ETV Bharat / bharat

ମହାରାଷ୍ଟ୍ରରେ କଂଗ୍ରେସକୁ ଝଟକା, ଇସ୍ତଫା ଦେଲେ ବିରୋଧୀ ଦଳର ନେତା ରାଧାକୃଷ୍ଣ ବିଖେ ପାଟିଲ - Radhakrishna Vikhe Patil

କଂଗ୍ରେସର ଟାଣୁଆ ନେତା ତଥା ମହାରାଷ୍ଟ୍ରର ବିରୋଧୀ ଦଳର ନେତା ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ଖୁବ୍‌ ଶୀଘ୍ର ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ANI
author img

By

Published : Jun 4, 2019, 3:28 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି । କଂଗ୍ରେସର ଟାଣୁଆ ନେତା ତଥା ମହାରାଷ୍ଟ୍ରର ବିରୋଧୀ ଦଳର ନେତା ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ଖୁବ୍‌ ଶୀଘ୍ର ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି । ତେବେ ତାଙ୍କ ସହ କଂଗ୍ରେସର ଆଉ 10 ଜଣ ନେତା ବିଧାୟକ ପଦ ଛାଡି ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଅହମଦନଗର ଲୋକସଭା ଆସନ ତାଙ୍କ ଦଳ ଛାଡିବାର ବହୁତ ବଡ କାରଣ ବୋଲି ଜଣାପଡିଛି । ଏହି ଆସନକୁ ସେ ନିଜ ପୁଅ ପାଇଁ ମାଗିଥିଲେ । କିନ୍ତୁ ମହାରାଷ୍ଟ୍ରରେ କଂଗ୍ରେସ ଏବଂ ଏନସିପି ମଧ୍ୟରେ ହୋଇଥିବା ବୁଝାମଣା ପରେ ଏହି ଆସନକୁ ଏନସିପିକୁ ଦେବା ପାଇଁ କଂଗ୍ରେସ ସ୍ଥିର କରିଥିଲା । ଏହି କାରଣରୁ ପାଟିଲଙ୍କ ପୁଅ ସୁଜୟ ପାଟିଲ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ଏହା ବ୍ୟତୀତ ଦଳରେ ତାଙ୍କୁ ଯେଉଁ ମହତ୍ବ ମିଳିବା କଥା ତାହା ମିଳିନଥିଲା । ଏହି 2 ଟି କାରଣ ଯୋଗୁଁ ସେ ଦଳ ଛାଡିଥିବା କୁହାଯାଉଛି ।

Intro:Body:

ffffffffffffffffffg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.