ETV Bharat / bharat

ଗୋଟିଏ ଦିନରେ ଅକୋଲା ଜେଲର 50 କଏଦୀଙ୍କୁ କୋରୋନା

author img

By

Published : Jun 28, 2020, 7:04 PM IST

ଦେଶରେ ସବୁଠାରୁ ଅଧିକ କୋରୋନା ପ୍ରଭାବିତ ମହାରାଷ୍ଟ୍ରରେ ଏବେ ଜେଲର ଚାରିକାନ୍ଥ ଭିତରେ ସଂକ୍ରମଣ ମାତ୍ରା କ୍ରମାଗତ ଭାବେ ବଢୁଛି । ଅକୋଲା ଜିଲ୍ଲା ଜେଲରେ ଏକକାଳୀନ 50 କଏଦୀ ସଂକ୍ରମିତ ହେବା ଚିନ୍ତା ବଢାଇଛି । ଏହା ଜିଲ୍ଲାରେ ରବିବାର 50 କଏଦୀ ଓ 28 ଅନ୍ୟ ନାଗରିକଙ୍କ ରିପୋର୍ଟ ପଜେଟିଭ ଆସିଥିଲା ।

ଫାଇଲ ଫଟୋ
ଫାଇଲ ଫଟୋ

ମୁମ୍ବାଇ: ଜେଲକୁ କୋରୋନା ଭୟ ଜୋର ଧରିଛି । ଜେଲରେ ବ୍ୟାପିବାରେ ଲାଗିଛି ମହାମାରୀ । ଦେଶରେ ସବୁଠାରୁ ଅଧିକ କୋରୋନା ପ୍ରଭାବିତ ମହାରାଷ୍ଟ୍ରରେ ଏବେ ଜେଲର ଚାରିକାନ୍ଥ ଭିତରେ ସଂକ୍ରମଣ ମାତ୍ରା କ୍ରମାଗତ ଭାବେ ବଢୁଛି । ଅକୋଲା ଜିଲ୍ଲା ଜେଲରେ ଏକକାଳୀନ 50 କଏଦୀ କୋରୋନା ସଂକ୍ରମିତ ହେବା ଚିନ୍ତା ବଢାଇଛି । ଏହା ଜିଲ୍ଲାରେ ରବିବାର 50 କଏଦୀ ଓ 28 ଅନ୍ୟ ନାଗରିକଙ୍କ ରିପୋର୍ଟ ପଜେଟିଭ ଆସିଥିଲା ।

ଏହି ଜିଲ୍ଲା ଜେଲରେ ବର୍ତ୍ତମାନ ପାଖାପାଖି 300 କଏଦୀ ଅଛନ୍ତି ବୋଲି ଜେଲର ଜଣେ ଅଧିକାରୀ କହିଛନ୍ତି । ରବିବାର ସକାଳେ ଜିଲ୍ଲା ଜେଲର 50 ଜଣ କଏଦୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ଆସିଥିଲା ।

ଏହା ସହ ଜିଲ୍ଲାର ମୋଟ କୋରୋନାଭାଇରସ୍ ମାମଲା 1,498 କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଜୁନ 24 ରେ, ଜିଲ୍ଲା ଜେଲର 18 ଜଣ କଏଦୀ କୋରୋନା ସଂକ୍ରମିତ ରହିଥିଲେ ।

କୋଭିଡ କାରଣରୁ ବର୍ତ୍ତମାନ ଜିଲ୍ଲାରେ 76 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 378 ଟି ସକ୍ରିୟ ମାମଲା ଥିବାବେଳେ 1000 ରୁ ଅଧିକ ରୋଗୀ ଡିସଚାର୍ଜ ହୋଇଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.