ମୋଟ ଆକ୍ରାନ୍ତ 1635 ପହଞ୍ଚିଛି । ମୃତ୍ୟୁସଂଖ୍ୟା 61 ରହିଥିବା ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.