ETV Bharat / bharat

ମହାବ୍ରତରେ 48 ନାମ ଜପିଲେ ସକଳ ଦୁଃଖ ହରିବେ ହର

ସୋମବାର ଓ ମହାଶିବରାତ୍ରି ବ୍ରତ  ଏହି ଦିନ ମହାଦେବଙ୍କ ଏହି 48ଟି ନାମ ଜପିଲେ ସକଳ ଦୁଃଖ, କ୍ଲେଶ, ପାପ, ତାପ, ନାଶ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ ହୋଇଥାଏ । ଏହାସହ ପ୍ରତ୍ୟେକ ସୋମବାର ଏହି 48 ନାମ ଶିବ ମନ୍ଦିରରେ ଜପିଲେ ଅସାଧ୍ୟ ସାଧନ ହୋଇଥାଏ ବୋଲି କୁହାଯାଏ ।

author img

By

Published : Mar 4, 2019, 3:42 PM IST

ଡିଜାଇନ ଫଟୋ

ମାଘ-ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରିରେ ପଡେ ମହାବ୍ରତ । ନାମ ଶିବରାତ୍ରୀ-ବ୍ରତ । ଏହି ରାତ୍ରି ଆନନ୍ଦ ପ୍ରଦାୟକ । ଏହି ସମୟରେ ଶିବପୂଜା, ଉପବାସ ଏବଂ ଜାଗରଣ କରାଯାଏ । ବିରଳ ମହା ଶିବରାତ୍ରୀ,୧୦୧ ବର୍ଷ ପରେ ଏଥର ପଡ଼ୁଛି ମହାସଂଯୋଗ । ସୋମବାର ଓ ମହାଶିବରାତ୍ରି ବ୍ରତ ଏହି ଦିନ ମହାଦେବଙ୍କ ଏହି 48ଟି ନାମ ଜପିଲେ ସକଳ ଦୁଃଖ, କ୍ଲେଶ, ପାପ, ତାପ, ନାଶ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ ହୋଇଥାଏ । ଏହାସହ ପ୍ରତ୍ୟେକ ସୋମବାର ଏହି 48 ନାମ ଶିବ ମନ୍ଦିରରେ ଜପିଲେ ଅସାଧ୍ୟ ସାଧନ ହୋଇଥାଏ ବୋଲି କୁହାଯାଏ ।

ଶିବରାତ୍ରୀରେ ଅନଶନ ବା ଉପବାସ ଦ୍ବାରା ଭକ୍ତିପୂର୍ବକ ଶିବଙ୍କୁ ବେଲପତ୍ର, ପୁଷ୍ପ, ଚନ୍ଦନ, ଦୁଗ୍ଧ, ଦଧି ଦ୍ବାରା ପୂଜନ କଲେ, ଏକ ବିରାଟକାୟ ଆଧ୍ୟାତ୍ମିକ ଲାଭ ଏବଂ ପ୍ରାରମ୍ଭରେ ସାଂସାରିକ ଅଭ୍ୟୁଦୟ ହେବ । ଏହି ଦିନ ମହାଦେବଙ୍କ ଏହି 48ଗୋଟି ନାମ ଜପିଲେ ସକଳ ଦୁଃଖ, କ୍ଲେଶ, ପାପ,ତାପ ନାଶ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷ ପ୍ରାପ୍ତ ହୋଇଥାଏ ।

ଏହା ନାମ ଜପ ସହ ଭକ୍ତି ଏବଂ ନିଷ୍ଠାର ଆବଶ୍ୟକତା ରହିଛି । 48 ଗୋଟି ନାମ ହେଲା

ଶମ୍ଭୁ, ଈଶ, ପଶୁପତି, ଶିବ, ଶୁଳିନ, ମହେଶ୍ବର, ଈଶ୍ବର, ସର୍ବ, ଈଶାନ, ଶଙ୍କର, ଚନ୍ଦ୍ରଶେଖର, ଭୂତେଶ, ଖଣ୍ଡପରଶୁ, ଗିରୀଶ, ଗିରିଶ, ମୃଡ, ମୃତ୍ୟୁଞ୍ଜୟ, କୃତ୍ତିବାସ୍, ପିନାକି, ପ୍ରମାଥିଧିପ, ଉଗ୍ର, କପର୍ଦ୍ଦିନ, ଶ୍ରୀକଣ୍ଠ, ଶିତିକଣ୍ଠ, କପାଳଭୃ଼ତ, ବାମଦେବ, ମହାଦେବ, ବିରୂପାକ୍ଷ, ତ୍ରିଲୋଚନ, କୃଶାନୁତେରସ୍, ସର୍ବଜ୍ଞ, ଧୂର୍ଜଟି, ନୀଳଲୋହିତ, ହର, ସ୍ମରହର, ଭର୍ଗ, ତ୍ର୍ୟମ୍ବକ, ତ୍ରିପୁରାନ୍ତକ, ଗଙ୍ଗାଧର, ଅନ୍ଧକରିପୁ, କ୍ରତୃଧ୍ବସଂନ, ବୃଷଧ୍ବଜ, ବ୍ୟୋମକେଶ, ଭବ, ଭୀମ, ସ୍ଥାଣୁ, ରୁଦ୍ର, ଉମାପତି

undefined

ବାସ୍ତବରେ ମହାଶିବରାତ୍ରି-ବ୍ରତର ଉଦ୍ଦେଶ୍ୟ ହେଉଛି ଜୀବାତ୍ମାର ପରମାତ୍ମାଙ୍କ ସହ ଏକୀଭୂତ ହେବା । ଏହି ଦିନ ଏହି 48 ନାମ ଜପ-ଧ୍ୟାନ କଲେ ମହାଦେବ, ମହାଯୋଗୀ, ମାହାତ୍ମନ ମାହାପାପ ନାଶ କରିବା ସହ ସକଳ ସିଦ୍ଧି ପ୍ରଦାନ କରିବେ

||ବରଗଡ ||
  
      ଜମି ପଟ୍ଟା ନାହି ତ ଭୋଟ ନାହି ଏହି ସ୍ଲୋଗାନ ନେଇ ଜୟ କୋସଳ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ଲଗାତାର ଆନ୍ଦୋଳନ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଆଜି ପୁଣି ବରଗଡ ଜିଲ୍ଲାପାଳ ଅଫିସ ଆଗରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା | ଏହି ଆନ୍ଦୋଳନରେ ବରଗଡ ତହସିଲ ଅନ୍ତର୍ଗତ ପରଗଡ ପୌର ପରିଷଦ ଓ ପଞ୍ଚୟାତର ବହୁ ଭୂମିହିନ ମାନେ ଅଂଶଗ୍ରହଣ କରିଥିଲେ ଏବଂ  ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ବରଗଡ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପାତ୍ର ପ୍ରଦାନ କରିଥିଲେ |
      
             ପିଢୀ ପିଢୀ ଧରି ଜୀବନ ଜୀବିକା ଚଳାଇ ଆସୁଥିଲେ ଶୁଦ୍ଧା ନା ଅଛି ଜମି ଡିହ ଖଣ୍ଡେ ନା ମିଳିପାରିଛି ସ୍ଥାୟୀ ପରିଚୟ ଟିଏ | ଏପରି ହଜାର ହଜାର ଭୂମିହିନ ବରଗଡ ତହସିଲ ଅଞ୍ଚଳରେ ରହିଥିବା ବେଳେ ଦୀର୍ଘ ଦୁଇ ବର୍ଷ ହେଲା ସ୍ଥାୟୀ ଜମି ପଟ୍ଟା ଟିକକ ପାଇଁ ସରକାରଙ୍କ ଠାରେ ଦାବି କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହି | ସରକାରଙ୍କ ଜାଗା ମିସନ ଯୋଜନା ର ମଧ୍ୟ ଫଳପ୍ରଦ ହୋଇନାହି ବରଗଡ ରେ | ଫଳରେ ହଜାର ହଜାର ଭୂମିହୀନ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇ ଗତ ଫେବୃୟାରି ୧୫ ତାରିଖରେ ଏକ ବିରାଟ ରେଲି କରାଯାଇ ମୁଖ୍ୟମନ୍ତ୍ରୀ ଙ୍କର ଉଦ୍ୟେଶ୍ୟ ରେ ଦାବିପତ୍ର ମଧ୍ୟ ଦିଆଯାଇଥିଲା | ତେବେ  ହଜାର ହଜାର ଲୋକଙ୍କ ଏହି ନିଷ୍ପତ୍ତି କୁ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣିବା ପାଇଁ ଆଜି ପୁଣି ଜୟ କୋସଳ ଭୂମିହୀନ ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ କରାଯାଇଛି | ଯେ ପର୍ଯ୍ୟନ୍ତ ସରକାର ଜମି ପ୍ରଦାନ କରି ଥଇଥାନ ନକରିଛନ୍ତି ସେ ପର୍ଯ୍ୟନ୍ତ ବାରମ୍ବାର ଆନ୍ଦୋଳନ ଚାଲିଥିବା ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି |
       ବରଗଡ଼ ଜିଲ୍ଲାରେ ୮୦୦୦ ରୁ ଉର୍ଦ୍ଧ୍ୱ ଭୂମିହୀନ ଲୋକ ରହିଥିବା ବେଳେ ସରକାରଙ୍କ ଭୂ-ବନ୍ଦୋବସ୍ତ ଆଇନ ୧୯୬୨ ଓ ୧୯୮୩ ଅନୁସାରେ ପ୍ରତ୍ୟେକ ଭୂମିହୀନ ପରିବାରକୁ ଜମି ଯୋଗେଇଦେବାର ବ୍ୟବସ୍ଥା ରହିଥିବାବେଳେ ଆଜି ଶୁଦ୍ଧା ଏହାର କାର୍ଯ୍ୟକାରୀ ହୋଇପାରି ନାହିଁ ।  ଅନ୍ୟପକ୍ଷେ ରାଜ୍ୟ ସରକାର ଗତ ନଭେମ୍ବର ମାସରେ  ଜାଗା ମିସନ ନାମରେ ଆରମ୍ଭ କରିଥିବା ବିଶ୍ୱର ସର୍ବବୃହତ ଯୋଜନା ଲାଗୁକରିଥିବା ବେଳେ ୨୦୨୨ ମସିହା ସୁଦ୍ଧା ସମସ୍ତ ଭୂମିହୀନ ମାନଙ୍କୁ ପକ୍କାଘର ଯୋଗେଇଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି କିନ୍ତୁ ବରଗଡ଼ ସହରରେ ଆଜି ଯାଏ  ଭୂମିହୀନ ମାନଙ୍କୁ ଠିକ ଭାବେ ସର୍ଭେ କରାଯାଇପାରି ନାହି | ଜୟ କୋଶଳ ଭୂମିହିନ ସଂଗ୍ରାମ ସମିତି ପକ୍ଷରୁ ଦୀର୍ଘ ୨୦  ମାସ ହେଲା ଭୂମିହୀନ ମାନଙ୍କ ଜମିପଟ୍ଟା ପାଇଁ ଲଢେଇ କରିଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନଥିବା ଯୋଗୁଁ ଏଠାକାର ଭୂମିହୀନ ଲୋକେ ଏଥର ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି |

 ବାଇଟ ଓ ଭିଡିଓ MOJO ରେ ଯାଇଛି |

slug- ODbargarh_bhumihina_rajesh_020319
ବାଇଟ 1- ରମେଶ ମହାପାତ୍ର ( ସଙ୍ଗଠନ ର ଆବାହକ )
ବାଇଟ 2- ଭଗବତୀ ବିଭାର ( ଆନ୍ଦୋଳନକାରୀ )
ବାଇଟ 3- ତୁଳସୀ ଭଏସାଳ ( ସରସରା )

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.