ETV Bharat / bharat

ପରଲୋକରେ ପୂର୍ବତନ ଲୋକସଭା ସାଂସଦ ମହାରାଜ କମଲ ବାହାଦୁର ସିଂହ - धार्मिक संस्थाएं

ରବିବାର ସକାଳେ ଆଖି ବୁଜିଛନ୍ତି ଦେଶର ପ୍ରଥମ ଲୋକସଭାକୁ ନିର୍ବାଚିତ ହୋଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଜୀବିତ ପୂର୍ବତନ ସାଂସଦ ମହାରାଜ କମଲ ବାହାଦୁର ସିଂହ । ରାଜ୍ୟରେ ଶୋକର ଛାୟା । ଅଧିକ ପଢନ୍ତୁ...

ପରଲୋକରେ ପୂର୍ବତନ ଲୋକସଭା ସାଂସଦ ମହାରାଜ କମଲ ବାହାଦୁର ସିଂହ

author img

By

Published : Jan 5, 2020, 11:52 AM IST

ପାଟନା: ପୂର୍ବତନ ଲୋକସଭା ସାଂସଦ ମହାରାଜ କମଲ ବାହାଦୁର ସିଂହଙ୍କର ପରଲୋକ ହୋଇଯାଇଛି । ରବିବାର ସକାଳେ ଆଖି ବୁଜିଛନ୍ତି ବାହାଦୁର ସିଂହ । ମହାରାଜ ବାହାଦୁର ଦେଶର ପ୍ରଥମ ଲୋକସଭାକୁ ନିର୍ବାଚିତ ହୋଇଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଜୀବିତ ସଦସ୍ୟ ଥିଲେ । ସେ ଦୁଇ ଥର ବିହାରର ବକ୍ସରରୁ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ଲଢି ଲୋକସଭା ପହଞ୍ଚିଥିଲେ । ବାହାଦୁର ସିଂହଙ୍କ ନିଧିନ ଖବର ଶୁଣି ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।

ମହାରାଜ କମଲ ବାହାଦୁର ସିଂହ ଡୁମରାଓ ରାଜ ପରିବାର ସହ ଜଡିତ । ସେ ରାଜ୍ୟରେ ଅନେକ ଶୈକ୍ଷିକ ସଂସ୍ଥା, ହସ୍ପିଟାଲ ଓ ଧାର୍ମିକ ସଂସ୍ଥା ଖୋଲି ଥିଲେ । କୁହାଯାଏ ଯେ ଭାରତରତ୍ନ ବିସମିଲ ଖାନ ଡୁମରାଓ ରାଜପରିବାର ଗଡସ୍ଥିତ ବିହାରୀଜୀ ମନ୍ଦିରରେ ସାହାନାଇ ବଜାଉଥିଲେ । ମହାରାଜ କମଲବହାଦୁର 2 ଥର ନିର୍ଦ୍ଦଳୀୟ ନିର୍ବାଚନ ଜିତି ଜିଲ୍ଲାର ପ୍ରତିନିଧିତ୍ବ କରିଥିଲେ । ପରେ ସେ ବିଜେପିର ହାତ ଧରିଥିଲେ । ବିଜେପି ଟିକରୁ ବାହାଦୁର ନିର୍ବାଚନ ଲଢିଥିଲେ ମଧ୍ୟ ବିଜୟ ହାସଲ କରିପାରି ନଥିଲେ । ବାହାଦୁର ସିଂହ ଏକ ମାତ୍ର ସାଂସଦ ଥିଲେ, ଯିଏ କି ରାଜତନ୍ତ୍ରରେ ରାଜା ରହିଥିବା ସହ ଲୋକତନ୍ତ୍ରର ମଧ୍ୟ ପ୍ରତିନିଧିତ୍ବ କରିଥିଲେ ।

Intro:Body:

mp

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.