ETV Bharat / bharat

କୋରୋନା ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ

author img

By

Published : Aug 24, 2020, 6:53 PM IST

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନା ମୁକ୍ତ ହୋଇଛନ୍ତି । ତାଙ୍କର ତୃତୀୟ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି ।

କୋରୋନା ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ
କୋରୋନା ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ

ଲକ୍ଷ୍ନୌ: କୋରୋନା ମୁକ୍ତ ହେଲେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ । ତାଙ୍କର ତୃତୀୟ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି । ଏହା ପୂର୍ବରୁ ତାଙ୍କର ଦ୍ବିତୀୟ ରିପୋର୍ଟରେ କୋରୋନା ସଂକ୍ରମଣ ନିଶ୍ଚିତ ହୋଇପାରି ନଥିଲା । ଫଳରେ ତୃତୀୟ ଥର ପାଇଁ ତାଙ୍କର ପରୀକ୍ଷଣ କରାଯାଇଥିଲା । ତେବେ ଏଥିରେ ତାଙ୍କ ରିପୋର୍ଟ ନକାରାତ୍ମକ ଆସିଥିଲା । ସେ ସୁସ୍ଥ ହେବା ପରେ ଖୁବ ଶୀଘ୍ର ଅଯୋଧ୍ୟାକୁ ଫେରିବେ ବୋଲି ମହନ୍ତଙ୍କ ଉତ୍ତରାଧିକାରୀ କମଲ ନୟନ ଦାସ କହିଛନ୍ତି ।

କୋରୋନା ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମଥୁରା ଗସ୍ତ କରିଥିବା ମହନ୍ତ ନୃତ୍ୟ ଗୋପାଳ ଦାସ କୋରୋନାରେ ସଂକ୍ରମିତ ହୋଇଥିଲେ । ଏହା ପରେ ତାଙ୍କୁ ଗୁରୁଗ୍ରାମର ମେନ୍ଦାତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅନେକ ଲୋକ ତାଙ୍କର ଆଶ୍ରୁ ଆରୋଗ୍ୟ କାମନା କରୁଥିଲେ ।

ସେପଟେ ମହନ୍ତ କମଲନୟନ ଦାସ କହିଛନ୍ତି ଯେ, ମହନ୍ତ ନୃତ୍ୟ ଗୋପାଳ ଦାସ ସୁସ୍ଥ ଅଛନ୍ତି। ତାଙ୍କ ମନ ଅଯୋଧ୍ୟାରେ ହିଁ ଅଛି । ଖୁବ୍ ଶୀଘ୍ର ସେ ଅଯୋଧ୍ୟାକୁ ଫେରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.