ETV Bharat / bharat

ଭୂମି ପୂଜନ ମୂହୁର୍ତ୍ତ ବିବାଦ: 'ରାମଙ୍କ କାର୍ଯ୍ୟ ଯେବେ ହବ ସେବେ ସୁମଙ୍ଗଳ'

author img

By

Published : Aug 4, 2020, 5:25 PM IST

ଅଯୋଧ୍ୟା ଭୂମି ପୂଜନକୁ ନେଇ କଂଗ୍ରେସର ମନ୍ତବ୍ୟକୁ ଟାର୍ଗେଟ କରି ଏହାକୁ ଖଣ୍ଡନ କରିଛନ୍ତି ନିର୍ମୋହି ଆଖଡାର ମହନ୍ତ ଧର୍ମଦାସ । ଅଧିକ ପଢନ୍ତୁ...

ଭୂମି ପୂଜନ ମୂହୁର୍ତ୍ତ ବିବାଦ: 'ରାମଙ୍କ କାର୍ଯ୍ୟ ଯେବେ ହବ ସେବେ ସୁମଙ୍ଗଳ'
ଭୂମି ପୂଜନ ମୂହୁର୍ତ୍ତ ବିବାଦ: 'ରାମଙ୍କ କାର୍ଯ୍ୟ ଯେବେ ହବ ସେବେ ସୁମଙ୍ଗଳ'

ଲକ୍ଷ୍ନୌ: ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସହ ଜଡିତ ବିବାଦର ସମାଧାନ ପାଇଁ ନିର୍ମୋହି ଆଖଡାର ମହନ୍ତ ଧର୍ମଦାସ ଉତ୍ତର ଦେଇଛନ୍ତି। ମୁହୂର୍ତ୍ତ ଉପରେ ହୋଇଥିବା ଆଲୋଚନାକୁ ଭିତ୍ତିହୀନ ବୋଲି କହିଛନ୍ତି ମହନ୍ତ ଧର୍ମାଦାସ । ସେ ଆହୁରି କହିଛନ୍ତି ଯେ, ଯେତେବେଳେ ରାମଙ୍କ କାର୍ଯ୍ୟ ଆରମ୍ଭ ହୁଏ, ସେତେବେଳେ ସୁମଙ୍ଗଳ ବା ଆପେ ଆପେ ମଙ୍ଗଳ ହୁଏ । ଧର୍ମଦାସ ରାମଚରିତ ମାନସ ଗୀତ ଗାଇ କହିଛନ୍ତି 'ସୁଦିନ ସୁମଙ୍ଗଲ ତବହିଁ ଜବ ରାମୁ ହୋହିଁ ଜୁବରାଜୁ' ଏହାର ଅର୍ଥ ହେଉଛି ଯେ ଯେତବେଳେ ରାମ ଯୁବରାଜ ହେଲେ ସେବେଠାରୁ ସବୁକିଛି ସୁମଙ୍ଗଳ ଅଟେ।

ସେ ମୂହୁର୍ତ୍ତକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତିଯେ, ଯେତେବେଳେ ହନୁମାନ ସୀତାଙ୍କୁ ଖୋଜୁଥିଲେ, ସେତବେଳେ କେଉଁ ମୂହୁର୍ତ୍ତର ଆଲୋଚନା କରାଯାଇଥିଲା। କିନ୍ତୁ ହନୁମାନ ଯାଇ ସୀତାଙ୍କୁ ଖୋଜି ଥିଲେ । ଲଙ୍କାରେ ରାମ ରାଜ୍ୟ ପ୍ରତିଷ୍ଠା କରିଥିଲେ। କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏସବୁ ର ମହତ୍ତ୍ୱ କ’ଣ ସେ ଜାଣନ୍ତି ?

ହନୁମାନ ଗଢୀ ମନ୍ଦିରର ପୁଜାରୀ ମହନ୍ତ କହିଛନ୍ତି, ରାମ ମନ୍ଦିର ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କ ବଳିଦାନ ଏବଂ ସଂଗ୍ରାମର ଫଳାଫଳ ଅଟେ।

କଂଗ୍ରେସର ମନ୍ତବ୍ୟକୁ ଖଣ୍ଡନ କରି ସେ କହିଛନ୍ତି ଯେ ଏହି ଦଳ ପ୍ରଥମେ ରାମଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଛି। ସୁପ୍ରିମକୋର୍ଟରେ ଆଫିଡେଭିଟ ଦେଇଛନ୍ତି। ବର୍ତ୍ତମାନ ସେମାନେ କହୁଛନ୍ତି ଯେ ମୁହୁର୍ତ୍ତ ନାହିଁ । ସେ କହିଛନ୍ତି ଯେ ପଥର ପ୍ରସ୍ତୁତ ଅଛି। 2022 ରୁ 24 ପର୍ଯ୍ୟନ୍ତ ଏକ ବିଶାଳ ଏବଂ ଦିବ୍ୟ ମନ୍ଦିର ନିର୍ମାଣ ହେବ ।

ଦିଗମ୍ବର ଆଖଡାର ମହନ୍ତ ସୁରେଶ ଦାସ କହିଛନ୍ତି ଯେ, ଏହି ଆନ୍ଦୋଳନ ରାମଚନ୍ଦ୍ର ପରମହଂସଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନରେ ଗୋରଖନାଥ ମନ୍ଦିରର ଶ୍ରୀଦେଗବୀଜୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେମାନେ ମନ୍ଦିରରେ ମୂର୍ତ୍ତି ରଖିଥିଲେ। ସେ କହିଛନ୍ତି ଯେ ଏହି ମହାନ ଯଜ୍ଞରେ ସମସ୍ତଙ୍କୁ ସମର୍ଥନ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.