ETV Bharat / bharat

ବ୍ରିଜରୁ ୪୦ ଫୁଟ ତଳକୁ ଖସିଲା ପିକନିକ ବସ; ଗୋଟିଏ ପରିବାରର ୫ ମୃତ, ୮ ଗୁରୁତର - Bus falls off bridge in Satara

ମହାରାଷ୍ଟ୍ରର ସତରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜରୁ ୪୦ ଫୁଟ୍‌ ତଳକୁ ଖସିଲା ପିକନିକ ବସ । ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

Maharashtra: Bus falls off bridge in Satara, 5 of family dead, 8 others injured
ବ୍ରିଜରୁ ୪୦ ଫୁଟ ତଳକୁ ଖସିଲା ପିକନିକ ବସ; ଗୋଟିଏ ପରିବାରର ୫ ମୃତ
author img

By

Published : Nov 15, 2020, 8:46 AM IST

ମୁମ୍ବାଇ: ବ୍ରିଜରୁ ୪୦ ଫୁଟ୍‌ ତଳକୁ ଖସିଲା ପିକନିକ ବସ । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମହାରାଷ୍ଟ୍ରର ସତରା ଜିଲ୍ଲାରେ ଘଟିଛି। ବସଟି ପିକନିକ ପାଇଁ ମହାରାଷ୍ଟ୍ରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା। ତେବେ ସମସ୍ତ ମୃତ ଓ ଆହତ ବ୍ୟକ୍ତି ନାଭି ମୁମ୍ବାଇର ଭାସିର ବାସିନ୍ଦା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ସୂଚନାମୁତାବକ, ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥ ଉପରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେ​‌ଳେ ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ ବସ ଡ୍ରାଇଭର ରିଙ୍କୁ ସାହୁ । ଫଳରେ ଉମବ୍ରାଜ୍‌ ଠାରେ ବସଟି ବ୍ରିଜରୁ ୪୦ ଫୁଟ୍‌ ତଳକୁ ଖସିପଡ଼ିଥିଲା । ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି।

ମୃତ ବ୍ୟକ୍ତିମାନେ ହେଲେ- ଉଷା ନାଏର(୪୦), ମଧୁସୂଦନ ନାଏର (୪୨), ଆଦିତ୍ୟ ନାଏର(୨୩), ସାଜନ ନାଏର(୩୫) ଓ ଆରବ ନାଏର (୩)। ତେବେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଥିବା ବେଳେ ଆଇପିସିର ବିଭିନ୍ନ ଧାରା ତଥା ମୋଟର ଯାନ ଅଧିନିୟମ ଅନୁଯାୟୀ ଡ୍ରାଇଭର ବିରୋଧରେ ବିଭିନ୍ନ ମାମଲା ରୁଜୁ କରିଛି ପୋଲିସ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.